Categories
ଆଜିର ଖବର ଜାତୀୟ ଖବର

ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ମତ ବିନିମୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି। ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି। ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧିି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି। କମିଟି ଚାଷୀମାନଙ୍କୁ ୪୫କେଜି ବ୍ୟାଗ ପିଛା ୨୬୬.୭୦ଟଙ୍କାରେ ବିନା ଟିକସ ଓ ନିମପ୍ରଲେପ ବାବଦ ଦେୟ ସହ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ୟାକେଜରେ ୩, ୬୮, ୬୭୬. ୭କୋଟି ଟଙ୍କା ୟୁରିଆ ସବ୍ସିଡି ବାବଦ ତିନିବର୍ଷ (୨୦୨୨-୨୩ରୁ ୨୦୨୪-୨୫) ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି। ଏହି ସବ୍ସିଡି ନିକଟରେ ପୌଷ୍ଟିକତା ବାବଦ ରିହାତି (ଏନବିଏସ୍) ୩୮ହଜାର କୋଟିଟଙ୍କା ୨୦୨୩-୨୪ ଖରିଫ ଋତୁ ପାଇଁ ମଧ୍ୟ ଘୋଷିତ ପ୍ୟାକେଜ ସହ ବଳବତ୍ତର ରହିବ। ଚାଷୀମାନେ ୟୁରିଆ ଆହରଣ ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଏହା ସେମାନଙ୍କ ନିବେଶଜନିତ ଖର୍ଚ୍ଚ ମଧ୍ୟ ହ୍ରାସ କରିବ।

ବର୍ତ୍ତମାନ ୟୁରିଆର ସର୍ବାଧିକ ପାଇକାରୀ ମୂଲ୍ୟ ୪୫ କିଲୋଗ୍ରାମ ବସ୍ତା ପିଛା ୨୬୬. ୭୦ଟଙ୍କା (ଟିକସ ଓ ନିମ ପ୍ରଲେପ ମୂଲ୍ୟ ଛାଡି) ରହିଥିବାବେଳେ, ବ୍ୟାଗ ପିଛା ପ୍ରକୃତ ମୂଲ୍ୟ ହେଉଛି ପ୍ରାୟ ୨୨ଶହ ଟଙ୍କା। ବଜେଟ୍ ବ୍ୟୟବରାଦ ଅନୁସାରେ ଯୋଜନା ବାବଦ ଖର୍ଚ୍ଚ ଭାରତ ସରକାର ପ୍ରଦାନ କରୁଛନ୍ତି। ୟୁରିଆ ରିହାତି ଯୋଜନା ଲାଗୁ ରହିବା ଯୋଗୁଁ ଭାରତରେ ୟୁରିଆ ଉତ୍ପାଦନ ମଧ୍ୟ ସର୍ବାଧିକ ହେବ।

ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆହୁରି କହିଛନ୍ତି ଯେ ଧରିତ୍ରୀ ମାତା ମାନବ ଜାତି ତିଷ୍ଠି ରହିବା ନିମନ୍ତେ ସବୁବେଳେ ଅବଦାନ ଦେଇ ଆସୁଛନ୍ତି।

“ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ପ୍ରାକୃତିକ କୃଷି ପଦ୍ଧତି ପ୍ରୟୋଗ ଓ ନିରନ୍ତର ସନ୍ତୁଳିତ ଉପାୟରେ ରାସାୟନିକ ସାରର ବ୍ୟବହାର ବୋଲି ସେ ମନେ କରନ୍ତି। ପ୍ରାକୃତିକ ଓ ଜୈବିକ କୃଷି, ବିକଳ୍ପ ସାର, ଜୈବିିକ ଓ ନାନୋ ସାର ଆମ ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର ଦିଗରେ ସହାୟକ ହେବ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ “ପ୍ରଧାନମନ୍ତ୍ରୀଙ୍କ ପୁନରୁଦ୍ଧାର, ସଚେତନତା, ଲାଳନପାଳନ ଓ ଧରିତ୍ରୀ ମାତାଙ୍କ ଉର୍ବରତାର ଉନ୍ନତି (ପିଏମ୍-ପ୍ରଣାମ୍) କାର୍ଯ୍ୟକ୍ରମ ବିକଳ୍ପ ସାର ଓ ରାସାୟନିକ ସାରର ସନ୍ତୁଳିତ ପ୍ରୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଛି। ମୃତ୍ତିକା ସ୍ୱାସ୍ଥ୍ୟ ଅତୁଟ ରଖିବା ନିମନ୍ତେ ଜୈବିକ କୃଷିକୁ ବ୍ୟାପକ କରିବା ପାଇଁ ସେ ରାଜ୍ୟଗୁଡିକୁ ନିବେଦନ କରିଥିଲେ।

ଗୋବର୍ଦ୍ଧନ ପ୍ଲାଣ୍ଟଗୁଡିକରୁ ଜୈବିକ ସାର ପ୍ରୟୋଗ ନିମନ୍ତେ ବଜାର ବିକାଶ ସହାୟତା (ଏମ୍ଡିଏ)ନିମନ୍ତେ ୧୪୫୧.୮୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ପ୍ରକାଶ କରିଥିଲେ। ଜୈବିକ ସାର ବିପ୍ପଣନକୁ ପ୍ରୋତ୍ସାହିତ କରିବା ଯଥା (ଏଫଓଏମ୍) ଜୈବିକ ଖତ /ତରଳ ଖତ / ଫସ୍ଫେଟ ଭରପୁର ସମୃଦ୍ଧ ଜୈବିକ ଖତ (ପିଆରଓଏମ୍) ବାୟୋଗ୍ୟାସ ପ୍ଲାଣ୍ଟର ଅବଶେଷରୁ ପ୍ରସ୍ତୁତ ହେବ। କଂପ୍ରେସଡ ବାୟୋଗ୍ୟାସ (ସିବିଜି) ଗୋବର୍ଦ୍ଧନ ପଦକ୍ଷେପରୁ ୧୫ଶହ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଏମ୍ଡିଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଜୈବିକ ସାର ଗୁଡିକ ଭାରତୀୟ ଛାପା ଏଫଓଏମ୍, ଏଲ୍ ଏଫଓଏମ୍ ଓ ପିଆରଓଏମ୍ ନାମରେ ନାମିତ ହେବ। ଗୋଟିଏ ପଟରେ ଏହା ଅମଳ ପର ଅବଶେଷ ପରିଚାଳନାରେ ସହାୟକ ହେଉଥିବା ବେଳେ, ନଡା ପୋଡା ସମସ୍ୟାରେ ମଧ୍ୟ ସମାଧାନ କରିବ। ଏହାବ୍ୟତୀତ ଏହା ପରିବେଶକୁ ମଧ୍ୟ ନିର୍ମଳ ଓ ନିରାପଦ ରଖିବ। ଅନ୍ୟପକ୍ଷରେ ଏହା ଚାଷୀମାନଙ୍କୁ ଅତିରିକ୍ତ ଆୟ ମଧ୍ୟ ପ୍ରଦାନ କରିବ। ଏହି ଜୈବିକ ସାର କମ୍ ମୂଲ୍ୟରେ ଚାଷୀମାନଙ୍କୁ ମିଳିପାରିବ।

ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ) ମୃତ୍ତିକାରୁ ଗନ୍ଧକ ଅଭାବ ଦୂର କରିବା ପାଇଁ ପ୍ରବର୍ତ୍ତିତ ହେବା ସହ ଚାଷୀମାନଙ୍କ ନିବେଶ ଖର୍ଚ୍ଚ ମଧ୍ୟ ହ୍ରାସ କରିବ। ଦେଶରେ ପ୍ରଥମ ଥର ପାଇଁ ଗନ୍ଧକ ପ୍ରଲେପ ଯୁକ୍ତ ୟୁରିଆ ପ୍ରବର୍ତ୍ତିତ ହୋଇଛି। ଏହା ନିମ ପ୍ରଲେପଯୁକ୍ତ ୟୁରିଆ ତୁଳନାରେ କମ୍ ବ୍ୟୟ ସାପେକ୍ଷ ଓ ଦେଶରେ ମୃତ୍ତିକାର ଗନ୍ଧକ ଅଭାବ ଦୂର ମଧ୍ୟ କରିବ। ଏହା ଚାଷୀଙ୍କ ନିବେଶ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ବ୍ୟତୀତ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ମଧ୍ୟ ସହାୟକ ହେବ।

କୃଷି ଓ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆକୁ ଅନ୍ୟ କୌଣସି ଦିଗରେ ବ୍ୟବହାର ରୋକିବାକୁ ପଦକ୍ଷେପ ନେବା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡିକୁ ନିବେଦନ କରିଥିଲେ।” କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୟୁରିଆ ଅନ୍ୟ ଶିଳ୍ପ କାର୍ଯ୍ୟ ପାଇଁ ନ ଲଗାଇବା ଉଚିତ ବୋଲି ସେ ଗୁରୁତର ସହ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଧାନ ସମେତ ଖରିଫ ଫସଲର ଏମଏସପି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତି ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଫଳରେ ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି। ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା। କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଉଛି।

ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତି ଚାଷୀଙ୍କ ସମୃଦ୍ଧି ଏବଂ କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ।

ସେହିପରି ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ସ୍ୱାଗତଯୋଗ୍ୟ। ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ। ଏହା ଦ୍ୱାରା ସମଗ୍ର ଭାରତବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ।

ସେହିପରି ହୁଡା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ମେଟ୍ରୋ ସଂଯୋଗ ଗେମ୍ ଚେଞ୍ଜର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

୨୦୨୩-୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଫସଲଗୁଡ଼ିକର ବାଧ୍ୟତାମୂଳକ ଏମଏସପି ଦରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଖରିଫ ଋତୁ ପାଇଁ ଏମଏସପି ବଢ଼ାଇଛନ୍ତି ଯାହାର ତାଲିକା ନିମ୍ନରେ ଦିଆଗଲା:

ଖରିଫ ବିପଣନ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୦୨୩-୨୪ (କୁଇଣ୍ଟାଲ ପିଛା)

ଫସଲ MSP 2014-15 MSP 2022-23 MSP 2023-24  Cost* KMS 2023-24 Increase in MSP over 2022-23 Margin over cost in per cent
ଧାନ ସାଧାରଣ 1360 2040 2183 1455 143 50
ଧାନ ଗ୍ରେଡ ଏ 1400 2060 2203 143
ଯଅ ହାଇବ୍ରିଡ୍ 1530 2970 3180 2120 210 50
ଯଅ ମାଲଦାଣ୍ଡି 1550 2990 3225 235
ବାଜରା 1250 2350 2500 1371 150 82
ମାଣ୍ଡିଆ 1550 3578 3846 2564 268 50
ମକା 1310 1962 2090 1394 128 50
ହରଡ଼ 4350 6600 7000 4444 400 58
ମୁଗ 4600 7755 8558 5705 803 50
ହରଡ଼ 4350 6600 6950 4592 350 51
ଚିନାବାଦାମ 4000 5850 6377 4251 527 50
ସୂର୍ଯ୍ୟମୁଖୀ ମଞ୍ଜି 3750 6400 6760 4505 360 50
ସୋୟାବିନ (ହଳଦିଆ) 2560 4300 4600 3029 300 52
ରାଶି 4600 7830 8635 5755 805 50
କଳା ରାଶି 3600 7287 7734 5156 447 50
କପା (ମଧ୍ୟମ ମାନ) 3750 6080 6620 4411 540 50
କପା (ଲମ୍ବା ମାନ) ^ 4050 6380 7020 640

ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରିବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ାବିହନସାରଖତଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚଡିଜେଲ/ବିଦ୍ୟୁତବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି।

ଧାନ (ଗ୍ରେଡ୍‌ ଏ), ଯଅ (ମାଲଦାଣ୍ଡିଏବଂ କପା (ଲମ୍ବା ରେଶାପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ। 

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲାଏହି ଘୋଷଣା ଅନୁରୂପ ୨୦୨୩୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛିଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି। 

