Categories
ଆଜିର ଖବର ଜାତୀୟ ଖବର

ଆଜି ଜିଏସଟି ପରିଷଦର ୫୦ ତମ ବୈଠକ: କର୍କଟ ଔଷଧ ଶସ୍ତା ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଜିଏସଟି ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ଏହା ହେଉଛି ୫୦ ତମ ବୈଠକ, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଏହି ବୈଠକରେ କର୍କଟ ରୋଗର ଔଷଧକୁ ଶସ୍ତା କରିବା ଏବଂ ସିନେମା ହଲରେ ଖାଦ୍ୟ ଏବଂ ପାନୀୟ ଶସ୍ତା କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ।

ଜିଏସଟି ପରିଷଦ ବୈଠକରେ ଏସୟୁଭି ଯାନ ଉପରେ ୨୨ ପ୍ରତିଶତ ସେସ ବିଷୟରେ ସ୍ପଷ୍ଟୀକରଣ ଦିଆଯାଇପାରେ। ବିଶ୍ୱାସ କରାଯାଏ ଯେ, ସମସ୍ତ SUV ଉପରେ ୨୮ ପ୍ରତିଶତ ଜିଏସଟି ବ୍ୟତୀତ ୨୨ ପ୍ରତିଶତ ସେସ ପାଇଁ ସହମ୍ମତି ମିଳିପାରେ।