Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି କୁମାରପୂର୍ଣ୍ଣିମା, ମା’ ଭଗବତୀଙ୍କ ପୀଠରେ କଉଡ଼ି ଖେଳ

ବାଣପୁର: ଆଜି ପବିତ୍ର କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’ଭଗବତୀ। ଚଳିତ ଶାରଦୀୟ ପର୍ବର ଶେଷ ଉତ୍ସବ। ଭଉଣୀ କନକ ଦୁର୍ଗାଙ୍କୁ ପାଖରେ ରଖି ବଳି ସେବକ ବଳି ଜେନା ସହିତ ରାତିରେ କଉଡି ଖେଳ ଖେଳିବେ ମା’। ବଳିଜେନା ଖେଳରେ ହାରି ଆଗମୀ ବର୍ଷ ଶାରଦୀୟ ପର୍ବରେ ପୁଣି ନରବଳୀ ପ୍ରତୀକ ସେବା ନୀତିରେ ସହଯୋଗ କରିବାକୁ ସଂକଳ୍ପ କରି ମା’ଙ୍କ ବଡସିଂହାର ପ୍ରସାଦ ସେବନ ସାରି ନିଶାର୍ଦ୍ଧରେ ସ୍ଵଗୃହକୁ ଫେରିବା ପରେ ଭଉଣୀ କନକ ଦୁର୍ଗାଙ୍କୁ ମେଲାଣୀ ଦେବେ ମା’।

ମା’ କନକଦୁର୍ଗା ଭଉଣୀ ଭଗବତୀଙ୍କ ସହିତ ଦୀର୍ଘ ୨୩ ଦିନର ଶାରଦୀୟ ପର୍ବ ପୂଜା ଶେଷ କରି ନିଶାର୍ଦ୍ଧରେ ଦକ୍ଷେଶ୍ଵର ମନ୍ଦିରକୁ ବିଜେ କରିବାପରେ ପାର୍ବଣଉତ୍ସବ ଉଦ୍ ଯାପିତ ହେବ।

ଏହି ଶେଷ ପର୍ବରେ ମା’ଙ୍କ ଦୁର୍ଲଭ କଉଡି ଖେଳ ଦର୍ଶନ କରି ମାତୃ କୃପାଲାଭ କରିବାକୁ ନିବେଦନ ସହିତ ମନ୍ଦିର ପ୍ରଶାସନ ସମସ୍ତଙ୍କର ମଂଗଳ କାମନା କରୁଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜୁଆଆଡ୍ଡା ଚଢ଼ାଉ: ୧୧ ଜୁଆଡ଼ି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମାରପୂର୍ଣ୍ଣିମା ପାଖେଇ ଆସୁଥିବାବେଳେ ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗର ନିଗମରେ ଜୁଆଆଡ୍ଡା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ବିରୋଧରେ ଜୋର୍‌ଦାର ଚଢ଼ାଉ ଜାରି ରହିଥିଲେ ମଧ୍ୟ କିଛି ଅମାନିଆ ଜୁଆଡ଼ି ନିଜର ସର୍ବସ୍ୱ ହାରି ମଧ୍ୟ ଜୁଆଖେଳ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ଗତକାଲି ରାତ୍ରିରେ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ଅନନ୍ତ ନଗର ପ୍ରଥମ ଗଳିରେ ଚଢ଼ାଉ ହୋଇ ୧୧ ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ୍। ଜୁଆଆଡ୍ଡାରୁ ୧୩ହଜାର ୮୭୦ ଟଙ୍କା ସହ ୭ଟି ମୋବାଇଲ୍ ଏବଂ ତାସ କାଟା ଜବତ ହୋଇଛି।