Categories
ବିଶେଷ ଖବର ବ୍ୟବସାୟ

ସୁଲଭ ସମ୍ପତ୍ତି କିଣିବା ପାଇଁ ବ୍ୟାଙ୍କ ଅଫ୍ ବରୋଦା ଆଣିଛି ମେଗା ଇ-ନିଲାମ ଅଫର, ଜାଣନ୍ତୁ କିପରି ପାଇବେ ଲାଭ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଶସ୍ତା ଘରର ସ୍ୱପ୍ନ ଅଛି, ତେବେ ବ୍ୟାଙ୍କ ଅଫ୍ ବରୋଦା ଏହାକୁ ପୂରଣ କରିପାରିବ। ସମ୍ପତ୍ତି ବିକ୍ରୟ ପାଇଁ ବ୍ୟାଙ୍କ ଅଫ୍ ବରୋଦା ଏକ ଅଫର ନେଇ ଆସୁଛି। ବ୍ୟାଙ୍କ ଅଫ୍ ବରୋଦା ର ଏହି ଅଫରରେ, ଆପଣ ବ୍ୟବସାୟିକ, ଆବାସିକ ଏବଂ ଶିଳ୍ପ ସମ୍ପତ୍ତି ଶସ୍ତା କିଣିବାର ସୁଯୋଗ ପାଉଛନ୍ତି। ସମ୍ପତ୍ତିର ନିଲାମ ପାଇଁ ଇ-ନିଲାମ କରିବାକୁ ବିଓବି ନିଷ୍ପତ୍ତି ନେଇଛି।

ବ୍ୟାଙ୍କ ଅଫ୍ ବରୋଦା ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟୁଇଟ୍ କରି ସୂଚନା ଦେଇଛି ଯେ, ଏହା ଜାନୁଆରୀ ୨୯ ତାରିଖରୁ ମେଗା ନିଲାମ ଆରମ୍ଭ କରିବାକୁ ଯାଉଛି। ଡିଫଲ୍ଟ ତାଲିକାରେ ଥିବା ଅଧିକାଂଶ ସମ୍ପତ୍ତି ବ୍ୟାଙ୍କଗୁଡିକ ଦ୍ୱାରା ନିଲାମରେ ରଖାଯାଏ ଏବଂ ବ୍ୟାଙ୍କ ଏହାକୁ ବିକ୍ରି କରି ଏହାର ଋଣ ପୁନରୁଦ୍ଧାର କରେ। ଆଇବିପିଏଆଇ ସୂଚନା ଦେଇଛି ଯେ ବିଓବି ତରଫରୁ ସମ୍ପତ୍ତି ନିଲାମ କରାଯାଉଛି।

ବ୍ୟାଙ୍କର ଆବାସିକ, ବାଣିଜ୍ୟିକ, ଶିଳ୍ପ ଏବଂ କୃଷି ସମ୍ପତ୍ତି ନିଲାମ ପାଇଁ ଜାନୁୟାରୀ ୨୯ ତାରିଖରେ ବ୍ୟାଙ୍କ ଏକ ମେଗା ନିଲାମ କରୁଛି ଏବଂ ଏହି ପଞ୍ଜୀକରଣ ପାଇଁ e-Bkray ପୋର୍ଟାଲ https://ibapi.in/ ରେ କରିବାକୁ ପଡିବ।

ମେଗା ନିଲାମରେ ଅଂଶଗ୍ରହଣ କରିବାକୁ, ଆପଣ କିମ୍ବା ବିଡରଙ୍କୁ ଉଲ୍ଲେଖ କରାଯାଇଥିବା ୱେବସାଇଟରେ ଆବଶ୍ୟକ KYC ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ଇ-ନିଲାମ ସେବା ପ୍ରଦାନକାରୀଙ୍କ ମାଧ୍ୟମରେ KYC ଡକ୍ୟୁମେଣ୍ଟଗୁଡିକ ଯାଞ୍ଚ କରାଯିବ। ଏହା କୁହାଯାଉଛି ଯେ, ଏହା ୨ ରୁ ୩ ଦିନ ଲାଗିପାରେ। ତେଣୁ ଯଦି ଆପଣ ଇ-ନିଲାମ କିମ୍ବା ମେଗା-ନିଲାମରେ ଭାଗ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏହା ପୂର୍ବରୁ ପ୍ରସ୍ତୁତ କରିବାକୁ ପଡିବ।