Categories
ଜାତୀୟ ଖବର ବିଶେଷ ଖବର

ପୁଣି ଭିନ୍ନ ଲକ୍ଷଣ ନେଇ ଆସୁଛି କରୋନାର ତୃତୀୟ ଲହର, ଟିକାକରଣକୁ ତ୍ବରାନିତ ପାଇଁ ପରାମର୍ଶ

ନୂଆଦିଲ୍ଲୀ, ଦେଶରେ କରୋନା ମହାମାରୀ ଦ୍ୱିତୀୟ ଲହରରେ ତାର ଭୟାବହତା ଜାରି ରଖିଥିବା ବେଳେ ପୁଣି ତୃତୀୟ ଲହର ଆସିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଚେତାବନୀ ଦେଇଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହର ବର୍ତ୍ତମାନ ଅପେକ୍ଷା ଆହୁରି ବିପଜ୍ଜନକ ହୋଇପାରେ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ. ବିଜୟ ରାଘବନ କହିଛନ୍ତି ।

ତୃତୀୟ ଲହରର ଭୂତାଣୁ ନୂଆ ରୂପରେ ଆସିବା ସହ ଏହା ଯେକୌଣସି ମାଧ୍ୟମରେ ସଂକ୍ରମିତ କରିପାରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଲୋପ୍‍ କରିଦେବା ସହ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିବାର ଆଶଙ୍କା ରହିଛି । ତେବେ ଏହା କେବେ ଓ କେଉଁ ସମୟରେ ଦେଶରେ ସୃଷ୍ଟି ହେବ ତାହା ଜଣାପଡ଼ି ନଥିବା ବେଳେ ଏଥିପ୍ରତି ବର୍ତ୍ତମାନଠାରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ରାଘବନ ପରାମର୍ଶ ଦେଇଛନ୍ତି ।

ଏହାର ସଠିକ୍‍ ମୁକାବିଲା ପାଇଁ ଏବେଠାରୁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବାକୁ ପଡ଼ିବ ଏବଂ ଟିକାର ବିକାଶ ପରେ ଅଧିକ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।