Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

କେନ୍ଦ୍ରାପଡା: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧିନସ୍ଥ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା”ରେ ୧୦୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ କେନ୍ଦ୍ରାପଡା ଟାଉନ ହଲ ଠାରୁ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଉପଲକ୍ଷେ ମଙ୍ଗଳବାର ଅପରାହ୍ଣ ୦୩.୦୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଟାଉନ ହଲଠାରେ ବରିଷ୍ଠ ନାଗରିକଙ୍କ ପଞ୍ଜୀକରଣ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ଵାସ୍ଥ୍ୟ ଯାଞ୍ଚରେ ଯୋଗ୍ୟ ବିବେଚିତ ହୋଇଥିବା ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ପାଇଁ ଉଦ୍ଧିଷ୍ଟ ବସ୍ ଯୋଗେ ଯାତ୍ରା ଆରମ୍ଭ ପାଇଁ ବସିଥିଲେ। ଏମାନଙ୍କ ମଧ୍ୟରେ ୨୭ ବରିଷ୍ଠ ଦମ୍ପତି ଓ ୫୧ ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ପୁରୁଷଙ୍କ ସଂଖ୍ୟା ୫୬ ଓ ମହିଳାଙ୍କ ସଂଖ୍ୟା ୪୯ ରହିଛି।

ସୂଚନାଯୋଗ୍ୟ ଯେ, ସେମାନେ ଏଠାରୁ ଯାଇ ଭୁବନେଶ୍ଵର ୟୁନିଟ – ୯ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟଠାରେ ରାତ୍ରି ବିଶ୍ରାମ କରିବାର ଆୟୋଜନ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ଆଜି ପୂର୍ବାହ୍ଣ ୧୧.୪୫ ଘଟିକା ସମୟରେ ଭୁବନେଶ୍ଵର ରେଳ ଷ୍ଟେସନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭ ଉଦ୍ଘାଟନ ପରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ ଯୋଗେ ସମସ୍ତ ତୀର୍ଥଯାତ୍ରୀ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

ଏହି ଯାତ୍ରାର ସମୟସୀମା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୪ ତାରିଖରେ ଶେଷ ହେବ। କେନ୍ଦ୍ରାପଡାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିକାରୀ ତ୍ରିଭୁବନ ଜୟସିଂହ, ବରିଷ୍ଠ ତୀର୍ଥଯାତ୍ରୀ ଓ ତାଙ୍କ ପରିବାର ସଦସ୍ୟ, କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ୪ ଜଣ ଏସ୍କର୍ଟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ ଅନୁଷ୍ଠିତ

କେନ୍ଦ୍ରାପଡ଼ା: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ଵାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ତା ୦୪.୦୩.୨୦୨୫ ରିଖ ଠାରୁ ତା ୧୩.୦୩.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଟାଟା ଷ୍ଟ୍ରାଇଭର ଉଦ୍ୟୋଗୀକରଣ ତାଲିମ ପ୍ରଦାନ ଅଧିକାରୀ ଡେନିଶ୍ ରାଜ୍ ନାୟକ,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ବିଜୟ କୁମାର ପତି, ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ରିଚା ବିଶ୍ଵାଳ, ଜିତେନ୍ଦ୍ର କୁମାର ସେଠୀ, ଆଶୁତୋଷ ତ୍ରିପାଠୀ, ହରିଚନ୍ଦନ ରାଉତଙ୍କ ସହଯୋଗରେ ସମାପନ କରାଯାଇଥିଲା।

ଉଦଯାପନ ଦିବସରେ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ମନୋଜ ପ୍ରଧାନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ବିଜୟ କେତନ ସାହୁ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ “ନିଜର ଆର୍ଥିକ ଓ ସାମାଜିକ ଅବସ୍ତାର ଉନ୍ନତି ନିମନ୍ତେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଆତ୍ମ ନିର୍ଭରଶୀଳତା ଏକ ମାଧ୍ୟମ”।

ଏହି ଉଦଯାପନ ଦିବାସର ଶେଷ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଏକ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାରେ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର କାରିଗର ସଚେତନତା ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।  ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସ ର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମ ର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ହସ୍ତଶୀଳ୍ପ ବିକାଶ ଅଧିକାରୀ ପ୍ରିୟଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ହସ୍ତଶୀଳ୍ପ କ୍ଷେତ୍ରରେ ମୁଖ୍ୟତଃ କାଇଁଚ କାମ, ଟେରାକୋଟା, କତା କଣ୍ଢେଇ, ଚାନ୍ଦୁଆ କାମ, ପଟ୍ଟଚିତ୍ର, ବେତ ବାଉଁଶ, ପଥର ଖୋଦେଇ ଇତ୍ୟାଦି କ୍ରାଫ୍ଟରେ ହସ୍ତଶିଳ୍ପୀମାନେ କାମ କରୁଛନ୍ତି। ସରକାରଙ୍କ ଯୋଜନା ରୁ ଲାଭ ଉଠାଇ ହସ୍ତଶିଳ୍ପୀମାନେ ଉପକୃତ ହୋଇପାରିବେ ଏବଂ ସାମଗ୍ରୀ ଉତ୍ପାଦ ବୃଦ୍ଧି କରିପାରିବେ ସେ ନେଇ ସଚେତନ କରାଯାଇଥିଲା।

ଅନ୍ୟତମ ହସ୍ତଶୀଳ୍ପ ବିକାଶ ଅଧିକାରୀ ଦିନେଶ ସାହୁ, ହସ୍ତଶୀଳ୍ପ ବିକାଶ ଅଧିକାରିଣୀ ଦିପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଟେରାକୋଟା ନିପୁଣ ହସ୍ତଶିଳ୍ପୀ ନିରଞ୍ଜନ ବେହେରା, ଚାନ୍ଦୁଆ କାମ ନିପୁଣ ହସ୍ତଶିଳ୍ପୀ ରେସମା ବେଗମ, କାଇଁଚ ନିପୁଣ ହସ୍ତଶିଳ୍ପୀ ସ୍ବର୍ଣ୍ଣପ୍ରଭା ସ୍ୱାଇଁ ପ୍ରମୁଖ ନିଜର ଅଭିଜ୍ଞତା ଆଳରେ ଉପସ୍ଥିତ ହସ୍ତଶିଳ୍ପୀ ମାନଙ୍କୁ ସଚେତନ କରାଇଥିଲେ। ହସ୍ତଶିଳ୍ପୀ ତପନ ବେହେରା, ସୁବଳ ମୁଦୁଲି, ତପସ୍ୱିନୀ ନାୟକ, ସ୍ୱପ୍ନାରାଣୀ ପୃଷ୍ଟି, ସୁଚିତ୍ରା ଜେନା, ଭାଗ୍ୟଧର ମହାରଣା, ପାର୍ବତୀ ସ୍ୱାଇଁ, ରୁକ୍ମଣୀ ନାୟକଙ୍କ ସମେତ ଶତାଧିକ ହସ୍ତଶିଳ୍ପୀ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେନ୍ଟ ଟିମ ଗଠନ କରାଯାଇଥିଲା। କେନ୍ଦ୍ରାପଡ଼ାଠାରେ ଅବସ୍ଥାପିତ ଖଣି ଅଧିକାରୀଙ୍କ ସୂଚନା ଅନୁଯାୟୀ ଜଣାଯାଉଛି ଯେ ବିଭିନ୍ନ ନଦୀରୁ ଅବୈଧ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏନଫୋର୍ସମେନ୍ଟ ଟିମ ଦ୍ବାରା ୨୦ ଗୋଟି କେସ ରୁଜୁ କରାଯାଇ ସେଥିରେ ବ୍ୟବହୃତ ୨୭ ଗୋଟି ଗାଡ଼ିକୁ ଜବତ କରାଯାଇଛି ଓ ୧୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୨୩ ଗୋଟି ଇଟା ଭାଟି ଏବଂ ଆଳି ଓ ମାର୍ଶାଘାଇ ତହସିଲ ଅନ୍ତର୍ଗତ ୨ ଗୋଟି ବାଲି ଖଣି ଉପରେ ଚଢାଉ କରାଯାଇ ୩ ଗୋଟି ହାଇୱା, ୨ ଗୋଟି ଟ୍ରାକ୍ଟର, ୧ ଗୋଟି ପୋକ୍ଲେନ୍, ୧ ଗୋଟି ସକ୍ସନ୍ ମେସିନ୍ ଜବତ କରାଯାଇଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି। ଚୋରା ଚାଲାଣ କାର୍ଯ୍ୟରୁ ବିରତ ନ ହେଲେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଚେତାବନୀ ଶୁଣାଇଛନ୍ତି। ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଗଣମଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଆଶାବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ ଏବଂ ଆର୍ଥିକ ସାକ୍ଷରତା ମେଗା ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ନାବାର୍ଡ ପକ୍ଷରୁ ଆଜି ସଂସ୍କୃତି ଭବନ, କେନ୍ଦ୍ରାପଡ଼ାଠାରେ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ ଏବଂ ଆର୍ଥିକ ସାକ୍ଷରତା ମେଗା ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ କେନ୍ଦ୍ରପଡ଼ାର ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ସିଜିଏମ୍, ନାବାର୍ଡ, ସଞ୍ଜୟ କେ ତାଲୁକଦାର, ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରିଷି ସିଂହ ଏହି ଅବସରରେ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ କଟକ ସିସିବି ଲିମିଟେଡ୍, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ନବକିଷାନ ଦ୍ୱାରା କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ମୋଟ ୨୮.୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେସିସି ସାଚୁରେସନ୍ ଅଭିଯାନ ଅଧୀନରେ ଜିଲ୍ଲାର ୬୪୭ ଜଣ ଋଣଗ୍ରହୀତାଙ୍କୁ ଅନ୍ତର୍ଭୁକ୍ତ କରି ୩.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଅଧୀନରେ ୧.୮୫ କୋଟି ଟଙ୍କାର ଏଟିଏଲ (କୃଷି ମିଆଦୀ ଋଣ) ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, କେନ୍ଦ୍ରାପଡା ତରଫରୁ ଜଣେ ହିତାଧିକାରୀଙ୍କୁ ୨.୩ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଇ- କେସିସି ଆରମ୍ଭ କରିଥିଲେ।

