Categories
ଆଞ୍ଚଳିକ

ଟାଙ୍ଗୀରେ ଶୋକର ଛାୟା, ଖେଳୁଥିବା ବେଳେ କୂଅରେ ପଡି ଜଣେ ଶିଶୁ ମୃତ

ଟାଙ୍ଗୀ: ନୂଆ ବର୍ଷ ପାଳନ ବେଳେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରତନ ପୁର ପଞ୍ଚାୟତ ନରହରି ସାହିରେ କୂଅରେ ବୁଡି ଶିଶୁ ପୁତ୍ର ମୃତ ହୋଇଥିବାର ଜଣାପଡିଛି। ମୃତ ଶିଶୁ ପୁତ୍ରର ନାମ ଆକାଶ ବେହେରା ଏବଂ ବୟସ 10 ବର୍ଷ ବୋଲି ଜଣା ପଡିଛି।

ଗତ କାଲି ନୂଆବର୍ଷରେ ଆକାଶ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ କୌଣସି କାରଣ ବଶତଃ ସେ ଏକ କୂଅରେ ଖସି ପଡ଼ିଥିଲା। ତେବେ ଏହାକୁ କେହି ଜାଣିନପାରିନଥିଲେ। ତେବେ ଆକାଶ ଘରକୁ ଫେରିବାରେ ବହୁ ବିଳମ୍ୱ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ପରବର୍ତ୍ତି ସମୟରେ ସେ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଆକାଶକୁ କୂଅରୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆକାଶକୁ ମୃତ ଘୋଷଣା କରିଛନ୍ତି। ଖବରପାଇ ଟାଙ୍ଗୀ ପୋଲିସ ନାବାଳକ ଶିଶୁର ଶବ ଜବତ କରି ତଦନ୍ତ ଆରମ୍ଭ କରୁଛି।