Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡ଼ା: ସଡ଼କ ସୁରକ୍ଷା ମାସ -୨୦୨୫ ଉଦଯାପନୀ ଉତ୍ସବ
ଆଜିର ଖବର

କେନ୍ଦ୍ରାପଡ଼ା: ସଡ଼କ ସୁରକ୍ଷା ମାସ -୨୦୨୫ ଉଦଯାପନୀ ଉତ୍ସବ

January 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଜାନୁଆରୀ ୧ ତାରିଖ ୨୦୨୫ ଠାରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯକ୍ରମର ଉଦଯାପନୀ ଉତ୍ସବ କେନ୍ଦ୍ରାପଡ଼ା ମୁନସିପାଲିଟି ଟାଉନ ହଲଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ତପନ କୁମାର ପତି ଯୋଗ ଦେଇଥିଲେ। ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଏକ ମାସ ଧରି ଏକ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା ବାର୍ତ୍ତା ବାଣ୍ଟିଥିଲା। ଜିଲ୍ଲା ପରିବହନ ବିଭାଗ ଦ୍ଵାରା ଜାତୀୟ ରାଜପଥ ଓ ଅନ୍ୟାନ୍ୟ ସ୍ଥ।ନରେ ଯାନଚ।ଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ସଚେତନ କରିବା ସହ ଗଡିଗୁଡିକ ମଧ୍ୟ ନିୟମ।ନୁଯାୟୀ ଯାଞ୍ଚ କରାଯାଇଥିଲା।

ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବା ସହ ୧୮ ବର୍ଷରୁ କମ ବୟସ୍କ ଛାତ୍ରଛାତ୍ରୀମାନେ ଗାଡି ନ ଚଳାଇବା, ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ହେଲମେଟ ପରିଧାନ କରିବା ଓ ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା ଆଦି ବିଷୟରେ ସଚେତନ କରାଯାଇଥିଲା। “ସଡ଼କ ସୁରକ୍ଷା ପରିବାର ରକ୍ଷା” ବିଷୟକୁ ଧ୍ୟାନ ଦେବା ସହ ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ସମସ୍ତେ ମାନିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଓ ସ୍ଵେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରା ତିନିମୁହାଣୀ ରାମ ମନ୍ଦିର ଠାରୁ ସହର ମଧ୍ୟଦେଇ ମୁନସିପାଲିଟି ଟାଉନ ହଲଠାରେ ପହଞ୍ଚିଥିଲା। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସକାଳ ୯ ଘଟିକା ସମୟରେ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିବା ଚିତ୍ରାଙ୍କନ, କୁଇଜ, ବକୃତ।,ରଚନା ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ୪ ଜଣ ଗୁଡ ସମାରିଟିୟାନଙ୍କୁ ପ୍ରମାଣପତ୍ର ଓ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଉକ୍ତ ଉଦଯାପନୀ ଉତ୍ସବରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ର, ଶିକ୍ଷକ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତ୍ରିଭୁବନ ଜୟସିଂହ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲା ସଡ଼କ ସୁରକ୍ଷା ସମିତିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ସଂଯୋଜନା କରିବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ବରିଷ୍ଟ ରାଜସ୍ୱ ସହାୟକ ସଞ୍ଜୟ ନାୟକ ଓ ବିଭାଗୀୟ କର୍ମଚାରୀମାନେ ଉତ୍ସବ ଆୟୋଜନରେ ସହାୟତା କରିଥିଲେ।

ଉଦଯାପନୀ ଉତ୍ସବ କେନ୍ଦ୍ରାପଡା
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.