ଏହି ଅବସରରେ, ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଓଡ଼ିଶା ସରକାରଙ୍କୁ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ବନ୍ୟା ସୁରକ୍ଷା, ଗ୍ରାମୀଣ ସଂଯୋଗୀକରଣ ଏବଂ ଜଳସେଚନ ପାଇଁ ୧୧୩.୪୭ କୋଟି ଟଙ୍କା ମଞ୍ଜୁର ଘୋଷଣା କରିଛି। ଏହା ବ୍ୟତୀତ, ନାବାର୍ଡ ଓଡ଼ିଶା ଜୀବିକା ମିଶନ (ଓଏଲଏମ୍), କେନ୍ଦ୍ରାପଡ଼ାକୁ ନାବାର୍ଡର ମାଇକ୍ରୋ ଏଣ୍ଟରପ୍ରିନିୟରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଅଧୀନରେ ୭.୫ ଲକ୍ଷ ଟଙ୍କା ମଞ୍ଜୁର କରିଛି। ଏକ ମେଗା ସାକ୍ଷରତା ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ଭାରତ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ସାଇବର ଠକେଇ ଇତ୍ୟାଦି ଉପରେ ଆର୍ଥିକ ସଚେତନତା ସୃଷ୍ଟି କରାଯାଇଥିଲା। ନାବାର୍ଡ ଓଡ଼ିଶା ଆରଓ ୨୦୨୪-୨୫ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଗ୍ରାମସ୍ତରୀୟ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଓଜିବିକୁ ୩.୫୨ ଲକ୍ଷ ଟଙ୍କା ଅନୁଦାନ ସହାୟତା ମଞ୍ଜୁର କରିଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ମାନ୍ୟଗଣ୍ୟ ବ୍ୟକ୍ତି, ଓଡ଼ିଶା ଆରଓ, ଡିଡିଏମ୍, ନାବାର୍ଡ, ଏଲଡିଏମ୍, ବରିଷ୍ଠ ଅଧିକାରୀ, ବ୍ୟାଙ୍କର ପ୍ରତିନିଧି, ସିଏଫଏଲ (ଆର୍ଥିକ ସାକ୍ଷରତା କେନ୍ଦ୍ର) ସଂଯୋଜକ, ନାବାର୍ଡର ଚ୍ୟାନେଲ ପାର୍ଟନର ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦୦ ରୁ ଅଧିକ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ା: ସଡ଼କ ସୁରକ୍ଷା ମାସ -୨୦୨୫ ଉଦଯାପନୀ ଉତ୍ସବ

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜାନୁଆରୀ ୧ ତାରିଖ ୨୦୨୫ ଠାରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯକ୍ରମର ଉଦଯାପନୀ ଉତ୍ସବ କେନ୍ଦ୍ରାପଡ଼ା ମୁନସିପାଲିଟି ଟାଉନ ହଲଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ତପନ କୁମାର ପତି ଯୋଗ ଦେଇଥିଲେ। ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଏକ ମାସ ଧରି ଏକ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା ବାର୍ତ୍ତା ବାଣ୍ଟିଥିଲା। ଜିଲ୍ଲା ପରିବହନ ବିଭାଗ ଦ୍ଵାରା ଜାତୀୟ ରାଜପଥ ଓ ଅନ୍ୟାନ୍ୟ ସ୍ଥ।ନରେ ଯାନଚ।ଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ସଚେତନ କରିବା ସହ ଗଡିଗୁଡିକ ମଧ୍ୟ ନିୟମ।ନୁଯାୟୀ ଯାଞ୍ଚ କରାଯାଇଥିଲା।

ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବା ସହ ୧୮ ବର୍ଷରୁ କମ ବୟସ୍କ ଛାତ୍ରଛାତ୍ରୀମାନେ ଗାଡି ନ ଚଳାଇବା, ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ହେଲମେଟ ପରିଧାନ କରିବା ଓ ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା ଆଦି ବିଷୟରେ ସଚେତନ କରାଯାଇଥିଲା। “ସଡ଼କ ସୁରକ୍ଷା ପରିବାର ରକ୍ଷା” ବିଷୟକୁ ଧ୍ୟାନ ଦେବା ସହ ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ସମସ୍ତେ ମାନିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଓ ସ୍ଵେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରା ତିନିମୁହାଣୀ ରାମ ମନ୍ଦିର ଠାରୁ ସହର ମଧ୍ୟଦେଇ ମୁନସିପାଲିଟି ଟାଉନ ହଲଠାରେ ପହଞ୍ଚିଥିଲା। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସକାଳ ୯ ଘଟିକା ସମୟରେ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିବା ଚିତ୍ରାଙ୍କନ, କୁଇଜ, ବକୃତ।,ରଚନା ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ୪ ଜଣ ଗୁଡ ସମାରିଟିୟାନଙ୍କୁ ପ୍ରମାଣପତ୍ର ଓ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଉକ୍ତ ଉଦଯାପନୀ ଉତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ର, ଶିକ୍ଷକ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତ୍ରିଭୁବନ ଜୟସିଂହ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲା ସଡ଼କ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ସଂଯୋଜନା କରିବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ବରିଷ୍ଟ ରାଜସ୍ୱ ସହାୟକ ସଞ୍ଜୟ ନାୟକ ଓ ବିଭାଗୀୟ କର୍ମଚାରୀମାନେ ଉତ୍ସବ ଆୟୋଜନରେ ସହାୟତା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଲ୍ଲୀରେ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ କେନ୍ଦ୍ରାପଡାର କମଳା ମହାରଣାଙ୍କୁ ନିମନ୍ତ୍ରଣ

କେନ୍ଦ୍ରାପଡା: ଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଯୋଗ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଗୁଲନଗର ପଂଚାୟତ ଅନ୍ତର୍ଗତ ଖଇରାବାଦ ଗ୍ରାମର ବୟସ୍କ ମହିଳା କମଳା ମହାରଣାଙ୍କୁ ନିମନ୍ତ୍ରଣ କରାଯାଇଛି। କମଳା ମହାରଣା ନିମନ୍ତ୍ରଣକୁ ସାଦରେ ଗ୍ରହଣ କରିଛନ୍ତି। ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତି ସାରିଛନ୍ତି।