ଉତ୍ପାଦନ ଖର୍ଚ୍ଚ ତୁଳନାରେ ଚାଷୀମାନଙ୍କର ଆନୁମାନିକ ଲାଭ ବାଜରା କ୍ଷେତ୍ରରେ ସର୍ବାଧିକ ୮୨ ପ୍ରତିଶତ ବିରି କ୍ଷେତ୍ରରେ ୫୮ ପ୍ରତିଶତ, ସୋୟାବିନ କ୍ଷେତ୍ରରେ ୫୨ ପ୍ରତିଶତ ଏବଂ ହରଡ଼ କ୍ଷେତ୍ରରେ ୫୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଅନ୍ୟ ଫସଲ କ୍ଷେତ୍ରରେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ସେମାନଙ୍କର ଆନୁମାନିକ ଲାଭ ୫୦ ପ୍ରତିଶତରୁ ଅଧିକ ରହିବା ନେଇ ଆଶା କରାଯାଉଛି ।

ବିଗତ କିଛି ବର୍ଷ ମଧ୍ୟରେ  ଅଧିକ ଏମଏସପି ପ୍ରଦାନ କରାଯାଇ ତୈଳବୀଜ, ଡାଲି ଏବଂ ଶ୍ରୀ ଅନ୍ନ ଭଳି ଶସ୍ୟ ଉତ୍ପାଦନକୁ ବଢ଼ାଇବା ଲାଗି ଦୃଢ଼ ପ୍ରୟାସ କରାଯାଇଛି ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

୨୦୨୨୨୩ର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୩୦.୫ ନିୟୁତ ଟନ୍ ରହିବା ନେଇ ଅନୁମାନ କରାଯାଇଛି ଯାହାକି ବିଗତ ୨୦୨୧୨୨ ଆର୍ଥିକ ବର୍ଷ ତୁଳନାରେ ୧୪.୯ ନିୟୁତ ଟନ୍ ଅଧିକ। ଏହା ଗତ ପାଞ୍ଚବର୍ଷ ମଧ୍ୟରେ ସର୍ବାଧିକ।

Categories
ବିଶେଷ ଖବର

ପ୍ରତ୍ୟେକ ବ୍ଲକରେ ନିର୍ମାଣ ହେବ ଗୋଦାମ: ଅନ୍ନ ଭଣ୍ଡାର ଯୋଜନାକୁ ଅନୁମୋଦନ କଲେ ମୋଦୀ କ୍ୟାବିନେଟ

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବୈଠକ କରିଛି। ଏହି ବୈଠକରେ ସମବାୟ କ୍ଷେତ୍ରରେ ଖାଦ୍ୟ ଶସ୍ୟ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ଏକ ଲକ୍ଷ କୋଟି ଟଙ୍କାର ଯୋଜନା ଅନୁମୋଦନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଆଜିର କ୍ୟାବିନେଟ ବୈଠକରେ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନାର ଅନୁମୋଦନକୁ ନିଷ୍ପତ୍ତି ନିଆଯାଇଛି।

ସେ କହିଛନ୍ତି ଯେ, “ସମବାୟ କ୍ଷେତ୍ରରେ ଖାଦ୍ୟ ଶସ୍ୟର ସଂରକ୍ଷଣ କ୍ଷମତାକୁ ୭୦୦ ଲକ୍ଷ ଟନ୍ ବୃଦ୍ଧି କରିବାକୁ ଏକ ଲକ୍ଷ କୋଟି ଟଙ୍କାର ଯୋଜନା ଅନୁମୋଦନ କରାଯାଇଛି। ବର୍ତ୍ତମାନ ଦେଶରେ ଶସ୍ୟ ସଂରକ୍ଷଣ କ୍ଷମତା ୧୪୫୦ ଲକ୍ଷ ଟନ୍ ଅଟେ।” ସେ କହିଛନ୍ତି ଯେ, “ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଷ୍ଟୋରେଜ୍ କ୍ଷମତା ୨ ହଜାର ୧୫୦ ଲକ୍ଷ ଟନ୍ କୁ ବୃଦ୍ଧି କରାଯିବ। ସମବାୟ କ୍ଷେତ୍ରରେ ଏହି କ୍ଷମତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ସମବାୟ ସମିତିକୁ ଗତିଶୀଳ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ବ୍ଲକରେ ୨ ହଜାର ଟନ୍ ର ସଂରକ୍ଷଣ କ୍ଷମତାର ଗୋଦାମ ନିର୍ମାଣ ହେବ। ”

ଅନୁରାଗ ଠାକୁର କହିଛନ୍ତି ଯେ, “ବିଶ୍ଵର ବଡ ଖାଦ୍ୟ ଶସ୍ୟ ଉତ୍ପାଦନ କରୁଥିବା ଭାରତ ଅନ୍ୟତମ। ଆନ୍ତର୍ଜାତୀୟ ସ୍ତରରେ ଚୀନ୍, ଆମେରିକା, ବ୍ରାଜିଲ, ଋଷ, ଆର୍ଜେଣ୍ଟିନା ଇତ୍ୟାଦି ପ୍ରମୁଖ ଉତ୍ପାଦନକାରୀ ଦେଶଗୁଡିକର ବାର୍ଷିକ ଉତ୍ପାଦନଠାରୁ ଅଧିକ ସଂରକ୍ଷଣ କ୍ଷମତା ଉପଲବ୍ଧ, କିନ୍ତୁ ଭାରତରେ ଖାଦ୍ୟ ଶସ୍ୟର ସଂରକ୍ଷଣ କ୍ଷମତା ବାର୍ଷିକ ଉତ୍ପାଦନର ମାତ୍ର ୪୭% ଅଟେ। ଫଳସ୍ୱରୂପ, ଶସ୍ୟ ନଷ୍ଟ ହୁଏ ଏବଂ ଚାଷୀଙ୍କୁ ଅସୁବିଧା ହେବାକୁ ପଡେ। ”

ସେ କହିଛନ୍ତି ଯେ, “ଦେଶ ବାର୍ଷିକ ପ୍ରାୟ ୩ ହଜାର ୧୦୦ ଲକ୍ଷ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ କରିଥାଏ। ସଂରକ୍ଷଣ ସୁବିଧା ଅଭାବରୁ ଖାଦ୍ୟ ଶସ୍ୟର ଅପଚୟକୁ ଏଡ଼ାଇବା, ସଙ୍କଟ ସମୟରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦକୁ ବିକ୍ରୟ ମୂଲ୍ୟରେ ରୋକିବା, ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆମଦାନୀ ଉପରେ ଏବଂ ଗ୍ରାମଗୁଡିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। ଅଧିକ ସଂରକ୍ଷଣ କ୍ଷମତା କୃଷକମାନଙ୍କ ପାଇଁ ପରିବହନ ଖର୍ଚ୍ଚ ହ୍ରାସ କରିବ ଏବଂ ଖାଦ୍ୟ ନିରାପତ୍ତାକୁ ଦୃଢ କରାଯିବ। “

