Categories
ଆଜିର ଖବର ଖେଳ ଜାତୀୟ ଖବର

ଇଦ୍ରାବାଦକୁ ୧୪ ରନ୍ ରେ ପରାସ୍ତ କଲା ମୁମ୍ବାଇ, କାମେରୁନ୍ ଗ୍ରୀନ୍ ଙ୍କ ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇପିଏଲ୍-୨୦୨୩ ର ୨୫ ତମ ମ୍ୟାଚ୍ ରେ ନିଜ ଘରେ ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ ରେ ପରାସ୍ତ କରିଛି। ଏହା ସହିତ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବିଜୟରେ ହ୍ୟାଟ୍ରିକ୍ ଲଗାଇଛି। ଏହି ମ୍ୟାଚ୍‌ରେ ୧୯୩ ରନ୍‌ର ଟାର୍ଗେଟକୁ ପିଛା କରି ହାଇଦ୍ରାବାଦ ଦଳ ୧୯.୫ ଓଭରରେ ୧୭୮ ସ୍କୋର କରିପାରିଛି। କ୍ୟାମେରୁନ୍ ଗ୍ରୀନ୍ ଙ୍କ ଅଲରାଉଣ୍ଡର ପ୍ରଦର୍ଶନ ମୁମ୍ବାଇ ପାଇଁ ଦେଖିବାକୁ ମିଳିଥିଲା, ଯିଏ ବ୍ୟାଟ୍ ସହିତ ୬୪ ରନ୍ ସଂଗ୍ରହ କରିଥିଲେ ଏବଂ ମ୍ୟାଚ୍ ରେ ୧ ଟି ୱିକେଟ୍ ମଧ୍ୟ ନେଇଥିଲେ। ଯେତେବେଳେ ହାଇଦ୍ରାବାଦକୁ ଅନ୍ତିମ ୧୨ ବଲରେ ୨୪ ରନ୍ ସ୍କୋର କରିବାକୁ ଥିଲା, ଗ୍ରୀନ୍ ୧୯ ତମ ଓଭରରେ ବୋଲିଂ କରି ମାତ୍ର ଚାରି ରନ୍ ଦେଇ ତାଙ୍କ ଦଳକୁ ଦୃଢ ସ୍ଥିତିରେ ରଖିଥିଲେ।

୧୯୩ ରନ୍ ସ୍କୋରକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ଦଳ ସେମାନଙ୍କ ଓପନିଂ ଯୋଡି ଠାରୁ ଏକ ଭଲ ଆରମ୍ଭ ଆଶା କରିଥିଲା। ପୂର୍ବ ମ୍ୟାଚ୍‌ରେ ଶତକୀୟ ପାଳି ଖେଳିଥିବା ହ୍ୟାରି ବ୍ରୁକ୍ ଙ୍କ ରୂପରେ ଦଳୀୟ ସ୍କୋର ୧୧ ରନରେ ଦଳ ପ୍ରଥମ ଝଟକା ପାଇଥିଲା, ଯିଏ ୯ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ହାଇଦ୍ରାବାଦ ରାହୁଲ ତ୍ରିପାଠୀଙ୍କ ରୂପରେ ୨୫ ସ୍କୋରରେ ଦ୍ୱିତୀୟ ଝଟକା ପାଇଥିଲା, ଯିଏ ୭ ରନର ଇନିଂସ ଖେଳିବା ପରେ ପାଭିଲିୟନକୁ ଫେରିଥିଲେ। ଏଠାରୁ ଅଧିନାୟକ ଏଡେନ ମାର୍କ୍ରାମଙ୍କ ସହ ମୟଙ୍କ ଅଗ୍ରୱାଲ ଇନିଂସ ଆଗକୁ ବଢାଇଥିଲେ ଏବଂ ପ୍ରଥମ ୬ ଓଭରରେ ଦଳକୁ ୪୨ ସ୍କୋରକୁ ନେଇଥିଲେ।