କମଳା ମହାରଣା ଜଣେ ଏପରି ମହିଳା ତାଙ୍କ କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଂଶସା କରିସାରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବେଳେ କମଳାଙ୍କୁ ଭେଟି ତାଙ୍କ ସମ୍ମାନ ବଢାଇଥିଲେ ପ୍ରଧାନମନ୍ତ୍ରୀ। ଆବର୍ଜନା ବସ୍ତୁରୁ ସଂଗୃହୀତ କଂଚା ମାଲରେ ସେ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରି ଚର୍ଚାର ପରିସରକୁ ଆସିଥିଲେ। କେବଳ ଏତିକି ନୁହେଁ ଏହି କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍ତରରେ ପ୍ରଶଂସା ସାଉଁଟିବା ସହ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। କମଳାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗାଁର ଅନ୍ୟମହିଳାମାନେ ମଧ୍ୟ ତାଙ୍କ ଠାରୁ ଏହି କୌସଳ ଆହରଣ କରୁଛନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରିଛନ୍ତି। ସୁଯୋଗ ମିଳିଲେ ସେ ପ୍ରସତୁତ କରିଥିବା ଉପହାର ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ମନସ୍ଥ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଟାରୁ କିଛି ଜ୍ଞାନ ଆହରନ କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ସାଙ୍ଗରେ ଯିବା ପାଇଁ ନିମନ୍ତ୍ରଣ ମିଳିଛି।

ତେବେ ଅସୁସ୍ଥତା ଯୋଗୁ ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ସାନଗରେ ଦିଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ପ୍ରଥମେ ଭିଜୁଆଲ ତା ପରେ ବାଇଟ ରହିଛୀ। ବାଇଟ- କମଳା ମହାରଣା ବିଶେଷ ଦ୍ରଷ୍ଟବ୍ୟ- ୨୧ ତାରିଖ ଦିନ ଗୋଲୋରହାଟର ଲକ୍ଷପତି ଦିଦି ରେଶମା ବେଗମ,ଲକ୍ଷ୍ମୀନାରାୟଣପୁର ସରପଂଚ ଅରକ୍ଷିତ କାଣ୍ଡି,ବେଣୀପୁର ସରପଂଚ ମୋହନ ସାହୁଙ୍କ ଷୋ୍ଟରୀ ପଠାସରିଛି। ଏମାନଙ୍କୁ ଛାଡି ଅନ୍ୟମାନେ ଦିଲିଗସ୍ତରେ ଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରାପଡାର ୩ ଜଣଙ୍କୁ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡକୁ ନିମନ୍ତ୍ରଣ

ଭୁବନେଶ୍ଵର: ଦିଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଚଳିତବର୍ଷର ଜାନୁଆରୀ ୨୬ ଜନରାଜ୍ୟ ପରେଡ ଦେଖିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲକ୍ଷପତି ଦିଦି ମହିଳା ଓ ଦୁଇ ଜଣ ସରପଂଚଙ୍କୁ ଭାରତ ସରକାର ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ କରିଛନ୍ତି। ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳଯୋଗାଣବିଭାଗ ପକ୍ଷରୁ ବିଭାଗୀୟ ନିର୍ଦ୍ଦେସକ ସୁରେନ୍ଦ୍ର କୁମାର ମୀନାଙ୍କ ନିକଟରୁ ଚିଠି ସମ୍ବଳିତ ନିମନ୍ତ୍ରଣ ପତ୍ର ସେମାନଙ୍କ ନିକଟରେ ପହଚିଁଛି।

ନିମନ୍ତ୍ରଣ ପତ୍ର ପାଇଥିବା ଲକ୍ଷପତି ମହିଳା ଦିଦି ହେଉଛନ୍ତି ଗୋଲୋରହାଟ ପଂଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପର ସଂପାଦିକା ରେଶମା ବେଗମ୍। ନିଜସ୍ୱ ପ୍ରୟାସରେ ସେ ସିଲାଇ ମେସିନପକାଇ ବିଭିନ୍ନ କପଡା ପୋଷାକ ଏବଂ ଅନ୍ୟ ଦୈନିକ ବ୍ୟବହାର୍ଯ୍ୟ ଯୋଗ୍ୟ କପଡା ସାମଗ୍ରୀ ନିର୍ମାଣ କରି ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସହ ୫୦ ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କୁ ସିଲାଇ ମେସିନ ତାଲିମ ଦେଇ ଆତ୍ମସ୍ୱାବଲମ୍ବୀ କରିପାରିଛନ୍ତି ରେଶମା ବେଗମ୍। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରି ରାଜ୍ୟ ସ୍ତରରେ ସରକାରଙ୍କ ଠାରୁ ଅନେକବାର ସମ୍ମାନିତ ହୋଇଛନ୍ତି।

ଏହି ଗ୍ରୁପର ଉତ୍ପାଦିତ ଏମ୍ବ୍ରୋଡରୀ କାର୍ଯ୍ୟ ସାରାଦେଶରେ ପ୍ରସିଦ୍ଧି ଲାଭ କରିଛି। ତାଙ୍କର ସଫଳ କାହାଣୀ ଯୋଗୁଁ ସେ ବେଶ ଚର୍ଚ୍ଚିତ। ତାଙ୍କ ସାମାଜିକ କର୍ତବ୍ୟବୋଧକୁ ଦୃଷ୍ଟିରେ ରଖୀ ସରକାର ତାଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ଦିଲୀ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ନିମନ୍ତ୍ରଣ କରିବା କାର୍ଯ୍ୟ ପାଇଁ ସେ ବେଶ ଗର୍ବିତ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ସ୍ୱମୀ ସୋଲେମନଙ୍କ ସହ ଦିଲୀ ଯାତ୍ରା କରିବେ ବୋଲି ନିମନ୍ତ୍ରଣ ଆସିଛି ଏବଂ ସେଠାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ମିଶିବାର ସୁଯୋଗ ମିଳେ ତେବେ ସେ ନିଜର ସିଲାଇ ମେସିନ ଦ୍ୱାରା ନିର୍ମିତ କପଡା ସାମଗ୍ରୀ ଉପହାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି ତଥା ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କରିବାର ଆଶା ରଖିଛନ୍ତି।

ରେଶମାଙ୍କ ପରି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣ ପୁର ପଂଚାୟତର ସରପଂଚ ଅରକ୍ଷିତ କାଣ୍ଡି ଏବଂ ବେଣୀପୁର ପଂଚାୟତର ସରପଂଚ ମୋହନ ଚରଣ ସାହୁଙ୍କୁ ମଧ୍ୟ ସପତ୍ନୀକ ଦିଲୀ କର୍ତବ୍ୟପଥ ଜନରାଜ୍ୟ ଦିବସ ପ୍ୟାରେଡ ଦେଖିବା ପାଇଁ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ ମିଳିଛି। ନିଜ ପଂଚାୟତରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ହରଘର ଜଳ ଯୋଜନା,ସ୍ୱାସ୍ଥ୍ୟବୀମା ଯୋଜନା ପରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ କରାଯାଇପାରିଛି।

ଏହି ସବୁ ମାପଦଣ୍ଡକୁ ଆଧାର କରି ଏହି ଦୁଇ ପଂଚାୟତର ସରପଂଚଙ୍କୁ ଦୀଲୀ ପ୍ୟାରେଡ ଦେଖିବବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ ମିଳିଛି। ସେମାନଙ୍‌କୁ ନିମନ୍ତ୍ରଣ ପତ୍ର ମିଳିଥିବାରୁ ସେମାନେ ଗର୍ବୀତ ଅନୁଭବ କରୁଛନ୍ତି। ସେଠାରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସେମାନେ ମତବିନିମୟ କରିବେ ବୋଲି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡା ଚାଷୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

