Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସଚେତନତା ପାଇଁ ବାହାରିଲା କୋଭିଡ ରଥ, ଗାଁଗଣ୍ଡାରେ ଲୋକଙ୍କୁ କରାଇବ ସଚେତନ

ଭୁବନେଶ୍ବର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ସଚେତନତା ପାଇଁ ନିଆଯାଇଛି ଭିନ୍ନ ପଦକ୍ଷେପ। କୋଭିଡ୍ ୨ୟ ଲହର ଉପରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ୮ଟି ସଚେତନତା ରଥ ଲୋକାର୍ପଣ କରାଯାଇଛି।
ଅଡିଓ-ଭିଜୁଆଲ୍ ବ୍ୟବସ୍ଥା ରହିଥିବା ଏହି ରଥ ମାଧ୍ୟମରେ ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସଚେତନତା କରାଯିବ। ଏହି ରଥକୁ ଭୁବନେଶ୍ବରରେ ସଂସ୍କୃତି ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
Categories
ଫଟୋ ଖବର

ଗଂଜାମ ଜିଲ୍ଲାର ହିଞ୍ଜିଳି ପୋଲିସ ତରଫରୁ ଲୋକଙ୍କୁ କରାଯାଉଛି କରୋନା ସଚେତନତା

Hinjili Police in Ganjam creating awareness and appealed to people of Hinjili to wear masks at all time when outside & maintain social distancing for controlling the spread of #COVID19. Despite the current challenges we’re all facing together.

Categories
ଆଞ୍ଚଳିକ

ପ୍ରଶାସନିକ ଅଧିକାରୀଙ୍କ କରୋନା ସଚେତନତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ କରୋନା କଟକଣାକୁ ଦୃଢ଼ ଭାବେ ପାଳନ କରିବାକୁ ପୁଣିଥରେ ଏସ୍‌ଓପି ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାରେ ପୁଣିଥରେ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଲୋକମାନେ ଭୟଭୀତ ନହୋଇ କରେନା କଟକଣାର ସମସ୍ତ ନିୟମ ମାନିଲେ କିଛି ଅସୁବିଧା ହେବ ନାହିଁ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡ଼େପୁଟି କମିଶନର ରମାଞ୍ଚଳ ଖମାରି, ଏନ୍‌ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣକାନ୍ତ ସମେତ ଅନେକ ଅଧିକାରୀ ଓ ବିଏମ୍‌ସି କର୍ମଚାରୀମାନେ ରାମଲିଙ୍ଗଶ୍ୱର ରୋଡ଼୍‌ରୁ ବାହାରି ଗାନ୍ଧିନଗର ଛକ, ବିଜିପୁର, ରେଳଷ୍ଟେସନ, ଟାଟା ବେଞ୍ଜ ଛକ ଆଦି ଛକମାନଙ୍କରେ ସାଇକେଲ୍‌ରେ ଭ୍ରମଣ କରି ମାସ୍କ, ସାମାଜିକ ଦୂରତା ଓ ହାତଧୁଆଁ ନେଇ ଲୋକଙ୍କୁ ସଚେତନତା କରିଥିଲେ।

ଏହାସହ ମୋ ୱାର୍ଡ଼ ସ୍ୱଚ୍ଛ ୱାର୍ଡ଼ ଏବଂ ମୋ ସାହି ସ୍ୱଚ୍ଛ ସାହି ପ୍ରତିଯୋଗିତା କରି ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସହରରେ ଦୋକାନୀମାନେ ପରିମଳ ସମ୍ବନ୍ଧୀୟ ବହୁ ନିୟମ ମାନିବାକୁ ମଧ୍ୟ ତାଗିଦ୍ କରି ଆସୁଛି ବିଏମ୍‌ସି। ସମସ୍ତ ନିୟମ ପାଳନ ହେଉଛି କି ନାହିଁ ଜିଲ୍ଲାପାଳ ଏବଂ କମିଶନର ପରଖିଥିଲେ। ସମସ୍ତ ଦୋକାନୀ ଡ଼ଷ୍ଟବିନ୍ ରଖି ଆବର୍ଜନା ପକାଇବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସ୍ୱଚ୍ଛତା ଓ କରୋନା ସଚେତନତାକୁ ନେଇ ସାଇକେଲ୍ ରାଲି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସ୍ୱଚ୍ଛତା ଏବଂ କରୋନା ସଚେତନତାକୁ ନେଇ ଗୁରୁବାର ଦିନ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିବାବେଳେ ମହାନଗର ନିଗମର କର୍ମଚାରୀ ଓ ଅଧିକାରୀମାନେ ସାଇକେଲ୍ ଯୋଗେ ସହର ପରିକ୍ରମା କରିଥିଲେ। କମିଶନର ମଧ୍ୟ ସାଇକେଲ ଚଳାଇ କରୋନାର ସମସ୍ତ ନିୟମ ମାନିବା ଏବଂ ବ୍ରହ୍ମପୁର ମହାନଗର ନିଗମରେ ସ୍ୱଚ୍ଛତା ରଖିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ କର୍ମଚାରୀମାନେ ପ୍ଲା କାର୍ଡ଼ ଏବଂ ବ୍ୟାନର ଧରି ସହରରେ ବିଭିନ୍ନ ସ୍ଥାନରେ ବୁଲି ସଚେତନ କରାଇଥିଲେ।

