Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୂଜା ଶର୍ମାଙ୍କ ହତ୍ୟାକାରୀଙ୍କୁ ଧରିଲା ପୋଲିସ, ତିନିଜଣଙ୍କୁ କଲା ଗିରଫ

ଗୁରୁଗାଁଓ, ଗତ 3 ତାରିଖରେ ପୂଜା ଶର୍ମାଙ୍କଠାରୁ ଗାଡି ଚୋରାଇ ନେବା ପାଇଁ ଗୁଳିକରି ହତ୍ୟା କରିଥିବା ତିନି ଜଣଙ୍କୁ ଆଜି ପୋଲିସ ଗିରଫ କରିଛି। ତିନିଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଆଉ ଦୁଇଜଣ ହରିୟାନାର ବୋଲି ଜଣାପଡିଛି। ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି।

ଗତ 3 ତାରିଖରେ ଗୁରୁଗାଁଓ ନିବାସୀ ପୂଜା ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁ ରାତିରେ ମଧ୍ୟପ୍ରଦେଶରୁ ଆସୁଥିଲେ। ରାସ୍ତାରେ ଏମାନଙ୍କୁ ପିଛା କରିଥିଲେ ଏହି ତିନି ଜଣ ଯୁବକ। ସେମାନେ ଉଭୟଙ୍କୁ ରାସ୍ତାରେ ଅଟକାଇ ଧମକ ଚମକ ଦେବା ସହିତ କାରକୁ ଛଡାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ଏଥିରେ ଉଭୟ ପୂଜା ଏବଂ ତାଙ୍କ ପୁରୁଷ ବନ୍ଧୁ ବାଧା ଦେଇଥିଲେ। ସେମାନେ କାରଟି ନେବାରେ ଅସଫଳ ହେବାରୁ ସେହି ସ୍ଥାନରେ ପୂଜାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେମାନେ କାର ନେଇ ଫେରାର ହୋଇ ଯାଇଥିଲେ।

ବହୁଦିନ ଧରି ପୋଲିସ ଅନୁସନ୍ଧାନ କରିବା ପରେ ଏମାନଙ୍କୁ ଠାବ କରିଥିଲା। ସେହିଦିନଠାରୁ ପୋଲିସ ସମସ୍ତ କାର ଚୋରଙ୍କ ଉପରେ ନଜର ରଖିଥିଲା। ପରିଶେଷରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣା ସେତେବେଳେ ବେଶ୍ ଚର୍ଚ୍ଚାକୁ ଆସିଥିଲା।