ଭୁବନେଶ୍ଵର: ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଫସଲଜନିତ କ୍ଷୟକ୍ଷତି ଯୋଗୁଁ ଜଣେ ଚାଷୀ ହୃଦଘାତରେ ବିଲରେ ପ୍ରାଣ ହରାଇଥିବା ଘଟଣା ଲୋକଲୋଚନକୁ ଆସିବା ପରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ,ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ନିର୍ଦ୍ଦେଶରେ ତହସିଲଦାର ଏବଂ ରାଜସ୍ୱ ନୀରିକ୍ଷକ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଡେରାଡ଼ିଶ ବ୍ଲକ ଅନ୍ତର୍ଗତ ସଂଥପୁରା ଗ୍ରାମର ଭାବଗ୍ରାହୀ ମଲିକ ସାତ ଏକର ଜମିରେ ଖରିଫଧାନ ଚାଷ କରିଥିଲେ।

ତେବେ ଅଦିନିଆ ବର୍ଷା ଯୋଗୁଁ ତାଙ୍କ ଦ୍ୱରା ଚାଷ ହୋଇଥିବା ଜମିରେ ଅମଳକ୍ଷମ ଖରିଫଧାନ ଫସଲ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଜମିରେ ଧାନଫସଲର କ୍ଷୟକ୍ଷତି ଆକଳନ କରୁଥିବା ସମୟରେ ଅଧିକ ଚିନ୍ତା କରି ଉଦବିଗ୍ନ ଥିବା ସମୟରେ ତାଙ୍କର ହୃଦଘାତ ଘଟିଥିଲା ଏବଂ ସେ ପ୍ରାଣତ୍ୟାଗ କରିଥିଲେ। ଏହାକୁ ନେଇ ଅଚଁଳରେ ଶୋକର ଛାୟା ଖେଳିଯାଇଛି।

ତଦନ୍ତ ସମୟରେ ରାଜ୍ୟ ସରକାରଙ୍କ ଦ୍ୱରା ପରିଚାଳିତ କେନ୍ଦ୍ରାପଡା କୃଷକ ସମବାୟ ସମିତିର ସଭାପତି ପ୍ରମୋଦ କୁମାର ସାହୁ ଏବଂ ସମିତିର ନିର୍ଦ୍ଦେସକ ସଂଥପୁରାରେ ପହଁଚି ପ୍ରାଣ ହରାଇଥିବା ଚାଷି ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ତାଙ୍କୁ କିପରି ଉପଯୁକ୍ତ କ୍ଷିପୁରଣ ମିଳିବ ସେ ନେଇ ତଦନ୍ତ କରୁଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୃତ ଭାବଗ୍ରାହୀ ପରିବାରକୁ କିପରି ଅଧିକ ମୃତ୍ୟୁକାଳୀନ ସହାୟତା ମିଳିବ ସେ ନେଇ ରାଜ୍ୟ ସରକାରଙ୍କୁ ନମ୍ର ନିବେଦନ କରିଛନ୍ତି କୃଷକ ସମବାୟ ସମିତିର ସଭାପତି ପ୍ରମୋଦ କୁମାର ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ବାଲ ବୈଜ୍ଞାନିକ ପ୍ରଦର୍ଶନୀ: କେନ୍ଦ୍ରାପଡ଼ାର ୪ ପ୍ରକଳ୍ପ ଜୋନସ୍ତରକୁ ମନୋନୀତ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବରଗଡ ଜିଲ୍ଲା ବରପାଲି ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ତିନି ଦିନ ଧରି ଉଦ‌ଯାପିତ ହୋଇଯାଇଅଛି। ଏହି ପ୍ରଦର୍ଶନୀରେ ରେ କେନ୍ଦ୍ରାପଡ଼ାର ୭ ଟି ପ୍ରକଳ୍ପ ମଧ୍ୟରୁ ୪ ଗୋଟି ପ୍ରକଳ୍ପ ଜୋନସ୍ତରକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରାଣ୍ଡୋର ଏକାଦଶ ଶ୍ରେଣୀର ଛାତ୍ରୀ ସ୍ବାତୀପ୍ରଜ୍ଞା ରଥ ଖାଦ୍ୟ ସ୍ୱାସ୍ଥ୍ୟ ବିଷୟବସ୍ତୁରେ ପ୍ରଥମ ସ୍ଥାନ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗଙ୍ଗାରାମପୁର, ପଟ୍ଟାମୁଣ୍ଡାଇର ଛାତ୍ର ପ୍ରାଣତୋଷ ପ୍ରଧାନ ବିପର୍ଯୟ ପରିଚାଳନରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହା ଛଡ଼ା ଆଉ ୨ ଜଣ କୁନି ବୈଜ୍ଞାନିକ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଛାତ୍ର ରଶ୍ମି ରଞ୍ଜନ ସାହୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଓ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟ, ଗୋଜାବନ୍ଧର ଅଷ୍ଟମ ଶ୍ରେଣୀର ଛାତ୍ର ସନ୍ତୋଷ ବାରିକ ପରିବହନ ଓ ଯୋଗାଯୋଗ ପ୍ରକଳ୍ପରେ ଭାଗ ନେଇ ଜୋନ ସ୍ତରକୁ ମନୋନୀତ ହୋଇଛନ୍ତି। ଏହି ୪ ଜଣ କୁନି ବୈଜ୍ଞାନିକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ୭, ୮, ୯ ତାରିଖ କୋଲକତାରେ ବିଟମ ଠାରେ ଜୋନ ସ୍ତରରେ ଭାଗନେବେ।

ଏହି କୁନି ବୈଜ୍ଞାନିକମାନଙ୍କୁ ଜିଲ୍ଲାର ଟିମ ୬୦ ସେମାନଙ୍କର ମାର୍ଗଦର୍ଶକ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ପହଞ୍ଚି କୁନି କୁନି ବୈଜ୍ଞାନିକକୁ ଉସ୍ତାହିତ କରୁଥିଲେ। ଏହି ୪ ଜଣ କୁନି କୁନି ବୈଜ୍ଞାନିକ ଓ ଗାଇଡ ଶିକ୍ଷକଙ୍କୁ ଜିଲ୍ଲାଶିକ୍ଷାକାରୀ ପ୍ରଦୀପ କୁମାର ନାଗ ଧନ୍ୟବାଦ ଜଣାଇବା ସହ ସେମାନଙ୍କୁ ସମ୍ବଦ୍ଧିର୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାର ହୁକିଟୋଲା ଦ୍ୱୀପ: ଦେଶର ସର୍ବୋତ୍ତମ ଗୁପ୍ତ ରହସ୍ୟମୟ ରମଣୀୟ ନୌବାଣିଜ୍ୟ ସ୍ମାରକୀ

ଭୁବନେଶ୍ଵର: ଏଭଳି କିଛି ସ୍ଥାନ ରହିଛି ଯାହାର ଉତ୍ପତ୍ତି କାହାଣୀ ବେଶ ରହସ୍ୟମୟ। ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ନିକଟସ୍ଥ ସାମୁଦ୍ରିକ ମୁହାଣରେ ରହିଥିବା ଏକ ଦ୍ୱୀପାଚଁଳ ରହିଛି ଯାହାର ନାମ ହେଉଛି ହୁକିଟୋଲା। ଏହା ଏକ ବ୍ରିଟିଶ ସ୍ଥାପତ୍ୟ କଳାର ନୌବାଣିଜ୍ୟ ପ୍ରତୀକ। ବ୍ରିଟିଶ ଶାସନ କାଳରେ ୧୮୬୫-୬୬ ମସିହାରେ ତତକାଳୀନ ଜଳସେଚନ ବିଭାଗର ବ୍ରିଟିସ ମୁଖ୍ୟଯନ୍ତ୍ରୀ ହୁକି ୱାଲକର ତତ୍ୱାବଧାନରେ ଏହି ଦ୍ୱୀପାଚଁଳରେ ଏକ ଅଟାଳିକା ନିର୍ମାଣ କରାଯାଇଥିଲା। ସେତେବେଳେ ସାମୁଦ୍ରିକ ଜଳପଥରେ ଏହି ସ୍ଥାନ ଦେଇ ଜାହାଜ ଜରିଆରେ ନୌବାଣିଜ୍ୟ ପଣ୍ୟଦ୍ରବ୍ୟ ଆମଦାନୀ ରପ୍ତାନୀ କରାଯାଉଥିଲା।

