Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

”ଆମ କାର୍ଯ୍ୟରେ ହସ୍ତକ୍ଷେପ’: ଭାରତରେ କାନାଡିୟ କୂଟନୀତିଜ୍ଞଙ୍କ ଉପସ୍ଥିତିକୁ ନେଇ କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି କହିଛନ୍ତି ଯେ, କାନାଡ଼ାର କୂଟନୀତିଜ୍ଞମାନଙ୍କ ଦ୍ୱାରା ଆମ କାର୍ଯ୍ୟରେ ଲଗାତାର ହସ୍ତକ୍ଷେପ ଯୋଗୁଁ ଆମେ ସମାନତା ବିଷୟରେ ଆଲୋଚନା କରିଛୁ। ଭାରତ-କାନାଡା ସମ୍ପର୍କ ଉପରେ ସେ କହିଛନ୍ତି ଯେ, ସମ୍ପର୍କ ବର୍ତ୍ତମାନ ଏକ କଷ୍ଟସାଧ୍ୟ ପର୍ଯ୍ୟାୟ ଦେଇ ଗତି କରୁଛି। ଆମର ସମସ୍ୟା କାନାଡା ରାଜନୀତିର କିଛି ଅଂଶ ସହିତ। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମେ କାନାଡାରେ ଆମର କୂଟନୀତିଜ୍ଞଙ୍କ ସୁରକ୍ଷା ଦିଗରେ ଅଗ୍ରଗତି ଦେଖୁ, ତେବେ ଆମେ ସେଠାରେ ଭିସା ଜାରି କରିବାକୁ ଚାହିଁବୁ।

ଚଳିତ ବର୍ଷ ଜୁନ୍ ମାସରେ ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜରଙ୍କୁ କାନାଡାରେ ହତ୍ୟା କରାଯାଇଥିଲା। ଗତ ମାସରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ମାମଲାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଏହା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା।

ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗର କିଛି ଦିନ ପରେ କାନାଡା ନାଗରିକଙ୍କୁ ଭିସା ପ୍ରଦାନ ସାମୟିକ ଭାବେ ବନ୍ଦ ହେବ ବୋଲି ଘୋଷଣା କରିଥିଲା ଏବଂ ଭାରତରେ ଏହାର କୂଟନୈତିକ ଉପସ୍ଥିତି ହ୍ରାସ କରିବାକୁ ଓଟବାକୁ କହିଥିଲା।