Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୁଣି ବନ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ବଢ଼ିଚାଲିଛି କାଠ ମାଫିଆଙ୍କ ପ୍ରାଦୁର୍ଭାବ। ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ କାଠ ମାଫିଆମାନେ ପଛାଉନାହାନ୍ତି। ପୁଣି ଥରେ ଜଣେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସଲପଡିହ ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ନାଚୁଣୀ ସେକ୍ସନ ସଲପଡିହ ଶୂଳିଆ ସରଂକ୍ଷିତ ଜଙ୍ଗଲରୁ ଦୁର୍ବୁତ୍ତ ମାନେ କାଠ ଚୋରା ଚାଲାଣ କରୁଥିବାର ଖବର ପାଇଥିଲେ ନାଚୁଣୀ ସେକ୍ସନ ବନରକ୍ଷୀ। ସଙ୍ଗେସଙ୍ଗେ ବନରକ୍ଷୀଜଣଙ୍କ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବହୁ ସଂଖ୍ୟାରେ କାଠ ଲୋଡ଼ ହୋଇଯାଉଥିବାର ସେ ଦେଖିବାକୁ ପାଇଥିଲେ।

ତେବେ ଉକ୍ତ ଗାଡିର ଅନୁମତି ପତ୍ର ମାଗିବାରୁ ପାଖାପାଖି ୫୦ ରୁ ୧୦୦ ଦୁର୍ବୁତ୍ତ ଏକତ୍ରିତ ହୋଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ପଛାଇନଥିଲେ। ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ପହଁଚି ଆହତ ବନରକ୍ଷୀଙ୍କୁ ଦୁର୍ବୁତ୍ତଙ୍କ କବଳରୁ ଉଦ୍ଧାର କରିଥିଲା।

ଆଜି ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ବାଣପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ପଚାରିବାରୁ ଆକ୍ରମଣ ଘଟଣାଟି ସତ୍ୟ ବୋଲି କହିବା ସହ ଏ ନେଇ ବାଣପୁର ଥାନାରେ ଏଫଆଇଆର ଦିଆଯାଇଛି ବୋଲି କହିଥିଲେ।

ଅନୁରୂପ ଭାବେ ପୋଲିସ ପୁଣି ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିବ ବୋଲି ସେ କହିଛନ୍ତି। ସେସବୁ ଚୋରା କାଠ ନା ତାହାର ଅନୁମତି ପତ୍ର ଅଛି, ପୋଲିସ ତାହାର ତଦନ୍ତ କରିବା ପରେ ବନକର୍ମଚାରୀଙ୍କୁ ଆକ୍ରମଣକାରିଙ୍କ ବିରୋଧରେ ବନବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡ଼ିଏଫଓ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଧାରୁଆ ଅସ୍ତ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: କାଠ ମାଫିଆଙ୍କ ଆକ୍ରମଣରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କର୍ମଚାରୀଙ୍କ ବେକେରେ ଛୁରା ଲଗାଇ କାଠ ମାଫିଆ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବରବରା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ ଗତକାଲି ରାତିରେ ବରବରା ଜଙ୍ଗଲ ଅନ୍ତର୍ଗତ କଳାମାଟିଆ ଚେକଗେଟରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଲକ୍ଷ୍ମୀଧର ପାଲ ପ୍ରହରା ଦେଉଥିଲେ। ଠିକ ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିବା ସହ ଚୋରି କାଠ ନେବା ପାଇଁ ଗେଟ ଖୋଲିବାକୁ ବାଧ୍ୟ କରିଥିଲେ। ଲକ୍ଷ୍ମୀ ବିରୋଧ କରିବାରୁ ଉକ୍ତ ଦୁଇ ଦୁର୍ବୁତ୍ତ ଅସବ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏବଂ ପୂର୍ବରୁ ମଧ୍ୟ ସେମାନଙ୍କ ସହଯୋଗୀ ମଙ୍ଗୁଳୁ ବେହେରାଙ୍କୁ କାଠଚୋରି କରୁଥିବାବେଳେ ପୋଲିସ ହାତରେ ଧରାଇଥିବାରୁ ଲକ୍ଷ୍ମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏହାପରେ ଦୁର୍ବୁତ୍ତମାନେ ଲକ୍ଷ୍ମୀଙ୍କ ବେକ ଏବଂ ବାମ ପାପୁଲିକୁ ଧାରୁଆ ଛୁରାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିକଳରେ ଭାଟାପଡା ଚେକଗେଟକୁ ଲକ୍ଷ୍ମୀ ଦୌଡ଼ି ପଳାଇଥିଲେ। ଖବର ପାଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବରବରା ସେକ୍ସନ ବନପାଳ ଅକ୍ଷୟ ନାୟକ ଏବଂ ଅନ୍ୟ କର୍ମଚାରୀମନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ।

ଆଜି ଆହତ ଜଙ୍ଗଲ ସୁରକ୍ଷା କର୍ମଚାରୀଙ୍କ ପକ୍ଷରୁ ଉଭୟ ଦୁର୍ବୁତ୍ତଙ୍କ ନାମରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମାରପାରୀ ଅଞ୍ଚଳର ତାରିଣୀ ନାୟକ ଏବଂ ବାଣପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ନାରାୟଣ ଭୂୟାଁ।

Categories
ଆଜିର ଖବର ଆଞ୍ଚଳିକ

ତରାପି ଜଙ୍ଗଲରେ ଟାଙ୍ଗୀ ଵନ ବିଭାଗର ଚଢାଉ: ଲକ୍ଷାଧୀକ ଟଙ୍କାର କାଠ ବୋଝେଇ ଟ୍ରାକ୍ଟର ସହ କରତ କଳ ଜବତ

ସୀତାରାମ ଅଗ୍ରୱାଲ 

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅଂଚଳରେ ଦିନକୁ ଦିନ ଚୋରା କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। କରତ କଳକୁ ଟାଙ୍ଗୀ ଅଂଚଳରେ ବ୍ୟାନ କରାଯାଇଥିବା ବେଳେ ଚୋରା କାଠ ମାଫିଆ ମାନେ ବେଆଇନ ଭାବେ କରତ କଳ ଚଲାଇ ବେଶ୍ ମୁନାଫା କମାଇବାରେ ଲାଗିଛନ୍ତି। ଟାଙ୍ଗୀ ଥାନା ତରାପି ଗ୍ରାମ ଜଙ୍ଗଲ ଭିତରେ ଏକ ଚୋରା କରତ କଳ ଚାଲୁଥିବାର ଟାଙ୍ଗୀ ବନ ବିଭାଗ ସୂଚନା ପାଇ ତରାପି ଜଙ୍ଗଲରେ ଚଢାଉ କରିଥିଲା। ବନ ବିଭାଗ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ଏବଂ ତାଙ୍କ ଦଳ ଏହି ଚଢାଉରେ ସାମିଲ ହୋଇ  କରତ କଳ ସହ ଏକ ଟ୍ରାକ୍ଟର ଜବତ କରିବାକୁ ସକ୍ଷମ ହୋଇଛନ୍ତି। ଏହା ସହ ଲକ୍ଷାଧୀକ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛନ୍ତି।