Categories
ଆଜିର ଖବର ଜାତୀୟ ଖବର

ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା– ୨.୦କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି।

ପରିଦୃଶ୍ୟ:

ବିଗତ ଆଠ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୭% ସିଏଜିଆର ହାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ଉତ୍ପାଦନ ପରିମାଣ ଚଳିତ ବର୍ଷ ୧୦୫ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍‌ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି। ଚଳିତ ବର୍ଷ ମୋବାଇଲ ଫୋନ୍‌ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି ଟଙ୍କା) ଛୁଇଁବା ସହିତ ଏକ ବୃହତ ମାଇଲଖୁଣ୍ଟ ହାସଲ କରିଛି।

ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଭାରତକୁ ଆସୁଛି ଏବଂ ଭାରତ ଏବେ ବିଶ୍ୱର ଏକ ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ନିର୍ମାତା ଭାବେ ଉଭା ହେଉଛି।

ପୂର୍ବରୁ ମୋବାଇଲ ଫୋନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଥିଲା, ଏହାର ସଫଳତାକୁ ଦେଖି ଏବେ କେନ୍ଦ୍ର କ୍ୟାବିନେଟ ଆଇଟି ହାର୍ଡୱେର ପାଇଁ ପିଏଲଆଇ ଯୋଜନା ୨.୦କୁ ଅନୁମୋଦନ କରିଛନ୍ତି।

ପ୍ରମୁଖ ବୈଶିଷ୍ଟ୍ୟ:

ଆଇଟି ହାର୍ଡୱେର ପାଇଁ ଘୋଷଣା କରାଯାଇଥିବା ପିଏଲଆଇ ଯୋଜନା ୨.୦ରେ ଲାପଟପ, ଟାବଲେଟ୍‌, ଅଲ୍‌ ଇନ୍‌ ୱାନ ପିସି, ସର୍ଭର ଏବଂ ଅଲଟ୍ରା ସ୍ମଲ ଫର୍ମ ଫ୍ୟାକ୍ଟର ଡିଭାଇସଗୁଡ଼ିକୁ ସାମିଲ କରାଯାଇଛି

ଯୋଜନା ପାଇଁ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି

ଯୋଜନାର ଅବଧି ୬ ବର୍ଷ ରଖାଯାଇଛି

ଏହାଦ୍ୱାରା ୩.୩୫ ଲକ୍ଷ କୋଟି ଟଙ୍କାର ବର୍ଦ୍ଧିତ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି

ଯୋଜନା କାର୍ଯ୍ୟକାରୀ ହେଲେ ମୋଟ୍‌ ୨,୪୩୦ କୋଟି ଟଙ୍କାର ବର୍ଦ୍ଧିତ ପୁଞ୍ଜିନିବେଶ ହେବ

ସେହିପରି ୭୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି

ମହତ୍ୱ:

ସବୁ ପ୍ରମୁଖ ବୈଶ୍ୱିକ ସଂସ୍ଥା ପାଇଁ ଭାରତ ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ସହଯୋଗୀ ଭାବେ ଉଭା ହେଉଛି। ବଡ଼ ଆଇଟି ହାର୍ଡୱେର କମ୍ପାନୀମାନେ ଭାରତରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଆହୁରି ଏଥିପାଇଁ ଏକ ଦୃଢ଼ ଆଇଟି ସେବା ଉଦ୍ୟୋଗର ସମର୍ଥନ ରହିଛି ଏବଂ ଦେଶ ଭିତରେ ଏହାର ଭଲ ଚାହିଦା ରହିଛି।

ଅଧିକାଂଶ ବଡ଼ କମ୍ପାନୀ ଭାରତରେ ଥିବା କାରଖାନାରୁ ଘରୋଇ ବଜାରକୁ ସାମଗ୍ରୀ ଯୋଗାଣ କରିବା ସହିତ ଭାରତକୁ ଏକ ରପ୍ତାନି କେନ୍ଦ୍ରରେ ପରିଣତ କରିବା ଲାଗି ଆଗ୍ରହ ପ୍ରକାଶ କରିବେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରର ଏହି ପଦକ୍ଷେପ ଯୋଗୁଁ ଚାଷୀମାନଙ୍କୁ ମିଳିପାରିବ ସବସିଡିଯୁକ୍ତ, ଶସ୍ତା ଏବଂ ସୁଲଭ ଦରରେ ସାର 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ  ସାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସାର ବିଭାଗ ପକ୍ଷରୁ ବିଭିନ୍ନ ପୋଷକ ତତ୍ତ୍ୱ ଯଥା ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ପାଇଁ ପୋଷକତତ୍ତ୍ୱ ଆଧାରିତ ସବସିଡି ଦରରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଆଧାର କରି ଫସଫେଟ ଓ ପଟାସ (ପି ଏଣ୍ଡ କେ) ସାର ଉପରେ  ରବି ଋତୁ ୨୦୨୨-୨୩ (୦୧.୦୧.୨୦୨୩ ଠାରୁ ୩୧.୦୩.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ କରାଯାଇଛି ଏବଂ ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ କରାଯାଇଛି।

ପି ଏଣ୍ଡ କେ ସାର ଉପରେ ସବସିଡି ଦର ୧ ଏପ୍ରିଲ ୨୦୧୦ ଠାରୁ ଏନବିଏସ ଯୋଜନା ଦ୍ୱାରା ପରିଚାଳିତ ହେଉଛି। ସରକାର ରବି ଋତୁ ୨୦୨୨-୨୩ ପାଇଁ ସଂଶୋଧିତ କରିଥିବା ଏନବିଏସ ଦର ୧ ଜାନୁଆରୀ ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପିଛିଲା ଭାବେ ଲାଗୁ ହେବ। ସେହିପରି ଖରିଫ ଋତୁ ୨୦୨୩ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଏନବିଏସ ଦର ୧ ଏପ୍ରିଲ ୨୦୨୩ ଠାରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଚାଷୀଙ୍କୁ ସବସିଡି ଦରରେ ୨୫ଟି ଗ୍ରେଡର ଫସଫେଟ ଏବଂ ପଟାସ (ପି ଏଣ୍ଡ କେ) ସାର ମିଳିବ।