Categories
ଆଞ୍ଚଳିକ

କରୋନା ସଚେତନତାକୁ ନେଇ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ସାଧାରଣ ବୈଠକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସାଧାରଣ ଜନତା ତଥା ଗରିବ, ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ପିଫୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନର ଆଜି ଦ୍ୱିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକରେ ସହରରେ କରୋନା ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ପ୍ରଶାସନକୁ ଏକ ତିନିସୂତ୍ରୀ ସମାଧାନ ପନ୍ଥା ନେଇ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ବିଷୟରେ ଆଲୋଚନା ହେବା ସହ ସଦସ୍ୟମାନଙ୍କ ତରଫରୁ ଆଗତ ପ୍ରସ୍ତାବମାନ ଆଲୋଚନା ହୋଇଥିଲା। ପୂର୍ବ ବୈଠକ ତିନିସୂତ୍ରୀ ଦାବି ଯଥା ଦୋକାନୀମାନଙ୍କ କୋଭିଡ଼୍ ଟେଷ୍ଟ, ସଟ୍‌ଡ଼ାଉନ୍ ନ କରିବା, ଚାଷୀମାନଙ୍କ ଶସ୍ୟ ନଷ୍ଟ ନ କରିବା ବିଷୟରେ ଗଂଜାମ ଜିଲ୍ଲା ପ୍ରଶାସନ ଗୋଟିଏ ପ୍ରସ୍ତାବକୁ ଆଦୃତ କରିଥିବାବେଳେ ଅନ୍ୟ ଦୁଇଗୋଟି ବିଷୟ ଗ୍ରହଣ କରିଛନ୍ତି।

ଆଜିର ବୈଠକରେ ବିଭିନ୍ନ ନୂତନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ମେଡ଼ିକାଲ୍‌ରେ ଅକ୍ସିଜେନ୍ ଅଭାବରେ ରୋଗୀର ମୃତ୍ୟୁ, କୋଭିଡ଼୍ ରୋଗୀମାନଙ୍କୁ ପୋଜିଟିଭ୍ ଓ ନେଗେଟିଭ୍ ପ୍ରମାଣପତ୍ର ପ୍ରଦାନ କରିବା, ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଆମ ପୋଲିସ୍ ଅଭିଯାନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ପଜିଟିଭ୍ ପରିବାର ରହୁଥିବା ଘର ଏବଂ ସାହିକୁ ବିଶୋଧନ, ଟେଷ୍ଟିଂ ଲ୍ୟାବ ବ୍ରହ୍ମପୁରରେ ସ୍ଥାପନ, ଘର ସଂଗରୋଧରେ ରହୁଥିବା ରୋଗୀ ଏବଂ ତା’ ପରିବାରକୁ ଔଷଧ ବଣ୍ଟନ ଏବଂ ପରାମର୍ଶ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା, ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ୱାର୍ଡ଼ କମିଟିକୁ ତ୍ୱରାନ୍ୱିତ କରିବା, ସଂଗଠନ ଦ୍ୱାରା ଦ୍ୱାର ପ୍ରସ୍ତୁତ ସଚେତନ କାର୍ଯ୍ୟକ୍ରମ ଅନ୍ତର୍ଗତ ସହରର ବିଭିନ୍ନ ସ୍ଥାନରେ ବେନର ଲଗାଇବା ପାଇଁ ମହାନଗର ନିଗମ ଠାରୁ ଅନୁମତି, ସମାଜ ଭିତରେ ସମସ୍ତଙ୍କ ମାନସିକତାରେ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏକ ଯୁବ ସଚେତନତା ଟିମ୍ ଗଠନ କରିବା ଓ ସେମାନଙ୍କୁ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରମୁଖ। ସଦସ୍ୟମାନଙ୍କ ଅନୁମତିରେ ଏହି ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା।

