Categories
ଜାତୀୟ ଖବର ବିଶେଷ ଖବର

କୋର୍ଟଙ୍କ ରାୟ ପରେ କରୋନା ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ଆବେଦନ ତାରିଖ ବଢିଲା

ନୂଆଦିଲ୍ଲୀ:  କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ ।

କୋର୍ଟ ୨୦୨୧ର ରିଟ୍ ପିଟିସନ ସଂଖ୍ୟା ୧୮୦୫ରେ ହୋଇଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ କୋର୍ଟ ଆବେଦନ ସମୟ ବୃଦ୍ଧି କରିଛନ୍ତି। କୋର୍ଟ କହିଛନ୍ତି ଯେ, ମୃତକଙ୍କ ପରିବାର ବର୍ଗଙ୍କୁ ଆଉ ୬୦ ଦିନର ଅତିରିକ୍ତ ସମୟ ସୀମା ପ୍ରଦାନ କରାଯାଉ। ଏହି ଆବେଦନ କରିବା ସମୟ ଗତ ମାର୍ଚ୍ଚ ୨୦ ତାରିଖ ରଖାଯାଇଥିଲା।

ଭବିଷ୍ୟତରେ ହେବାକୁ ଥିବା କୋଭିଡ-୧୯ ମୃତ୍ୟୁ ପାଇଁ କ୍ଷତିପୂରଣ ନିମନ୍ତେ ସମୟସୀମା ମୃତ୍ୟୁ ତାରିଖ ଠାରୁ ୯୦ ଦିନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି ।
କ୍ଷତିପୂରଣ ଦାବିର ଯାଞ୍ଚ ଏବଂ ଅର୍ଥ ପଇଠର ବାସ୍ତବ ଅବଧି ଦାବି ହସ୍ତଗତ ହେବାର ତିରିଶ ଦିନ ମଧ୍ୟରେ କରାଯିବ। ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ଆଦେଶ ଲାଗୁ ହେବ ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ ଅତ୍ୟଧିକ କଠିନ ପରିସ୍ଥିତିରେ ଯେଉଁଠି କୌଣସି ଦାବିଦାର ନିର୍ଦ୍ଧାରିତ ସମୟ-ସୀମା ମଧ୍ୟରେ ଆବେଦନ କରିପାରିବେ ନାହିଁ ସେହି ଦାବିଦାର ଅଭିଯୋଗ ସମାଧାନ ସମିତି ମାଧ୍ୟମରେ କରାଯିବ।

ଅଭିଯୋଗ ସମାଧାନ ସମିତି ମାମଲା ପରେ ମାମଲା ଆଧାରରେ ଏଭଳି ଦାବି ଉପରେ ବିଚାର କରିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦାବିଦାର ଦାବି କରିପାରୁ ନ ଥିବା ଏବଂ ଏହା ତାଙ୍କର ନିୟନ୍ତ୍ରଣ ବାହାରେ ଥିବା ଅଭିଯୋଗ ସମାଧାନ ସମିତି ହୃଦୟଙ୍ଗମ କଲେ, ଏପରି କ୍ଷେତ୍ରରେ ବ୍ୟତିକ୍ରମ ଆଧାରରେ ଦାବି ଉପରେ ବିଚାର କରାଯାଇ ପାରିବ ।

ଏହା ବ୍ୟତୀତ ନ୍ୟାୟାଳୟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ନକଲି ଦାବି ଆଶଙ୍କାକୁ ଯଥାସମ୍ଭବ କମାଇବା ପାଇଁ ୫ ପ୍ରତିଶତ ଦାବି ଆବେଦନକୁ ପ୍ରଥମ ଥର ମନଇଚ୍ଛା ଯାଞ୍ଚ କରାଯିବ । କୌଣସି ବ୍ୟକ୍ତି ନକଲି ଦାବି କରିଥିବା ଧରାପଡ଼ିଲେ, ତାଙ୍କ ବିରୋଧରେ ବିପର୍ଯ୍ୟୟ ପ୍ରଶମନ ଆଇନ, ୨୦୦୫ର ଧାରା ୫୨ ଅଧୀନରେ ବିଚାର କରାଯିବ ଏବଂ ତଦନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେପିର ସହାୟ ଆପ୍ ସହଯୋଗରେ କରୋନା ମୃତକଙ୍କ ଦାହସଂସ୍କାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଅଗଷ୍ଟ ମାସ ୧୫ ତାରିଖରେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସେବା ନିମନ୍ତେ ଏକ ଆପ୍ ସହାୟ ଜାରୀ କରାଯାଇଥିଲା। ଏହି ଆପ୍ ଜରିଆରେ ସାଧାରଣ ଲୋକ ନିଃଶୁଳ୍କ ଡ଼ାକ୍ତରୀ ପରାମର୍ଶ, ଔଷଧ ବିତରଣ, ଆମ୍ବୁଲାନସ ସେବା ସହ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଆଙ୍କୁଲି ଗ୍ରାମର ୩୮ ନଂ ୱାର୍ଡ଼ର ଅକ୍ଷୟ ପଟ୍ଟନାୟକଙ୍କ ଟାଟା କୋଭିଡ଼୍ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ମୃତଙ୍କ ପରିବାର ଲୋକ ଏହି ଆପ୍‌ରେ ମହାପ୍ରୟାଣ ଟିମ୍ ସହ ଯୋଗାଯୋଗ କରିଥିଲେ। ସଂଗେ ସଂଗେ ଏହି ଟିମ୍ ଟାଟା କୋଭିଡ଼୍ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ବହୁତ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଶବ ଦାହ ପାଇଁ କର୍ମଚାରୀର ଅଭାବ ରହିଛି। ତେଣୁ ସହାୟ ମହାପ୍ରୟାଣ ଟିମ୍‌ର ସଦସ୍ୟ ଏନ୍‌. ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ, ମଧୁସୂଦନ ସାହୁ, ଶିବଶଙ୍କର ନାୟକ, ତୁମ୍ବେଶ୍ୱର ନାୟକ, ରବିନ୍ କୁମାର ସାହୁ, ସନ୍ତୋଷ ବେହେରା ପ୍ରମୁଖ ଶ୍ମଶାନରେ ଉପସ୍ଥିତ ରହି ଦାହ କରିଥିଲେ। ସହାୟ ଆପ୍‌ର ସଂଯୋଜକ ଶିବପ୍ରସାଦ ପାତ୍ର ସଂଯୋଜନା କରିଥିଲେ। କାର୍ଯ୍ୟକର୍ତ୍ତାଙ୍କ ଏହି ସେବାକୁ ଜିଲ୍ଲା ସଭାପତି ବିଭୂତି ଜେନା ଭୂୟଶୀ ପ୍ରଶଂସା କରିଛନ୍ତି।