Categories
ଆଜିର ଖବର

ସେପ୍ଟମ୍ବର ମାସରେ ପଡୁଛି ଦୁଇଟି ବଡ ଏକାଦଶୀ, ଏହାକୁ ପାଳନ କଲେ ପିଲାଙ୍କର ହୁଏ ମଙ୍ଗଳ

ଭୁବନେଶ୍ବର, ଏକାଦଶୀ ପାଳନର ବିଶେଷ ମହତ୍ବ ରହିଛି। ଆମ ହିନ୍ଦୁଶସ୍ତ୍ରରେ ଏକାଦଶୀ ପାଳନର ବିଧିବିଧାନ ମଧ୍ୟ ରହିଛି। ଏକାଦଶୀଦିନ ଉପବାସ ରହି ଏହି ବ୍ରତ ପାଳନ କରାଯାଇଥାଏ। ଆସନ୍ତା ସେପ୍ଟେମ୍ବର ମାସରେ ପଡୁଥିବା ଦୁଇଟି ଏକାଦଶୀ ସଂପର୍କରେ ଆସନ୍ତୁ ଜାଣିବା।

3 ସେପ୍ଟେମ୍ବର ପଡୁଛି  କାଳୀୟ ଦଳନ ଏକାଦାଶୀ

ଭାଦ୍ରବ ମାସର କୃଷ୍ଣ ପକ୍ଷ ଏକାଦଶୀକୁ କାଳୀୟ ଦଳନ ଏକାଦଶୀ କୁହାଯାଏ । ଏଥର ଏହି ଏକାଦଶୀ 3 ସେପ୍ଟେମ୍ବର 2021 ରେ ପଡୁଛି। ଏହି ଏକାଦଶୀ ଉପବାସ ପାଳନ କଲେ ସମସ୍ତ ପାପକୁ ନଷ୍ଟ କରିଦିଏ ଏବଂ ଅଶ୍ୱମେଧ ଯଜ୍ଞର ଫଳାଫଳ ଦେଇଥାଏ । ଏହି ଏକାଦଶୀ ପାଳନ କଲେ ପୁଅ ଉପରେ କୈଣସି ଅସୁବିଧା ନାହିଁ। ଅନେକ ସ୍ଥାନରେ ଏହାକୁ ଅଜା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ। ଏହିଦିନ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ସ୍ବତନ୍ତ୍ର ବେଶ କରାଯାଇଥାଏ।

17 ସେପ୍ଟେମ୍ବର ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ

ଭାଦ୍ରବ ମାସ ଶୁକ୍ଲ ପକ୍ଷର ଏକାଦଶୀକୁ ପରିବର୍ତ୍ତନ ଏକାଦଶୀ କୁହାଯାଏ । ଏଥର ଏହି ଏକାଦଶୀ ସେପ୍ଟେମ୍ବର 17 ଶୁକ୍ରବାର ଦିନ ହେବ । ଏହି ଏକାଦଶୀର ମହତ୍ତ୍ୱ ହେଲା ଭଗବାନ ବିଷ୍ଣୁ ଏହି ଦିନ ତାଙ୍କ ପାଶ୍ବ ପରିବର୍ତ୍ତନ କରନ୍ତି । ସେଥିପାଇଁ ଏହାକୁ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ବୋଲି କୁହାଯାଏ । ଏହି ଏକାଦାଶୀରେ ଉପବାସ ପାଳନ କଲେ, ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ । ଏହି ଦିନ ମନ୍ଦିରରେ ସ୍ବତନ୍ତ୍ର ପୂଜା ମଧ୍ୟ କରାଯାଇଥାଏ।