ତେବେ ଯେତେବେଳେ ନଅଙ୍କ ଦଃୁର୍ଭିକ୍ଷରେ ସାରା ଓଡିଶା ଜନସାଧାରଣ ଭୋକରେ ଆଉଟୁପାଉଟୁ ହେଉଥିଲେ ସେ ସମୟରେ ଦଃୁର୍ଭିକ୍ଷ ମୁକାବିଲା ପାଇଁ ଜନସାଧାରଣଙ୍କ ଆବଶ୍ୟକତା ମେଂଟାଇବା ପାଇଁ ଏହିଦ୍ୱୀପ ମାଧ୍ୟମରେ ପଣ୍ୟସାମଗ୍ରୀ ଏବଂ ଖାଦ୍ୟଶସ୍ୟ ପରିବହନ କରାଯାଇ କେନ୍ଦ୍ରାପଡା ଜିଲ୍ଲା ମାଧ୍ୟମରେ ସାରା ଓଡିଶାକୁ ଯୋଗାଣ ହୋଇଥିଲା।

ପ୍ରଖ୍ୟାତ ବ୍ରିଟିଶ ଲେଖକ ଜନ୍ ବିମ୍ସଙ୍କ ମେମୋରିଜ ଅଫ ବେଙ୍ଗଲ ସିଭିଲିଆନ ବା ଓଡିଆ ଅନୁବାଦ ପୁସ୍ତକ ଏକ ଶାସକର ସ୍ମୃତି କଥାରେ ଏହାର ଉଲେଖ ରହିଛି। ଏହି ଅଟାଳିକା ଏବଂ ଦ୍ୱୀପଟି ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସାତ ହଜାର ବର୍ଗଫୁଟରେ ନିର୍ମିତ ଏହି ଅଟାଳିକା ୟୁରୋପୀୟ ସ୍ଥାପତ୍ୟଶୈଳୀର ରୂପରେଖ ବହନ କରେ। ଏହା ମଧ୍ୟରେ ଛଅଗୋଟି ପ୍ରକୋଷ୍ଠ ସହ ଅନ୍ୟ ତିନିଗୋଟି ପ୍ରକୋଷ୍ଠ ରହିଛି। ଅନ୍ୟ ତିନିଗୋଟି ପ୍ରକୋଷ୍ଠ ସହ କ୍ଷୁଦ୍ର ପ୍ରକୋଷ୍ଠ ଗୁଡିକର ଅନ୍ତରୀଣ ସଂଯୋଗ ରହିଛି।

ବ୍ରିଟିଶ ଶାସନକାଳରେ କଟକର ବାରବାଟୀ ଦୁର୍ଗ ଓ ବାରଙ୍ଗର ଚୁଡଙ୍ଗଗଡରୁ ଅଣାଯାଇଥିବା ଶିଳାଖଣ୍ଡରେ ଏହି ଅଟାଳିକା ନିର୍ମାଣ ହୋଇଥିଲା। ଅଟାଳିକାର କାନ୍ଥ ଦୁଇରୁ ତିନି ଫୁଟ ଓସାର ଅଟେ। ସ୍ଥଳବିଶେଷରେ ନିର୍ମାଣରେ ବ୍ୟବହୃତ ପ୍ରସ୍ତର ଶିଳାଖଣ୍ଡର ରଂଗ ଧଳା,ନୀଳ,କଳା ଏବଂ ସବୁଜ ଯାହା ଘଣା ତିଆରି ଚୂନ ଦ୍ୱରା ସଂଯୋଜିତ ହୋଇଥିଲା।

ସାମନା ପଟ ପ୍ରକୋଷ୍ଠ ଗୁଡିକରେ ଲମ୍ବା ବାରଣ୍ଡା ସହ ନଗୋଟି ଆଲଣାରେ ସୋଭିତ ଏହି ଅଟାଳିକା ବେଶ ରମଣୀୟ ଏବଂ ଆକର୍ଷଣୀୟ। ବାରଣ୍ଡାର ଉଭୟ ଶେଷଭାଗରେ ୧୨ ଫୁଟ ଗଭୀରର ଦୁଇଟି କୂପ ରହିଛି ଯାହା ବର୍ଷାଜଳ ସଂରକ୍ଷଣ ପାଇଁ ଉଦିଷ୍ଟ। ଦ୍ୱୀପର ଚତଃୁପାଶ୍ୱର୍ରେ ସମୁଦ୍ର ଲୁଣିପାଣି ଘେରି ରହିଛି। ଫଳରେ ଏଠାରେ ବ୍ରିଟିସ ସ୍ଥପତିମାନେ ଏହି ଦୁଇ କୂପ ତିଆରି କରିଥିଲେ। ବର୍ଷାଦିନେ ବୃଷ୍ଟିଜଳକୁ ଏଇ ଦୁଇ କୂପ ମଧ୍ୟରେ ସଂରକ୍ଷଣ କରାଯାଉଥିଲା। ଯାହାକୁ ଦୈନନ୍ଦିନ କର୍ମ ସମୟରେ ଏବଂ ପାନୀୟ ଜଳ ଆବଶ୍ୟକତା ମେଂଟାଇବା ପାଇଁ ବ୍ରିଟିସର ମାନେ ବ୍ୟବାହର କରୁଥିଲେ ଯାହା ଆଜିଭି ଏକ ସ୍ଥାପତ୍ୟ ବିସ୍ମୟ। ଏହି ଅଟାଳିକାର ଛାତ ଇଟା,କାଠ ଓ ଲୌହ କଡି ଦ୍ୱରା ନିର୍ମିତ। ଛାତର ସାମନା ବାରାଣ୍ଡା ଆଡକୁ ଗଡାଣିଆ ଓ ଲୌହ ନଳ ଦ୍ୱରା ବର୍ଷାଜଳ କୂପ ମଧ୍ୟକୁ ପ୍ରବେଶ କରିବାର ବ୍ୟବସ୍ଥା ବିକଶିତ କରାଯାଇଛି।

ସାମୁଦ୍ରିକ ଟାପୁ ମଧ୍ୟରେ ଏହାହିଁ ମଧୁରଜଳର ଏକା ମାତ୍ର ଉତ୍ସଥିଲା। ବ୍ରିଟିଶ ଯନ୍ତ୍ରୀ ହୁକି ୱାଲକରକ ନାମରେ ଏହା ନାମ ହୁକିଟୋଲା ଭାବେ ପ୍ରସିଦ୍ଧି ପାଇଛି। ବର୍ଷବର୍ଷ ଧରି ସାମୁଦ୍ରିକ, ସଡକପଥ, ରେଳପଥ ପରିବହନର ବ୍ୟବସ୍ଥା ହେବା ପୂର୍ବରୁ ଏହି ଅଟାଳିକାଟି ଜଳପଥ ପରିବହନର ପଣ୍ୟାଗର ଓ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିଲା। ଜଙ୍ଗଲ, ପରିବେଶ ବିଭାଗ, ଓଡିଶା ସରକାରଙ୍କ ବନ୍ୟପ୍ରାଣୀ ବନଖଣ୍ଡଙ୍କ ଆମନ୍ତ୍ରଣ କ୍ରମେ ଏହି ଅଟାଳିକାର ସଂରକ୍ଷଣ ଦାୟିତ୍ୱ ଭାରତୀୟ ଜାତୀୟ କଳା ଓ ସଂସ୍କୃତିକ ଐତିହ ନ୍ୟାସ (ଇନଟାକ୍‌)କୁ ନ୍ୟସ୍ତ କରାଯାଇଥିଲା। ସମନ୍ୱିତ ଉପକୁଳ ଉନୟନ ଯୋଜନା ପ୍ରକଳ୍ପ (ଆଇ.ସି.ଜେଡ୍‌.ଏମ୍‌.ପି) ୨୦୧୫ ସହଯୋଗରେ ଇନ୍ଟାକ୍ ଓ ଓଡିଶା କଳା ସଂରକ୍ଷଣ କେନ୍ଦ୍ର, ଭୁବନେଶ୍ୱର ୨୦୧୬ ମସିହା ପ୍ରାରମ୍ଭରୁ ଏହାର ସଂରକ୍ଷଣ, ପୁନଃନିର୍ମାଣ ଏବଂ ସଂସ୍ଥାପନ କାର୍ଯ୍ୟ ଆରମ୍ଭ କରି ୨୦୧୭ ମସିହାରେ ସଫଳତାର ସହ ଶେଷ କରିଅଛି।

