Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗତ 24 ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ

ଭୁବନେଶ୍ବର: ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। ଗୋଟି ଦିନରେ ସର୍ବାଧିକ 47 ହଜାର 887 ଟେଷ୍ଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 47 ହଜାର 887 କରୋନା ଟେଷ୍ଟ ହୋଇଛି। ଆର୍‌ଟିପିସିଆ, ଆଣ୍ଟିଜେନ୍‌ ଓ ଟୁରନଟ ମାଧ୍ୟମରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। ଆରଟିପିସିଆରରେ 7 ହଜାର କରୋନା ଟେଷ୍ଟ ହୋଇଥିବାବେଳେ ଆଣ୍ଟିଜେନ୍‌ରେ 40 ହଜାର 761ଜଣଙ୍କର ଓ ଟରୁନଟ୍‌ରେ 126ଜଣଙ୍କର କରୋନା ଟେଷ୍ଟ ହୋଇଛି। ଆଗକୁ ଟେଷ୍ଟ ସଂଖ୍ୟା ଆହୁରି ବଢାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ରହିଛି।