ତଦନୁଯାୟୀ ଏହି ସଂଗଠନର ସଭାପତି ରୂପେ ଡ. ସୁବ୍ରତ କୁମାର ସାହୁ, ସଂପାଦକ ରୂପେ ସତୀଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରୂପେ ତ୍ରୀପତି ପ୍ରସାଦ ସାହୁ, ଉପସଭାପତି ରୂପେ ସନତ କୁମାର ପଣ୍ଡା ଓ ଗୌରାଙ୍ଗ ଚୌଧୁରୀ, ମିଡ଼ିଆ ସେଲ୍ ରୂପେ ବିଶ୍ୱନାଥ ମାରଣା, ୟୁଥ୍ ସେଲ୍ ପ୍ରଦୀପ କୁମାର ସାହୁ, ଡି. ସନ୍ତୋଷ କୁମାର ଦାସ, ପି. କୁନା ସେନାପତି ଓ ଲୁନା ପରିଡ଼ା ଏବଂ ଏଡ଼୍‌ଭାଇଜର ରୂପେ ଲୋକନାଥ ମିଶ୍ର ଓ ଇଂ. ଭାସ୍କର ବେହେରାଙ୍କୁ ଦାୟିତ୍ୱ ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

Categories
ଆଞ୍ଚଳିକ

ହର୍ଷାଟ୍ରଷ୍ଟ ପକ୍ଷରୁ ମାସ୍କ, ସାନିଟାଇଜର ବଂଟନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ

ରଞ୍ଜିତ ପଣ୍ଡା
କୁଜଙ୍ଗ : ସ୍ୱେଛାସେବୀ ଅନୁଷ୍ଠାନ ହର୍ଷା ଟ୍ରଷ୍ଟ ପକ୍ଷରୁ ଆଜି କଟକ-ପାରାଦୀପ ରାଜ୍ୟ ରାଜପଥର ସନ୍ତରା ଛକଠାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଥଚାରୀ, ବାଇକ୍ ଆରୋହୀ, ହାଲକା ଓ ଭାରୀଯାନ ଚାଳକ ଓ ଯାତ୍ରୀ ମାନଙ୍କୁ ମାସ୍କ, ସାନିଟାଇଜର ବଂଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଟିମ ଲିଡ଼ର ପରେଶ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଥାନାର ଏସ୍ ଆଇ ଶୁବ୍ରଜିତ ଦାସ, ମଙ୍ଗରାଜପୁର ସରପଂଚ ପୂର୍ଣ୍ଣୀମା ତ୍ରିପାଠୀ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ସମସ୍ତ ସଦସ୍ୟ, କର୍ମକର୍ତ୍ତା ତଥା କୁଜଙ୍ଗ ଥାନାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ପ୍ରକଳ୍ପ ନିର୍ବାହୀ ସାଶ୍ୱତୀ ଦାଶ, ସୁଧାଂଶୁ ବେହେରା, ଅଶୋକ ରାଉତ, ସ୍ୱର୍ଣ୍ଣଲତା ପ୍ରଧାନ, ସିଏସ୍‌ପି ସୂର୍ଯ୍ୟକାନ୍ତ ପାତ୍ର, ଅରକ୍ଷିତ ସାହୁ, ସମାଜସେବୀ ବିପିନ ତ୍ରିପାଠୀ, ପୁଲିସ ଏଏସ୍‌ଆଇ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

Categories
ଫଟୋ ଖବର

ଯାଜପୁର ପୋଲିସ ସହର ଛାଡି ବର୍ତ୍ତମାନ ଗାଁକୁ ଗାଁ ବୁଲି ଲୋକଙ୍କୁ କରୋନା ମୁକାବିଲା ସଚେତନତା କରୁଛନ୍ତି

ଯାଜପୁର, ଓଡିଶାର ଯାଜପୁର ଜିଲ୍ଲା ପୋଲିସ ବର୍ତ୍ତମାନ ସହର ଛାଡି ଗାଁରେ କରୋନା ସହିତ ମୁକାବିଲା କରିବା ପାଇଁ ସଚେତନାତ ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନେ ଘରକୁ ଘର ବୁଲି ଲୋକଙ୍କ ଘରେ ରହିବା ସହିତ ବାହାରୁ କେହି ଗାଁକୁ ଆସିଲେ ଖବର ଦେବା ପାଇଁ ଲୋକଙ୍କୁ ବୁଝାଉଛନ୍ତି।