ସଡକପଥ, ସାମୁଦ୍ରିକ ଜଳପଥ ଓ ବାୟୁମାର୍ଗର ବିକାଶ ହେବା ପରେ ଏହି ପ୍ରାଚୀନ ନୌବାଣିଜ୍ୟ ସ୍ଥଳର ଗୁରୁତ୍ୱ ହ୍ରାସ ପାଇଛିଁ ସତ ତେବେ ଏହି ଐତିହାସିକ ନୌବାଣିଜ୍ୟ ସ୍ମାରକୀର ଅତୀତର ଗୁରୁତ୍ୱକୁ ଅସ୍ୱୀକାର କରାଯାଇନପାରେ। ଏବେ ରାଜନଗର ବନ୍ୟପ୍ରାଣୀ ଡିଭିଜନ ଦ୍ୱରା ଏହି ସ୍ଥାନଟି ଅଲିଭ ରିଡଲି କଇଁଛ ସୁରକ୍ଷାକେନ୍ଦ୍ର ଭାବେ ବ୍ୟବହାର ହେଉଅଛି,ସ୍ଥାନଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଂଶବିଶେଷ ଭାବେ କାର୍ଯ୍ୟ କରୁଛି। ଏହା ସହ ଏହି ସ୍ଥାନଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ରମଣୀୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ପରିବର୍ତୀତ ହୋଇଅଛି। ମହାକାଳପଡା ବ୍ଲକର ଜମ୍ବୁ ହେଉ ଅବା ଖରିନାସୀ ମତ୍ସ ଅବତରଣ କେନ୍ଦ୍ରରୁ ଯନ୍ତ୍ରଚାଳିତ ବୋଟ ଯୋଗେଁ ଜଳପଥରେ ଦୁଇଘଂଟା ଯାତ୍ରା ପରେ ପଡେ ଏହି ରମଣୀୟ ଦ୍ୱୀପ। ଏଠାରେ ପର୍ଯ୍ୟଟକମାନଙ୍କ ଆଗମନ,ପରିଦର୍ଶନ,ବଣଭୋଜୀ କରାଯିବା ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି।

ପର୍ଯ୍ୟଟକମାନେ ଏଠାକୁ ଆସି ଏକ ସୁଖଦ ଅନୁଭୁତି ନେଇ ଫେରିବାର ସ୍ମୃତିବହନ କରୁଛି ହୁକିଟୋଲା। ଏହାର ଐତିହାସିକ ଗୁରୁତ୍ୱ,ଅନୁଭୁତି,ପ୍ରାକୃତିକ ପରିବେଶରେ ସମ୍ମୋହିତ ହେଉଥିବା ପର୍ଯ୍ୟଟକ ମାନେ ନିଜର ଅନୁଭୁତି ବର୍ଣ୍ଣନା ନ କରି ରହିପାରନ୍ତି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି। ତେଣୁ, ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ। ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡିଶାର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ।

କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ଶ୍ରୀ ରାଏ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟବୀମା କାର୍ଡ ବଣ୍ଟନ 

କେନ୍ଦ୍ରାପଡ଼ା: ଅପରାହ୍ଣ ୫.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି। ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍ କାର୍ଡଧାରୀଙ୍କ ମଧ୍ୟରୁ ମୋଟ ୨୩ ଜଣ ଉପସ୍ଥିତ ରହି ଆଜି ସେମାନଙ୍କ କାର୍ଡ ସଂଗ୍ରହ କରିଛନ୍ତି।

ସମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି ମହତ ପଦକ୍ଷେପର ଭୂୟସି ପ୍ରଶଂସା ଏହି ଅବସରରେ ସାମ୍ବାଦିକମାନେ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଆବେଦନ କରିଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ ୧୩୨ ଜଣ ସାମ୍ବାଦିକଙ୍କ କାର୍ଡକୁ ନବୀକରଣ କରାଯାଇ ଏହି ବର୍ଷ ସେମାନଙ୍କୁ ସେମାନଙ୍କର କାର୍ଡ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ଆବେଦନ କରିଥିବା ସାମ୍ବାଦିକମାନଙ୍କ କାର୍ଡ ଏ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ହସ୍ତଗତ ହୋଇନାହିଁ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଏସଆରଏ ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ସହାୟତା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଉପକୂଳ ଓଡ଼ିଶାର ଭଦ୍ରକ,ବାଲେଶ୍ଵର ଓ କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବରେ କଚା ଘର, ଗଛ, ବିଜୁଳି ଭିତ୍ତିଭୂମି ନଷ୍ଟ ହୋଇଛି। ଏଥିସହିତ ପ୍ରାୟତଃ ଅଞ୍ଚଳ ଜଳମଗ୍ନ ହୋଇଛି। ମାତ୍ର ଅନେକ ଜିଲ୍ଲା ବାତ୍ୟା ପ୍ରଭାବରୁ ରକ୍ଷା ପାଇଛି।

ଏହି ପରିପ୍ରେକ୍ଷୀରେ ଭାରତୀୟ ନୌସେନା ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲଫ କାର୍ଯ୍ୟ ଜାରି ରହିଛି। ନୌସେନା ପକ୍ଷରୁ ବାତ୍ୟା ପ୍ରଭାବିତ ବାଟିପଡା ଓ ତାଳଚୁଆ ଠାରେ ରିଲିଫ କ୍ୟାମ୍ପ କରାଯାଇଥିବା ବେଳେ ବାଗାପାଟିଆ,ବାରାହିପୁର, ମାଗାର୍କାଣ୍ଡା,ଛାରିଗେରିଆ ଏବଂ ସତ୍ୟଭାୟା ବାତ୍ୟା ‘ଦାନା’ ପ୍ରଭାବିତ ଗ୍ରାମଗୁଡିକରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।

ଏଥିସହିତ ରାଜ୍ୟ ଏଜେନ୍ସିମାନଙ୍କ ପରାମର୍ଶରେ ସ୍ୱାସ୍ଥ୍ୟ ଶିବିର ମାନ ଖୋଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି।ଭାରତୀୟ ନୌସେନା ପକ୍ଷରୁ ଏଭଳି ମହନୀୟତା କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ଛୁଟିବାରେ ଲାଗିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

କେନ୍ଦ୍ରାପଡାରେ ବଳଦେବ ସେନା ପାଳନ କଲା “ରସାବଳି ଦିବସ”

କେନ୍ଦ୍ରାପଡ଼ା: ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ଙ୍କ ପ୍ରିୟ ଭୋଗ ରସାବଳି ଗତ ବର୍ଷ ଏହି ଅକ୍ଟୋବର ତିନି ତାରିଖରେ ଜିଆଇ ମାନ୍ୟତା ହାସଲ ହାସଲ କରିଥିଲା। ଏହାକୁ ସ୍ମରଣୀୟ ରଖିବ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ତରଫରୁ ପାଳନ ହୋଇଛି ରସାବଳି ଦିବସ।

