Categories
ଆଞ୍ଚଳିକ

କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପାତ୍ରଙ୍କର ପରିଚାଳନାରେ ଵିଭିନ୍ନ ଖେଳକୁଦରେ ୧୪୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବାଳକ ବର୍ଗରେ ୨ୟ ଵର୍ଷର ଛାତ୍ର ଜୟମାସୀ ଲୁଗୁନ୍ ଓ ବାଳିକା ବର୍ଗରେ +୨ ୨ୟ ଵର୍ଷ ଛାତ୍ରୀ ବସୁମତୀ ଭୋଇ ଚମ୍ପିୟାନ୍ ଘୋଷିତ ହୋଇ ଥିଲେ।

ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ପଵିତ୍ର ମୋହନ ବେହେରାଙ୍କର ସଭାପତିତ୍ଵ ରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅଧ୍ୟକ୍ଷା ସୁଶ୍ରୀତା ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିବା ଵେଳେ ଅଧ୍ୟାପକ କୌଷିକ ପ୍ରଧାନ୍ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁ, ସମ୍ମାନୀତ ଅତିଥି ଭାବରେ ଦର୍ଶନୀ ଷଣ୍ଢ, ରମାକାନ୍ତ ପ୍ରଧାନ, ସ୍ଥାନୀୟ ସରପଞ୍ଚ ରୀନା ନାୟକ ଓ ସମିତି ସଭ୍ୟା ଯାଜ୍ଞସେନୀ କୁଅଁର ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।