Categories
ଆଜିର ଖବର ସଂସ୍କୃତି

ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ପାଇଲେ ଅଲୌକିକ କଳିଙ୍ଗ ଲିଟେରାରୀ ପୁରସ୍କାର

ଭୁବନେଶ୍ବର, ପ୍ରଖ୍ୟାତ ସାହିତ୍ୟିକ ତଥା ଔପନାସିକ ମନୋଜ ଦାସଙ୍କୁ ପ୍ରଦାନ କରାଯାଇଛି ଅଲୌକିକ କଳିଙ୍ଗ ଲିଟେରାରୀ ପୁରସ୍କାର। ଭୁବନେଶ୍ବରରେ ଆୟୋଜିତ କଳିଙ୍ଗ ଲିଟେରଚର ଫେଷ୍ଟିଭାଲରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ପ୍ରଖ୍ୟାତ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ଏବଂ ପ୍ରତିଭା ରାୟ ପୁରସ୍କାର ପ୍ରଦାନ କରିଛନ୍ତି।

ପ୍ରତିବର୍ଷ ଭୁବନେଶ୍ବରର ପ୍ରତିଷ୍ଠିତ ଅନୁଷ୍ଠାନ କଳିଙ୍ଗ ଲିଟେରଚର ଫେଷ୍ଟିଭାଲ ବା କେଏଲଏଫ ତରଫରୁ ଏପରି ପୁରସ୍କାର ପ୍ରଦାନ କରିଆସୁଛି।ମୁଖ୍ୟତଃ ସାହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ଏହି ଉପଲକ୍ଷେ ଅନୁଷ୍ଠାନ ତରଫରୁ ଦୁଇ ଦିନ ଧରି ସାହିତ୍ୟ ଅଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଭାରତର ପ୍ରଖ୍ୟାତ ସାହିତ୍ୟିକମାନେ ଯୋଗ ଦେଇ ନିଜସ୍ବ ମତ ରଖିଥିଲେ।

ମନୋଜ ଦାସ ନିକଟରେ ପଦ୍ମ ଭୂଷଣ ସମ୍ମାନ ପାଇବା ପାଇଁ ମନୋନିତ ହୋଇଛନ୍ତି। ପୂର୍ବରୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ଦେଶ ତଥା ଆନ୍ତର୍ଜାତୀୟ ସମସ୍ତରରେ ବହୁ ପୁରସ୍କାରର ହାସଲ କରିଛନ୍ତି।