ଚାଷୀମାନଙ୍କୁ ଉନ୍ନତ ମାନର ପି ଏଣ୍ଡ କେ ସାର ସବସିଡି ଦରରେ ଯୋଗାଇ ଦେବା ଲାଗି ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ୨୦୨୩ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ସବସିଡି ରାଶି ଯୋଗାଇ ଦେବେ।

କ୍ୟାବିନେଟଙ୍କ ଏହି ନିଷ୍ପତ୍ତିର ଦୁଇଟି ଲାଭ ମିଳିବ, ପ୍ରଥମତଃ : ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ସବସିଡିଯୁକ୍ତ, ଶସ୍ତା ଏବଂ ଯୁକ୍ତିସଂଗତ ଦରରେ ଡିଏପି ଏବଂ ଅନ୍ୟ ପି ଏଣ୍ଡ କେ ସାର ମିଳିପାରିବ। ଦ୍ୱିତୀୟତଃ ଏହା ପି ଏଣ୍ଡ କେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରିବ।

Categories
ବିଶେଷ ଖବର

ଜାତୀୟ ଚିକିତ୍ସା ଉପକରଣ ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩କୁ ମଞ୍ଜୁରି ମିଳିଛି।

ଭାରତର ଚିକିତ୍ସା ଉପକରଣ କ୍ଷେତ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅଭିନ୍ନ ଅଙ୍ଗ। କୋଭିଡ -୧୯ ମହାମାରୀ ସମୟରେ ଭାରତ ବ୍ୟାପକ ପରିମାଣରେ ଚିକିତ୍ସା ଉପକରଣ ଓ ନିଦାନ କିଟ୍ସ ଯଥା ଭେଣ୍ଟିଲେଟର୍ସ, ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍ସ, ରିଅଲ-ଟାଇମ୍‌ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ୍‌ ଚେନ୍‌ ରିଆକ୍ସନ (ଆରଟି-ପିସିଆର) କିଟ୍ସ, ଇନଫ୍ରାରେଡ୍‌ (ଆଇଆର) ଥର୍ମୋମିଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ସ ଏବଂ ଏନ-୯୫ ମାସ୍କ ଉତ୍ପାଦନ କରିବା ସହିତ ଘରୋଇ ଏବଂ ବିଶ୍ୱସ୍ତରରେ କୋଭିଡ-୧୯ ମହାମାରୀ ମୁକାବିଲାରେ ସମର୍ଥନ ଯୋଗାଇ ଦେଇଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ରର ଯୋଗଦାନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ର ଏକ ଉଦୀୟମାନ କ୍ଷେତ୍ର ଭାବେ ଦ୍ରୁତ ଗତିରେ ବିକଶିତ ହେଉଛି । ଭାରତରେ ଚିକିତ୍ସା ଉପକରଣ କ୍ଷେତ୍ରର ବଜାର ଆକାର ୨୦୨୦ରେ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି) ଥିବା ବେଳେ ବିଶ୍ୱ ଚିକିତ୍ସା ଉପକରଣ ବଜାରରେ ଏହାର ଭାଗ ୧.୫% ରହିଛି। ଭାରତୀୟ ଚିକିତ୍ସା ଉପକରଣ କ୍ଷେତ୍ର ବର୍ତ୍ତମାନ ପ୍ରଗତି ପଥରେ ରହିଛି ଏବଂ ଆତ୍ମନିର୍ଭରଶୀଳ ହେବା ଲାଗି ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲ ଦିଗରେ ଏହି କ୍ଷେତ୍ର ଯୋଗଦାନ ଦେଇପାରିବ। ଭାରତ ସରକାର ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି।

ସେହିପରି ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ୪ଟି ଚିକିତ୍ସା ଉପକରଣ ପାର୍କ ପ୍ରତିଷ୍ଠା ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି। ଚିକିତ୍ସା ଉପକରଣ ପାଇଁ ପିଏଲଆଇ ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୬ ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି ଏବଂ ଏଥିପାଇଁ ୧୨୦୬ କୋଟି ଟଙ୍କାର ନିବେଶ ଲାଗି ଯୋଜନା ହୋଇଛି। ଏବେ ସୁଦ୍ଧା ୭୧୪ କୋଟି ଟଙ୍କାର ନିବେଶ ହୋଇସାରିଲାଣି। ପିଏଲଆଇ ଯୋଜନା ଅଧୀନରେ, ମୋଟ ୧୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ୩୭ଟି ଉତ୍ପାଦ ନିର୍ମାଣ ଆରମ୍ଭ ହୋଇସାରିଛି।

ସେହିପରି ଉନ୍ନତ ମାନର ଚିକିତ୍ସା ଉପକରଣ ନିର୍ମାଣ ଆରମ୍ଭ ହୋଇସାରିଛି ଯେଉଁଥିରେ ଲିନିୟର ଆକ୍ସେଲରେଟର, ଏମଆରଆଇ ସ୍କାନ, ସିଟି-ସ୍କାନ, ମାମୋଗ୍ରାମ, ସି-ଆର୍ମ, ଏମଆରଆଇ କଏଲ, ହାଇଏଣ୍ଡ ଏକ୍ସ-ରେ ଟ୍ୟୁବ ଆଦି ସାମିଲ ରହିଛି। ଅବଶିଷ୍ଟ ୧୨ଟି ଉତ୍ପାଦ ନିକଟ ଭବିଷ୍ୟତରେ କାର୍ଯ୍ୟକ୍ଷମ ହେବ। ୮୭ଟି ଉତ୍ପାଦ/ଉତ୍ପାଦ ଉପକରଣର ଘରୋଇ ବିନିର୍ମାଣ ଲାଗି ବି ବର୍ଗ ଅଧୀନରେ ମୋଟ୍‌ ୨୬ଟି ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ପ୍ରକଳ୍ପକୁ ନିକଟରେ ଅନୁମୋଦନ କରାଯାଇଛି।

ଏସବୁ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏହି କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ଲାଗି ଏକ ସାମଗ୍ରିକ ନୀତିଗତ ଢାଞ୍ଚା ବର୍ତ୍ତମାନ ସମୟର ଆବଶ୍ୟକତା। ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି।