ପ୍ରାୟ ଏକ ହଜାର ଯାତ୍ରୀ, ଭକ୍ତ ଓ ସେବାୟତଙ୍କୁ  ମାଗଣାରେ ରସାବଳି ବଣ୍ଟନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମରେ ସଭାପତି-ପପୁନ କୁମାର ସ୍ଵାଇଁ, ସଂପାଦକ-ଅମର କୁମାର ବାରିକ, ଉପଦେଷ୍ଟା-ନିରଞ୍ଜନ ମେକାପ,ଜ୍ୟୋତି ରଞ୍ଜନ ପତ୍ରୀ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ଲଲାଟେନ୍ଦୁ ବେହେରା, ଆଲୋକ ସାହୁ, ଅନିଶ ସୂତାର, ବିଚିତ୍ର ମହାରଣା, ନୀଳ ମଧାବ ବେହେରା, ମହେଶ୍ୱର ପତ୍ରୀ, ପ୍ରଫୁଲ୍ଲ କର, ହୃଷିକେଶ ପତ୍ରୀ, କୃଷ୍ଣଚନ୍ଦ୍ର ସୁଆର, ହରମନ ସୁଆର, ଦୁର୍ଯୋଧନ ସୁଆର ପ୍ରକାଶ ଗୋଛାୟାତ, ରବୀନ୍ଦ୍ର ସୁଆର ଗଣେଷ ଗୋଛାୟାତ, ଅନ୍ନ ସାହୁ , ମଙ୍ଗୁଲି ନନା, ଖଗେସ୍ଵର ବେହେରା, ସାରଦା ପ୍ରସନ୍ନ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିତରକନିକା ଜାତୀୟ ଉଦ୍ୟାନରେ ୫୦ରୁ ଅଧିକ ପରିବାର ଓ ୬ଟି ହୋଟେଲ ଉଚ୍ଛେଦ ଆଶଙ୍କା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ରାଜନଗର ତହସିଲ ଅନ୍ତର୍ଗତ ବାଙ୍କୁଆଳା ଓ ଦୁର୍ଗାପ୍ରସାଦ ଗ୍ରାମର ୫୦ରୁ ଅଧିକ ପରିବାର ଓ ୬ ଜଣ ହୋଟେଲ ମାଲିକଙ୍କୁ ଉଚ୍ଛେଦ ଆଶଙ୍କା ଦେଖାଦେଇଛି। ସରକାରୀ ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ରାଜସ୍ୱ ବିଭାଗ ବାସିନ୍ଦା ଓ ବ୍ୟବସାୟୀଙ୍କୁ ଉଚ୍ଛେଦ ନୋଟିସ୍ ଜାରି କରିଛି।

ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି କହିଛନ୍ତି, ଓଡ଼ିଶା ଜମି ଜବରଦଖଲ ନିବାରଣ ଆଇନ ୧୯୭୨ର ଧାରା ୯ ଅନୁଯାୟୀ ଏହି ନୋଟିସ୍ ଜାରି କରାଯାଇଛି। ସମସ୍ତ ଜବରଦଖଲକାରୀଙ୍କୁ ଚିହ୍ନଟ କରି ଉଚ୍ଛେଦ କରିବା ପାଇଁ ଆମେ ନିକଟରେ ଉଭୟ ଗାଁରେ ଜମି ସର୍ଭେ କରିଥିଲୁ। ଆମେ ଖୁବ୍‍ଶୀଘ୍ର ଏକ ବ୍ୟାପକ ଉଚ୍ଛେଦ ଅଭିଯାନ ଆରମ୍ଭ କରିବୁ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ବେଆଇନଭାବେ ଜମି ଦଖଲ କରୁଥିବା କାହାରିକୁ ଛାଡ଼ିବୁ ନାହିଁ। ଭିତରକନିକାକୁ ମୁଖ୍ୟ ରାସ୍ତାରେ ଭିଡ଼ ବଢ଼ୁଥିବାରୁ ବେଆଇନ ହୋଟେଲଗୁଡ଼ିକ ଏକ ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଯେଉଁମାନେ ଜମି ଖାଲି କରିବାକୁ ମନାକରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଆକ୍ସନ୍ ଫର୍ ପ୍ରୋଟେକ୍ସନ ଅଫ୍ ୱାଇଲ୍ଡ ଆନିମଲ୍ (ଏପିଓଡବ୍ଲ୍ୟୁଏ)ର ନିର୍ଦେଶକ ବିଜୟ କବି କହିଛନ୍ତି, ୬ଟି ବେଆଇନ ହୋଟେଲ ଜବରଦଖଲ ଯୋଗୁଁ ପ୍ରବେଶ ପଥ ନିକଟରେ ଥିବା ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଗଳି ଭଳି ଦେଖାଯାଉଛି। ଏହି ସବୁ ପ୍ରତିଷ୍ଠାନରେ ଅବାଧରେ ମଦ କାରବାର ହେଉଥିବାବେଳେ ଗତ ୫ ବର୍ଷ ମଧ୍ୟରେ ପ୍ରଭାବଶାଳୀ ବ୍ୟକ୍ତି ଓ ବରିଷ୍ଠ ଜଙ୍ଗଲ ଓ ରାଜସ୍ୱ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏହି ହୋଟେଲ ନିର୍ମାଣ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ବେଆଇନ ନିର୍ମାଣକୁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଉଦ୍ୟାନର ସହକାରୀ ବନ ସଂରକ୍ଷକ (ଏସିଏଫ୍) ମାନସ ଦାସ କହିଛନ୍ତି ଯେ ଉଚ୍ଛେଦ ପରେ ପୁନରୁଦ୍ଧାର ହୋଇଥିବା ଜମିରେ ଲୁଣା ଜଙ୍ଗଲ ପୁନଃ ସୃଷ୍ଟି କରିବାକୁ ବନ ବିଭାଗ ଯୋଜନା କରୁଛି।

ଜବରଦଖଲକାରୀଙ୍କ ମଧ୍ୟରେ ଉଭୟ ସ୍ଥାନୀୟ ଏବଂ ବନ୍ୟା ଓ ସମୁଦ୍ର କ୍ଷୟ ଯୋଗୁଁ ବିସ୍ଥାପିତ ଲୋକ ଅଛନ୍ତି। ତେବେ ବାଙ୍କୁଆଳ ଗ୍ରାମର ରାମଚନ୍ଦ୍ର ମଲ୍ଲିକ ଚିନ୍ତା ପ୍ରକଟ କରି କହିଛନ୍ତି, ‘୧୯୯୦ ଦଶକରେ ସମୁଦ୍ର ଆମ ଘର ଓ ଜମିକୁ ଗିଳି ଦେଇଥିଲା, ଯାହା ଫଳରେ ଆମେ ବାଙ୍କୁଆଳରେ ବସବାସ କରିବାକୁ ବାଧ୍ୟ ହୋଇଥିଲୁ। ଏବେ ଆମେ ପୁଣି ବିସ୍ଥାପିତ ହେବାର ସମ୍ମୁଖୀନ ହେଉଛୁ।

ସେହି ଗ୍ରାମର ବସନ୍ତ ମଣ୍ଡଳ କହିଛନ୍ତି ଯେ ରାଜକନିକାର ପୂର୍ବତନ ରାଜା ୧୯୩୦ ଦଶକରେ ସେମାନଙ୍କ ଜେଜେବାପାଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ଅଧିକାରୀମାନେ ରେକର୍ଡ ଯାଞ୍ଚ ନ କରି ଆମକୁ ଜବରଦଖଲକାରୀ ବୋଲି ଆଖ୍ୟା ଦେଇଛନ୍ତି ଏବଂ ଉଚ୍ଛେଦ ନୋଟିସ୍ ଜାରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଗ୍ରାମବାସୀମାନେ ପିଢ଼ି ପିଢ଼ି ଧରି ରହୁଥିବା ଲୋକଙ୍କୁ ବଳପୂର୍ବକ ଉଚ୍ଛେଦକୁ ନେଇ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସହ ପ୍ରତିବାଦ ଆରମ୍ଭ ହୋଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶଙ୍ଖ ଫୁଙ୍କିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା

ଭୁବନେଶ୍ବର: ଆଜି ଶଙ୍ଖ ଫୁଙ୍କିଛନ୍ତି କଂଗ୍ରେସର ପୂର୍ବତନ ନେତା ଗଣେଶ୍ବର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ବାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି।

ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଗଣେଶ୍ବର ଶଙ୍ଖଭବନକୁ ତାଙ୍କର କର୍ମୀଙ୍କୁ ନେଇ ବିରାଟ ପଟୁଆର କରି ଆସିଥିଲେ। ଏଥିରେ ଗଣେଶ୍ବର ଜିନ୍ଦାବାଦ ଏବଂ ନବୀନ ପଟ୍ଟନାୟକ ଜିନ୍ଦାବଦ କରିଥିଲେ। ତେବେ ଗଣେଶ୍ବର ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହାତ ଛାଡିଲେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରା, ଜାଣନ୍ତୁ କେଉଁ ଦଳରେ ହେବେ ସାମିଲ

