Categories
ଆଜିର ଖବର ରାଜ୍ୟ ଖବର

ସିବିଏସ୍‌ଇ ଦଶମ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀମାନେ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ସାମଗ୍ରିକ ସଫଳତା ୮୪.୮୦ ପ୍ରତିଶତ ରହିଛି । ବିଦ୍ୟାଳୟର ମୋଟ ୨୨୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ଜଣ ବିଦ୍ୟାର୍ଥୀ ୯୦% ରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅଙ୍କିତ ପ୍ରକାଶ ୯୮.୮୦% ନମ୍ବର ସହ ପ୍ରଥମ, ଶ୍ରୀସିକ୍ତା ରଥ ୯୮.୪୦% ରେ ଦ୍ୱିତୀୟ ଏବଂ ୯୮.୦୦% ନମ୍ବର ସହ ସ୍ୱୟଂକ୍ରିଷ୍ଣା ମନୋହରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟ ସ୍ତରରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ନିଜ ସଫଳତା ପାଇଁ ମାତାପିତା, ଶିକ୍ଷକ-ଶିକ୍ଷୟିତ୍ରୀ , ଅଧ୍ୟକ୍ଷା ଡ. ସୁଜାତା ତଥା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

ବିଦ୍ୟାଳୟର ଏହି ସଫଳତା ପାଇଁ ଚେୟାରମ୍ୟାନ୍‍ ଡ. ଅରୁଣ କୁମାର ରଥ , ଡିଏଭି ବିଦ୍ୟାଳୟ ସମୂହ ଓଡ଼ିଶା ଜୋନ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଛାତ୍ରାଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।