ତେବେ ଏକ ସମନ୍ୱିତ ଢଙ୍ଗରେ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକର ଏକ ବିସ୍ତୃତ ସେଟ୍‌ ପ୍ରସ୍ତୁତ କରିବା ଲାଗି ବର୍ତ୍ତମାନର ନୀତିରେ ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟତଃ, ଏହି କ୍ଷେତ୍ରର ବିବିଧତା ଏବଂ ବହୁ-ବିଷୟକ ପ୍ରକୃତିକୁ ଦେଖି ଚିକିତ୍ସା ଉପକରଣ ଉଦ୍ୟୋଗରେ ନିୟାମକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। କୌଶଳ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ସରକାରଙ୍କ ଅନେକ ବିଭାଗ ମଧ୍ୟରେ ସମନ୍ୱୟ ଆଣିବାର ଆବଶ୍ୟକତା ରହିଛି। ତେବେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପକୁ ଏକ ସୁସଙ୍ଗତ ଢଙ୍ଗରେ ଏକତ୍ରିତ କରିବାର ଆବଶ୍ୟକତା ରହିଛି ଯାହା ସମ୍ପୃକ୍ତ ଏଜେନ୍ସିମାନଙ୍କ ଦ୍ୱାରା ଏହି କ୍ଷେତ୍ର ପାଇଁ କେନ୍ଦ୍ରିତ ଓ କୁଶଳ ସମର୍ଥନ ସହିତ ସୁବିଧା ପ୍ରଦାନ କରିବ।

ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ ଆସିବା ଫଳରେ ପ୍ରସାର, ସାମର୍ଥ୍ୟ, ଗୁଣବତ୍ତା, ନବସୃଜନ ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରିବା ସହଜ ହେବ। ଚିକିତ୍ସା ଉପକରଣ କ୍ଷେତ୍ରର ବ୍ୟବସ୍ଥିତ ବିକାଶ ଏଥିପାଇଁ ସୁବିଧା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି କ୍ଷେତ୍ର ନିଜର ସମ୍ପୂର୍ଣ୍ଣ ସମ୍ଭାବନା -ଯଥା, ନବସୃଜନ ଉପରେ ଧ୍ୟାନ ଦେବା ସହିତ ଉତ୍ପାଦନ ଲାଗି ଏକ ସକ୍ଷମ ଇକୋସିଷ୍ଟମର ନିର୍ମାଣ, ଏକ ମଜବୁତ ଓ ସୁବ୍ୟସ୍ଥିତ ନିୟାମକ ଢାଞ୍ଚା ପ୍ରସ୍ତୁତ କରିବା, ଉଦ୍ୟୋଗ ଆବଶ୍ୟକତା ଅନୁରୂପ ପ୍ରତିଭା ଓ କୁଶଳୀ ସମ୍ବଳ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିବା ଏବଂ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଭଳି ଲକ୍ଷ୍ୟକୁ ପୂରଣ କରିବ ବୋଲି ଆଶା କରାଯାଉଛି। ଘରୋଇ ନିବେଶ ଓ ଚିକିତ୍ସା ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଏହି ନୀତି ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମର ଅନୁରୂପ ଅଟେ।

ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ର ପ୍ରମୁଖ ବୈଶିଷ୍ଟ୍ୟ :

ସଂକଳ୍ପ: ରୋଗୀ କୈନ୍ଦ୍ରିକ ଦୃଷ୍ଟିକୋଣ ସହିତ ତ୍ୱରିତ ବିକାଶ ମାର୍ଗ ଏବଂ ପରବର୍ତ୍ତୀ ୨୫ ବର୍ଷରେ ବର୍ଦ୍ଧିତ ବିଶ୍ୱ ବଜାରରେ ୧୦-୧୨ ପ୍ରତିଶତ ସହଭାଗିତା ହାସଲ କରି ଚିକିତ୍ସା ଉପକରଣ ନିର୍ମାଣ ଓ ନବସୃଜନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବା। ଏହି ନୀତି ଜରିଆରେ ୨୦୩୦ ସୁଦ୍ଧା ଚିକିତ୍ସା ଉପକରଣ କ୍ଷେତ୍ରର ଆକାରକୁ ବର୍ତ୍ତମାନର ୧୧ ବିଲିୟନ ଆମେରିକୀୟ ଡଲାରରୁ ୫୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ବଢ଼ାଇବାରେ ସହାୟତା ମିଳିପାରିବ ବୋଲି ଆଶା କରାଯାଉଛି।

ଲକ୍ଷ୍ୟ : ଏହି ନୀତି ଚିକିତ୍ସା ଉପକରଣ କ୍ଷେତ୍ରର ତ୍ୱରିତ ବିକାଶ ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତ କରିଥାଏ ଯାହା ଦ୍ୱାରା ନିମ୍ନଲିଖିତ ମିଶନ, ପ୍ରସାର ଓ ସାର୍ବଜନୀନତା, ସାମର୍ଥ୍ୟ, ଗୁଣବତ୍ତା, ରୋଗୀ କୈନ୍ଦ୍ରିକ ଓ ଗୁଣବତ୍ତା ଯତ୍ନ, ନିବାରଣକାରୀ ଓ ପ୍ରୋତ୍ସାହନକାରୀ ସ୍ୱାସ୍ଥ୍ୟ, ସୁରକ୍ଷା, ଗବେଷଣା ଓ ନବସୃଜନ ଏବଂ କୁଶଳ ଜନଶକ୍ତିକୁ ପ୍ରାପ୍ତ କରାଯାଇପାରିବ।

ଚିକିତ୍ସା ଉପକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରଣନୀତି:

ମେଡ଼ିକାଲ ଉପକରଣ କ୍ଷେତ୍ରକୁ ରଣନୀତିଗୁଡ଼ିକର ଏକ ସେଟ୍‌ ମାଧ୍ୟମରେ ସୁବିଧା ଓ ମାର୍ଗଦର୍ଶନ ପ୍ରଦାନ କରାଯାଉଛି ଯାହା ନୀତିଗତ କାର୍ଯ୍ୟକଳାପର ଛଅଟି ବ୍ୟାପକ କ୍ଷେତ୍ରକୁ କଭର କରିବ:

ବିନିୟାମକ ବ୍ୟବସ୍ଥାଗତ ତାଳମେଳ : ଗବେଷଣା ଓ ବ୍ୟବସାୟକୁ ସହଜ କରିବା ଲାଗି ଏଇଆରବି, ଇଲେକ୍ଟ୍ରୋନିକକ୍ସ ଏଣ୍ଡ ଆଇଟି ମନ୍ତ୍ରଣାଳୟ, ପଶୁପାଳନ ଓ ଡାଏରୀ ବିଭାଗ ଭଳି ସମସ୍ତ ଅଂଶୀଦାର ବିଭାଗ/ସଂଗଠନ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଚିକିତ୍ସା ଉପକରଣ ଲାଇସେନ୍ସ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ନିର୍ମାଣ ଭଳି ଉତ୍ପାଦ ନବସୃଜନ ଉପାୟ କରାଯିବ। ବିଆଇଏସ ଭଳି ଭାରତୀୟ ମାନକର ଭୂମିକାକୁ ବଢ଼ାଇବା ଏବଂ ସୁସଙ୍ଗତ ମୂଲ୍ୟ ନିର୍ଦ୍ଧାରଣ ନିୟାମକକୁ ଅନୁସରଣ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯିବ।

ସକ୍ଷମ ମୌଳିକ ଭିତ୍ତିଭୂମି : ଜାତୀୟ ଶିଳ୍ପ କରିଡର କାର୍ଯ୍ୟକ୍ରମ ଏବଂ ପ୍ରସ୍ତାବିତ ଜାତୀୟ ଲଜିଷ୍ଟିକ୍ସ ନୀତି ୨୦୨୧ ପରିଧିରେ ଆବଶ୍ୟକ ଲଜିଷ୍ଟିକ୍ସ କନେକ୍ଟିଭିଟୀ ସହିତ ଆର୍ଥିକ କ୍ଷେତ୍ର ନିକଟରେ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧାଯୁକ୍ତ ବଡ଼ ଚିକିତ୍ସା ଉପକରଣ ପାର୍କ, କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଏସବୁ ପିଏମ ଗତିଶକ୍ତି ଯୋଜନା ଅଧୀନରେ କରାଯିବ। ରାଜ୍ୟ ସରକାର, ଶିଳ୍ପ ଜଗତ ସହିତ ଉନ୍ନତ ସମନ୍ୱୟ ଏବଂ ଚିକିତ୍ସା ଉପକରଣ ଉଦ୍ୟୋଗ ସହିତ ବ୍ୟାକୱାର୍ଡ ଇଣ୍ଟିଗ୍ରେସ ଜରିଆରେ ଭିତ୍ତିଭୂମି ବିକାଶ କରାଯିବ।

ଗବେଷଣା ଓ ବିକାଶ ଏବଂ ନବସୃଜନକୁ ସୁଗମ କରିବା: ଏହି ନୀତି ଭାରତରେ ଗବେଷଣା ଓ ବିକାଶକୁ ପ୍ରେତ୍ସାହିତ କରିବ ସହିତ ନବସୃଜନକୁ ସୁଗମ କରିବ। ଏହା ମଧ୍ୟ ଗବେଷଣା ଓ ବିକାଶ ଉପରେ ବିଭାଗର ପ୍ରସ୍ତାବିତ ଜାତୀୟ ନୀତି ଏବଂ ଭାରତରେ ଫାର୍ମା ମେଡ଼ ଟେକ୍‌ କ୍ଷେତ୍ରରେ ନବସୃଜନ ଦିଗରେ ସହାୟକ ହେବ। ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ନବସୃଜନ କେନ୍ଦ୍ର, ପ୍ଲଗ୍‌ ଏଣ୍ଡ ପ୍ଲେ ଭିତ୍ତିଭୂମି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଷ୍ଟାର୍ଟଅପଗୁଡ଼ିକୁ ସହାୟତା ଯୋଗାଇ ଦେବ।

ଏହି କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା : ଜାତୀୟ ଚିକିତ୍ସା ଉପକରଣ ନୀତି ସରକାରଙ୍କ ବର୍ତ୍ତମାନର ଯୋଜନା ଯଥା ମେକ ଇନ ଇଣ୍ଡିଆ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ, ହିଲ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟଅପ ମିଶନ ଭଳି ଯୋଜନା ଓ ନୀତିଗତ ହସ୍ତକ୍ଷେପ ଜରିଆରେ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବ; ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ସରକାରୀ-ଘରୋଇ ଭାଗିଦାରୀ ଠାରୁ ମଧ୍ୟ ବାରମ୍ବାର ପୁଞ୍ଜିନିବେଶକୁ ମଧ୍ୟ ଆକୃଷ୍ଟ କରିବ।

ମାନବ ସମ୍ବଳ ବିକାଶ: ବୈଜ୍ଞାନିକ, ନିୟାମକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ପରିଚାଳକ, ଟେକ୍ନିସିଆନ ଆଦିଙ୍କ ଭଳି ମୂଲ୍ୟଶୃଙ୍ଖଳାରେ କୁଶଳୀ ଶ୍ରମ ଶକ୍ତିଙ୍କ ନିରନ୍ତର ଯୋଗାଣ ଲାଗି ନୀତିରେ ପରିକଳ୍ପନା କରାଯାଇଛି:

ଚିକିତ୍ସା ଉପକରଣ କ୍ଷେତ୍ରରେ ପେସାଦାରମାନଙ୍କର କୌଶଳ ବିକାଶ, ପୁନଃକୌଶଳ ବିକାଶ ଏବଂ କୌଶଳ ଉନ୍ନତିକରଣ ଲାଗି ଆମେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଉପଲବ୍ଧ ସମ୍ବଳକୁ ଉପଯୋଗ କରିପାରିବା।

ଭବିଷ୍ୟତ ପାଇଁ ପ୍ରସ୍ତୁତ ମେଡଟେକ୍‌ ମାନବ ସମ୍ବଳର ଉପଲବ୍ଧ କରିବା ଏବଂ ଏହି କ୍ଷେତ୍ରରେ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି, ଅତ୍ୟାଧୁନିକ ନିର୍ମାଣ ଏବଂ ଗବେଷଣା ଭଳି କୁଶଳ ଶ୍ରମଶକ୍ତିର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଏହି ନୀତି ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକରେ ଚିକିତ୍ସା ଉପକରଣ ଲାଗି ସମର୍ପିତ ବହୁ ବିଷୟକ ପାଠ୍ୟକ୍ରମକୁ ସମର୍ଥନ କରିବ।

