Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ସଚେତନତାକୁ ନେଇ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ସାଧାରଣ ବୈଠକ
ଆଞ୍ଚଳିକ

କରୋନା ସଚେତନତାକୁ ନେଇ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ସାଧାରଣ ବୈଠକ

July 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସାଧାରଣ ଜନତା ତଥା ଗରିବ, ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢ଼ୁଥିବା ପିଫୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନର ଆଜି ଦ୍ୱିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକରେ ସହରରେ କରୋନା ସମସ୍ୟା ସଂପର୍କରେ ଆଲୋଚନା କରାଯାଇ ପ୍ରଶାସନକୁ ଏକ ତିନିସୂତ୍ରୀ ସମାଧାନ ପନ୍ଥା ନେଇ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ବିଷୟରେ ଆଲୋଚନା ହେବା ସହ ସଦସ୍ୟମାନଙ୍କ ତରଫରୁ ଆଗତ ପ୍ରସ୍ତାବମାନ ଆଲୋଚନା ହୋଇଥିଲା। ପୂର୍ବ ବୈଠକ ତିନିସୂତ୍ରୀ ଦାବି ଯଥା ଦୋକାନୀମାନଙ୍କ କୋଭିଡ଼୍ ଟେଷ୍ଟ, ସଟ୍‌ଡ଼ାଉନ୍ ନ କରିବା, ଚାଷୀମାନଙ୍କ ଶସ୍ୟ ନଷ୍ଟ ନ କରିବା ବିଷୟରେ ଗଂଜାମ ଜିଲ୍ଲା ପ୍ରଶାସନ ଗୋଟିଏ ପ୍ରସ୍ତାବକୁ ଆଦୃତ କରିଥିବାବେଳେ ଅନ୍ୟ ଦୁଇଗୋଟି ବିଷୟ ଗ୍ରହଣ କରିଛନ୍ତି।

ଆଜିର ବୈଠକରେ ବିଭିନ୍ନ ନୂତନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ମେଡ଼ିକାଲ୍‌ରେ ଅକ୍ସିଜେନ୍ ଅଭାବରେ ରୋଗୀର ମୃତ୍ୟୁ, କୋଭିଡ଼୍ ରୋଗୀମାନଙ୍କୁ ପୋଜିଟିଭ୍ ଓ ନେଗେଟିଭ୍ ପ୍ରମାଣପତ୍ର ପ୍ରଦାନ କରିବା, ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଆମ ପୋଲିସ୍ ଅଭିଯାନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ପଜିଟିଭ୍ ପରିବାର ରହୁଥିବା ଘର ଏବଂ ସାହିକୁ ବିଶୋଧନ, ଟେଷ୍ଟିଂ ଲ୍ୟାବ ବ୍ରହ୍ମପୁରରେ ସ୍ଥାପନ, ଘର ସଂଗରୋଧରେ ରହୁଥିବା ରୋଗୀ ଏବଂ ତା’ ପରିବାରକୁ ଔଷଧ ବଣ୍ଟନ ଏବଂ ପରାମର୍ଶ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା, ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ୱାର୍ଡ଼ କମିଟିକୁ ତ୍ୱରାନ୍ୱିତ କରିବା, ସଂଗଠନ ଦ୍ୱାରା ଦ୍ୱାର ପ୍ରସ୍ତୁତ ସଚେତନ କାର୍ଯ୍ୟକ୍ରମ ଅନ୍ତର୍ଗତ ସହରର ବିଭିନ୍ନ ସ୍ଥାନରେ ବେନର ଲଗାଇବା ପାଇଁ ମହାନଗର ନିଗମ ଠାରୁ ଅନୁମତି, ସମାଜ ଭିତରେ ସମସ୍ତଙ୍କ ମାନସିକତାରେ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଏକ ଯୁବ ସଚେତନତା ଟିମ୍ ଗଠନ କରିବା ଓ ସେମାନଙ୍କୁ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରମୁଖ। ସଦସ୍ୟମାନଙ୍କ ଅନୁମତିରେ ଏହି ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା।

ତଦନୁଯାୟୀ ଏହି ସଂଗଠନର ସଭାପତି ରୂପେ ଡ. ସୁବ୍ରତ କୁମାର ସାହୁ, ସଂପାଦକ ରୂପେ ସତୀଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରୂପେ ତ୍ରୀପତି ପ୍ରସାଦ ସାହୁ, ଉପସଭାପତି ରୂପେ ସନତ କୁମାର ପଣ୍ଡା ଓ ଗୌରାଙ୍ଗ ଚୌଧୁରୀ, ମିଡ଼ିଆ ସେଲ୍ ରୂପେ ବିଶ୍ୱନାଥ ମାରଣା, ୟୁଥ୍ ସେଲ୍ ପ୍ରଦୀପ କୁମାର ସାହୁ, ଡି. ସନ୍ତୋଷ କୁମାର ଦାସ, ପି. କୁନା ସେନାପତି ଓ ଲୁନା ପରିଡ଼ା ଏବଂ ଏଡ଼୍‌ଭାଇଜର ରୂପେ ଲୋକନାଥ ମିଶ୍ର ଓ ଇଂ. ଭାସ୍କର ବେହେରାଙ୍କୁ ଦାୟିତ୍ୱ ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

କରୋନା ସଚେତନତା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାରଙ୍କୁ ଚେକ୍ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ

May 8, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.