Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ

ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଭୋପାଳରେ ୱାରେଣ୍ଟ ଜାରି କରାଯାଇଛି। ସେ ‘କହୋ ନା ପ୍ୟାର ହେ!’ ଭଳି ସୁପରହିଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ବାସ୍ତବରେ ଚେକ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯାଇଛି। ଏଥିସହିତ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ପୂର୍ବରୁ ହାଜର ହେବାକୁ କହିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ୩୨ ଲକ୍ଷରୁ ଅଧିକ ଚେକ ବାଉନ୍ସ ମାମଲା ରୁଜୁ ହୋଇଛି।

୩୨ ଲକ୍ଷ ୨୫ ହଜାର ଟଙ୍କାର ଚେକ୍ ବାଉନ୍ସ ଅଭିଯୋଗରେ ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ ଅମିଶା ପଟେଲଙ୍କ ବିରୋଧରେ ମାମଲା ଦାୟର କରିଥିଲା। କମ୍ପାନୀ ଅଭିଯୋଗ କରିଛି ଯେ, ଫିଲ୍ମ ନିର୍ମାଣ ନାମରେ ଅମିଶା ଏବଂ ତାଙ୍କ କମ୍ପାନୀ ଏମ/ ସ ଅମିଶା ପଟେଲ ପ୍ରଡକ୍ସନ୍ ୩୨ ଲକ୍ଷ ୨୫ହଜାର ଟଙ୍କା ଋଣ ନେଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, କମ୍ପାନୀକୁ ଦିଆଯାଇଥିବା ଦୁଇଟି ଚେକ ୩୨ ଲକ୍ଷ ୨୫ ହଜାର ବାଉନ୍ସ ହୋଇଥିଲା। ଯାହା ପରେ ଏବେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି।