Categories
ଆଞ୍ଚଳିକ

ଧରିତ୍ରୀ ଦିବସ ଅବସରରେ କରୁଣା ଶାନ୍ତି ଆବାସିକ ମହାବିଦ୍ୟାଳୟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗର ସ୍ଥିତ କରୁଣା ଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଇଛି।

ଏହି ପବିତ୍ର ଦିବସରେ ବିଶୁଦ୍ଧ ଜଳବାୟୁର ଆବଶ୍ୟକତାକୁ ଗୁରୁତ୍ଵ ଦେଇ ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ଶିକ୍ଷାର୍ଥୀମାନଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠାନ ପରିସର ଓ ନିକଟସ୍ଥ ଜଙ୍ଗଲରେ ବିଭିନ୍ନ ଔଷଧୀୟ ବୃକ୍ଷ ସହ ଅନେକ ଫଳ ବୃକ୍ଷ ଚାରା ରୋପଣ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡଃ ରଶ୍ମିତା ମିଶ୍ର, ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ଓ ଅଧ୍ୟାପକ ପ୍ରକାଶ ମହାରଣା, ଆଲୋକ କୁମାର ସ୍ବାଇଁ, ଦିବ୍ୟେନ୍ଦୁ ସିଂ ଓ ରାଜକିଶୋର ନାୟକଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।