ପ୍ରଥମ ୬ ଓଭର ଶେଷ ହେବା ପରେ ମୟଙ୍କ ଅଗ୍ରୱାଲ ଅଧିନାୟକ ଆଡେନ ମାର୍କ୍ରାମଙ୍କ ସହ ଇନିଂସକୁ ଦ୍ରୁତ ଗତିରେ ବୃଦ୍ଧି କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୩୦ ବଲରେ ୪୬ ରନର ଭାଗିଦାରୀ ହୋଇଥିଲା। ଏହି ମ୍ୟାଚରେ ୧୭ ଟି ବଲରେ ୨୨ ରନର ଇନିଂସ ଖେଳିବା ପରେ ମାର୍କାମ ପାଭିଲିୟନକୁ ଫେରିଥିଲେ। ଏହା ପରେ ୭୨ ସ୍କୋରରେ ଦଳ ଅଭିଷେକ ଶର୍ମାଙ୍କ ରୂପରେ ଚତୁର୍ଥ ଝଟକା ପାଇଥିଲା, ଯିଏ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ମୟଙ୍କ ଅଗ୍ରୱାଲ, ହେନ୍ରିଚ୍ କ୍ଲାସେନ୍ ଙ୍କ ସହ ପୁନର୍ବାର ଦଳର ଇନିଂସ ପରିଚାଳନା କରି ସ୍କୋରକୁ ଦ୍ରୁତ ଗତିରେ ବୃଦ୍ଧି କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୫ ମ ୱିକେଟ୍ ପାଇଁ ୨୯ ବଲରେ ୫୫ ରନର ଭାଗିଦାରୀ ହୋଇଥିଲା। ଏହି ମ୍ୟାଚରେ ୧୬ ଟି ବଲରେ ୩୬ ରନ୍ ର ଇନିଂସ ଖେଳିବା ପରେ କ୍ଲାସେନ୍ ପାଭିଲିୟନକୁ ଫେରିଥିଲେ।

ମୟଙ୍କ ଅଗ୍ରୱାଲଙ୍କ ରୂପରେ ୧୩୨ ସ୍କୋର ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଦଳ ଷଷ୍ଠ ଝଟକା ପାଇଥିଲା, ଯିଏ ୪୧ ବଲରେ ୪୮ ରନ୍ ଇନିଂସ ଖେଳିବା ପରେ ପାଭିଲିୟନକୁ ଫେରିଥିଲେ। ଅନ୍ତିମ ୫ ଓଭରରେ ଜିତିବା ପାଇଁ ହାଇଦ୍ରାବାଦକୁ ୬୦ ରନ୍ ଆବଶ୍ୟକ ଥିଲା, କିନ୍ତୁ ବାରମ୍ବାର ବ୍ୟବଧାନରେ ୱିକେଟ୍ ହରାଇବା କାରଣରୁ ଦଳକୁ ଏହି ମ୍ୟାଚ୍‌ରେ ନିକଟତମ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶେଷ ଓଭରରେ ଜିତିବା ପାଇଁ ହାଇଦ୍ରାବାଦ ଦଳକୁ ୨୦ ରନ୍ ଆବଶ୍ୟକ ଥିଲା ଏବଂ ମୁମ୍ବାଇ ଅର୍ଜୁନ ତେନ୍ଦୁଲକରଙ୍କୁ ବୋଲିଂ ଦାୟିତ୍ଵ ଦେଇଥିଲା। ଅର୍ଜୁନ ଅନ୍ତିମ ଓଭରରେ ଚମତ୍କାର ବୋଲିଂ କରି ହାଇଦ୍ରାବାଦକୁ ବିଜୟ ରାସ୍ତାରେ ବ୍ରେକ ଲଗାଇଥିଲେ। ମୁମ୍ବାଇ ପାଇଁ ଏହି ମ୍ୟାଚରେ ଜେସନ ବେହେରେଣ୍ଡର୍ଫ, ପୀୟୁଷ ଚାୱଲା ଏବଂ ରେଲି ମେରେଡିଥ ୨-୨ ୱିକେଟ୍ ନେଇଥିବାବେଳେ କ୍ୟାମେରୁନ୍ ଗ୍ରୀନ୍ ଏବଂ ଅର୍ଜୁନ ତେନ୍ଦୁଲକର ୧-୧ ୱିକେଟ୍ ନେଇଥିଲେ।