ଭୁବନେଶ୍ବର: ଶେଷରେ କଂଗ୍ରେସକୁ ବାଏ ବାଏ କରିଛନ୍ତି ବରିଷ୍ଠ ନେତା ଗଣେଶ୍ବର ବେହେରା। ସେ ଆଜି କଂଗ୍ରେସ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗଣେଶ୍ବର ହେଉଛନ୍ତି କେନ୍ଦ୍ରାପଡାର ଜଣେ ପରିଚିତ ନେତା। ତାଙ୍କର ସେହି ଜିଲ୍ଲାରେ ଭଲ ସଂଗଠନ ରହିଛି।  ତାଙ୍କର ଇସ୍ତଫା ପରେ କେନ୍ଦ୍ରାପଡା ରାଜନୀତି ବେଶ ସରଗରମ ହୋଇପଡିଛି।

ଇସ୍ତଫା ପରେ ସେ କହିଛନ୍ତି ଯେ, କଂଗ୍ରେସରେ କିଛି ହୋଇପାରିବ ନାହିଁ। କ୍ଷମତାକୁ ଆସିବାକୁ ହେଲେ ଦଳ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୋତେ କଂଗ୍ରେସ ଦୁଇଥର ବିଧାୟକ କରିଛି, ମନ୍ତ୍ରୀ ମଧ୍ୟ କରିଛି। ହେଲେ ବର୍ତ୍ତମାନ ସେହି ଦଳରେ ରହି ସେବା କରିପାରୁ ନାହିଁ। ସେଥିପାଇଁ ଦୁଃଖିତ ବୋଲି ଗଣେଶ୍ବର କହିଛନ୍ତି। ତେବେ ସେ ଖୁବ ଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି: ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

କେନ୍ଦ୍ରାପଡ଼ା: ଆଜି ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନେଇ ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଗତ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ବଭନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ତତ୍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟାନାୟକ ଓ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଦ୍ୱାରା ପ୍ରକାଶ କରାଯାଇଛି। ୯ ଗ୍ୟାରେଂଟି ଓ ୯୦ ସଂକଳ୍ପ ବିଶିଷ୍ଟ ଇସ୍ତାହାର ସବୁ ଶ୍ରେଣୀ ଓ ସବୁ ବର୍ଗର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟା

୯ ଗ୍ୟାରେଂଟି ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା, ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ଭତ୍ତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା,  କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତିକ-ସାମାଜିକ ଓ  ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ୍ ହଳଦୀ ଦିଆଯିବା, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ପଛୁଆ ବର୍ଗ ପାଇଁ ଜାତି ଜନଗଣନା ସହ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତି ନିଆଯାଇଛି।

ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଇସ୍ତାହାରରେ କୁହାଯାଇଥିବା ସମସ୍ତ ଗ୍ୟାରେଣ୍ଟି କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ସେ ନିବେଦନ କରି କହିଥିଲେ ଯେ ରାଜ୍ୟବାସୀ କଂଗ୍ରେସର ଇସ୍ତାହାରକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତନ ଆଣିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ନବନିଯୁକ୍ତ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଜିଲ୍ଲା ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ ଉପସ୍ଥିତ ଥିଲେ। ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ନବ ନିଯୁକ୍ତ ପିସିସି ଉପସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଏକ ମିଶ୍ରଣ ପର୍ବ କରାଯାଇ ବିଜେଡି ଦଳ ତ୍ୟାଗ କରି ଆସିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତର ପୂର୍ବତନ ସମିତି ସଭ୍ୟ ଦିପ୍ତୀମୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ହିରଣ୍ୟ ମିଶ୍ର ଓ ବିଜୟନଗର ପଂଚାୟତର ଚନ୍ଦ୍ରକାନ୍ତ ସାମନ୍ତରାୟ, ପ୍ରତାପ ଦାସ, ସୁନୀଲ ଦାସ, ବଂଟି ଦାସ, କୁନୁ ଦାସ, ତୋଫା ଜେନା, କାଂଚନ ଦାସ, ସାନୁ ଦାସ, ବନପାଣି ଦାସ, ବୁଲୁ ଦାସ, ପିଂଟୁନା ଦାସ ଓ ଆଶିଷ ଦାସଙ୍କୁ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଓ ରତିକାନ୍ତ ସାମଲ, ଗଣେଶ ମେକାପ, ପ୍ରଶାନ୍ତ ରାଉତ, ଉମାଶଙ୍କର ଜେନା, ମୀର ମୁରସିଦ୍‌, ବସନ୍ତ କୁମାର ସେଠୀ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କେନ୍ଦ୍ରାପଡାରେ ଗର୍ଜ୍ଜିଲା କଂଗ୍ରେସ, ମାଟି ପାଇଁ ଜେଲ ଚାଲ ଅଭିଯାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାରର ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।

ରାଜ୍ୟ ସରକାର ଇତି ମଧ୍ୟରେ ୧୫ଗୋଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡାକୁ ଅଣଦେଖା କରି ଚାଲିଛନ୍ତି। ଜିଲ୍ଲା ସଦର ମହକୁମାର ଚିକିତ୍ସାଳୟ ଗତ ୨୦୨୩ ଜାନୁୟାରୀରେ ମିନିସିପାଲଟି ବାହାରକୁ ସ୍ଥାନାନ୍ତରିତ ହେତୁ ପୌରବାସୀ ତଥା ପଡୋସୀ କେନ୍ଦ୍ରାପଡା ଓ ଡେରାବିଶର ପ୍ରାୟ ୧ଲକ୍ଷ ଲୋକ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଥି ନିମନ୍ତେ ଦୀର୍ଘ ୫୪ ଦିନ ବ୍ୟାପି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣ ଧାରଣା ଦିଆଯାଇଥିଲା।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପୌରହିତ୍ୟ କରି କହିଥିଲେ ଯେ, ସେ ଏବଂ କଂଗ୍ରେସ ଦଳ କେନ୍ଦ୍ରାପଡାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଦାବି ପୂରଣ ପର‌୍ୟ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। କେନ୍ଦ୍ରାପଡା ବାସୀଙ୍କୁ ପ୍ରତିଶ୍ରୁତି ଦେଇ ଶ୍ରୀ ବେହେରା କହିଥିଲେ ଯେ “ମୋତେ ବିଧାନସଭା ପଠାନ୍ତୁ, ବିଧାନ ସଭାରୁ କେନ୍ଦ୍ରାପଡାର ସ୍ୱର ଶୁଣନ୍ତୁ।

‘ମାଟି ପାଇଁ ଜେଲ ଚାଲ’ ଆନ୍ଦୋଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା କଂଗ୍ରେସ ସଭାପତି ଲୋକାନାଥ ମହାରଥୀ, ବରିଷ୍ଟ କଂଗ୍ରେସ ନେତା ରତିିକାନ୍ତ କାନୁନଗୋ, ଯୁବ ନେତା ତଥା ଯୁବ ଇଂ ସିଦ୍ଧାର୍ଥ ସ୍ୱରୁପ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ନିଳମ୍ବିତ ହେଲେ ଜଣେ ନେତା, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ଭୁବନେଶ୍ବର: ବର୍ତ୍ତମାନ ଆକ୍ସନ ମୁଡରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଜଣେ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ମହାକାଳପଡା ନିର୍ବାଚନ ମଣ୍ଡଳୀର ଚିତ୍ତରଂଜନ ଦାସ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନୋଟିସ।

ଏହା ପୂର୍ବରୁ ଦଳ କେନ୍ଦ୍ରାପଡା ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତି କରିଛି। ସେ ହେଉଛନ୍ତି ଧିରେନ କୁମାର ସାହୁ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ନିକଟରେ କେନ୍ଦ୍ରପଡା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିଲା। ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଦଳ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ସହିତ ଜଣଙ୍କୁ ନିଲମ୍ବନ କରିଛି।