Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଲୋକସଭାରେ ମତ୍ସ୍ୟଜିବୀମାନଙ୍କ ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ସମ୍ବିତ ପାତ୍ର

ଭୁବନେଶ୍ଵର: ଆଜି ମତ୍ସ୍ୟପାଳନ, ପଶୁପାଳନ ଓ ଗୋପାଳନ ମନ୍ତ୍ରଣାଳୟର କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ସଞ୍ଜୀବ ବଲ୍ୟାନଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଡା. ସମ୍ବିତ ପାତ୍ର ସାକ୍ଷାତ କରିଛନ୍ତି। ଏହି ସମୟରେ ଡା. ପାତ୍ର ପୁରୀ ଲୋକସଭାରେ ମତ୍ସ୍ୟଚାଷ ଓ ମତ୍ସ୍ୟଜୀବିମାନଙ୍କ ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ସମ୍ବିତ ପାତ୍ର ମନ୍ତ୍ରୀଙ୍କୁ ପୁରୀ ତଥା ଚିଲିକାରେ ମତ୍ସ୍ୟପାଳନ ସହିତ ଜଡିତ ବ୍ୟକ୍ତିଙ୍କୁ କିପରି କେନ୍ଦ୍ରୀୟ ଯୋଜନାରେ ଅଧିକରୁ ଅଧିକ ସାମିଲ କରାଯାଇ ପାରିବ ସେ ନେଇ ନିବେଦନ କରିଛନ୍ତି।

ଏହା ସହିତ ସମ୍ବିତ ପାତ୍ର ସଞ୍ଜୀବ ବଲ୍ୟାନଙ୍କୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମତ୍ସ୍ୟଜିବୀମାନେ ସାମ୍ନା କରୁଥିବା ଅସୁବିଧା ବିଷୟରେ ମଧ୍ୟ ଅବଗତ କରାଇଛନ୍ତି। ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ପୁରୀ ଲୋକସଭାରେ ଥିବା ସମସ୍ତ ମତ୍ସ୍ୟଜିବୀମାନଙ୍କ ଆର୍ଥିକ ତଥା ସାମାଜିକ ବିକାଶ ପାଇଁ ପ୍ରତିବଦ୍ଧ।