Categories
ଜାତୀୟ ଖବର ବିଶେଷ ଖବର

କୃଷକ ସଂଗଠନଗୁଡିକର ଭାରତ ବନ୍ଦ ଡାକରାକୁ ନେଇ ବିଜେଡି ଜଣାଇଲା ତାହାର ନିଷ୍ପତି

ଭୁବନେଶ୍ବର, ଆସନ୍ତାକାଲି ଦେଶର ବିଭିନ୍ନ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଡାକରାରେ କଂଗ୍ରେସ ସମେତ 11 ଟି ରାଜନୈତିକ ଦଳ ସେମାନଙ୍କର ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହି ଆନ୍ଦୋଳନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ସମସ୍ତଙ୍କର ରହିଥିଲା ନଜର। ଏବେ ବିଜେଡି ତାହାର ସ୍ପଷ୍ଟି କରଣ ଦେଇସାରିଛି। ଏହି ସ୍ପଷ୍ଟିକରଣରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ। ହେଲେ କୃଷକଙ୍କ ସମସ୍ୟା ପଛରେ ବିଜେଡିର ସମର୍ଥନ ଅଛି ବୋଲି କୁହାଯାଇଛି।

ଆସନ୍ତା ନଅ ତାରିଖରେ ଚାଷୀ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ଆଲୋଚନା ହେବାର ଅଛି। ସେହି ଆଲୋଚନାରୁ କଣ ନିଷ୍କର୍ଷ ବାହାରୁଛି ବିଜେଡି ତାହାକୁ ଅପେକ୍ଷା କରିଛି। ଏହା ଜଣାପଡିବା ପରେ ବିଜେଡି ତାହାର ପରବର୍ତ୍ତି ପଦକ୍ଷେପ ନେବ ବୋଲି ଜଣାପଡିଛି। ତେବେ ଦଳ ସିଧା କହି ନ ଥିଲେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଛି।

ଯେତେବେଳେ ସଂସଦରେ ଏହି କୃଷି ବିଲ ଆଗତ ହୋଇଥିଲା ସେତେବେଳେ ବିଜେଡି ତରଫରୁ ଏହାକୁ ବିରୋଧ କରାଯାଇଥିଲା। ରାଜ୍ୟ ସଭାରେ ସାଂସଦ ଅମର ପଟ୍ଟନାୟକ ଏହି ବିଲ ବିରୋଧରେ ମତ ଦେଇଥିଲେ। ଯାହାକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା କରାଯାଇଥିଲା। କାରଣ ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କ ସମସ୍ତ ବିଲକୁ ବିନା ସର୍ତ୍ତରେ ସମର୍ଥନ କରିଥିଲା। ହେଲେ ହଠାତ କୃଷି ବିଲକୁ ବିରୋଧ କରିବା ନେଇ ବିଭିନ୍ନ ମହଲରେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଥିଲେ।

କୃଷି ବିଲକୁ ବିଜେଡି ବିରୋଧ କରିଥିବାରୁ ସମସ୍ତେ ଆଶା କରୁଥିଲେ ଯେ, ଦଳ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବ। ଭାରତ ବନ୍ଦ ଡାକରାରେ ମଧ୍ୟ ସାମିଲ ହେବ। ହେଲେ ତାହା ହେଲା ନାହିଁ। ଫଳରେ ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ  ନିତି ଅନୁସାରେ ବିଜେଡି ଏହି ବନ୍ଦ ଡାକରାଠାରୁ ନିଜକୁ ଦୂରେଇ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷି ବିଲ ବିରୋଧରେ ପ୍ରଦେଶ କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁୁ କୃଷି ବିଲ ବିରୋଧରେ ଏକ ବିରାଟ ଶୋଭାଯାତ୍ରା କରାଯାଇତିଲା। ଏହି ଶୋଭାଯାତ୍ରା ଗୋପବନ୍ଧୁ ଛକଠାରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ ପ୍ରମୁଖ ଯୋଗ ଦେଇଥିଲେ।