ବିଶ୍ୱ ବଜାର ସହିତ ତାଳ ଦେଇ ଚାଲିବା ଲାଗି ଚିକିତ୍ସା ପ୍ରଯୁକ୍ତିକୁ ବିକଶିତ କରିବା ନିମନ୍ତେ ବିଦେଶୀ ଶିକ୍ଷା/ଉଦ୍ୟୋଗ ସଂଗଠନ ସହିତ ସହଭାଗିତା ବିକଶିତ କରାଯିବ।

ବ୍ରାଣ୍ଡ ପୋଜିସନିଂ ଏବଂ ସଚେତନତା ନିର୍ମାଣ: ଏହି ନୀତି ବିଭାଗର ଅଧୀନ କ୍ଷେତ୍ର ପାଇଁ ଏକ ସମର୍ପିତ ରପ୍ତାନି ପ୍ରୋତ୍ସାହନ ପରିଷଦର ନିର୍ମାଣ ପାଇଁ ପରିକଳ୍ପନା କରାଯାଇଛି ଯାହାକି ବିଭିନ୍ନ ବଜାର ପହଞ୍ଚ ସହ ଜଡ଼ିତ ପ୍ରସଙ୍ଗର ସମାଧାନ ଲାଗି ସକ୍ଷମ ହେବ:

ଉତ୍ପାଦନ ଓ କୌଶଳ ବିକାଶ ପ୍ରଣାଳୀର ସର୍ବୋତ୍ତମ ବୈଶ୍ୱିକ ପଦ୍ଧତିକୁ ଶିଖିବା ପାଇଁ ଅଧ୍ୟୟନ ଓ ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରିବା, ଯାହାଫଳରେ ଭାରତରେ ଏପରି ସଫଳ ମଡେଲଗୁଡ଼ିକୁ ଆପଣାଇବାର ବାସ୍ତବତାକୁ ଠାବ କରାଯାଇପାରିବ।

ଜ୍ଞାନ ବିନିମୟ କରିବା ଏବଂ ସମ୍ପୂର୍ଣ୍ଣ କ୍ଷେତ୍ରରେ ମଜବୁତ ନେଟୱର୍କ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଅଂଶୀଦାରମାନଙ୍କୁ ଏକସଙ୍ଗେ ଆଣିବା ପାଇଁ ଆହୁରି ଅଧିକ ମଞ୍ଚକୁ ପ୍ରୋତ୍ସାହନ ଦେବା।

ଏହି ନୀତି ଚିକିତ୍ସା ଉପକରଣ ଉଦ୍ୟୋଗକୁ ଏକ ପ୍ରତିଦ୍ୱନ୍ଦ୍ୱୀ, ଆତ୍ମନିର୍ଭରଶୀଳ, ସହନଶୀଳ ଏବଂ ନବୋନ୍ମେଷ ଉଦ୍ୟୋଗରେ ପରିଣତ କରିବା ସହ ସୁଦୃଢ଼ କରିବା ଲାଗି ଆବଶ୍ୟକ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦେବ ଯାହାକି କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିପାରୁଥିବ। ରୋଗୀଙ୍କ ପରିବର୍ତ୍ତିତ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ରୋଗୀ କୈନ୍ଦ୍ରିକ ଦୃଷ୍ଟିକୋଣ ସହିତ ଚିକିତ୍ସା ଉପକରଣ କ୍ଷେତ୍ରକୁ ଦ୍ରୁତ ପ୍ରଗତି ପଥରେ ଆଗେଇ ନେବା ପାଇଁ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ରେ ଲକ୍ଷ୍ୟ ରଖାଯାଇଛି।

Categories
ବିଶେଷ ଖବର

ରାଷ୍ଟ୍ରୀୟ କ୍ୱାଣ୍ଟମ୍‌ ମିଶନକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରାଷ୍ଟ୍ରୀୟ କ୍ୱାଣ୍ଟମ ମିଶନ (ଏନକ୍ୟୁଏମ)କୁ ୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁର କରିଛନ୍ତି। ଏହି ମିଶନରେ ମୋଟ୍‌ ୬୦୦୩.୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ମିଶନର ଲକ୍ଷ୍ୟ ହେଉଛି କ୍ୱାଣ୍ଟମ ପ୍ରଯୁକ୍ତି କ୍ଷେତ୍ରରେ ବୈଜ୍ଞାନିକ ତଥା ଔଦ୍ୟୋଗିକ ଗବେଷଣା ଓ ବିକାଶର ବୀଜବପନ କରିବା, ଏହାକୁ ବିକଶିତ କରିବା ତଥା ଆଗକୁ ବଢ଼ାଇବା ସହିତ ଏ ସହ ଜଡ଼ିତ ଏକ ଜୀବନ୍ତ ଏବଂ ସୃଜନଶୀଳ ଇକୋସିଷ୍ଟମ ପ୍ରସ୍ତୁତ କରିବା। ଏହି ମିଶନ କ୍ୱାଣ୍ଟମ ପ୍ରଯୁକ୍ତି ଉପରେ ଆଧାରିତ ଆର୍ଥିକ ବିକାଶକୁ ଗତିଶୀଳ କରିବା ସହିତ ଦେଶରେ ଏକ ଅନୁକୂଳ ଇକୋସିଷ୍ଟମ ବିକଶିତ କରିବ ଏବଂ କ୍ୱାଣ୍ଟମ ପ୍ରଯୁକ୍ତି ଓ ପ୍ରୟୋଗ (କ୍ୟୁଟିଏ)ର ବିକାଶ କ୍ଷେତ୍ରରେ ଭାରତକୁ ଅଗ୍ରଣୀ ଦେଶ ଭାବେ ପରିଗଣିତ ହେବ।

ଏହି ନୂଆ ମିଶନ ସୁପରକଣ୍ଡକ୍ଟିଂ ଏବଂ ଫଟୋନିକ ଜ୍ଞାନକୌଶଳ ଭଳି ବିଭିନ୍ନ ପ୍ଲାଟଫର୍ମରେ ଆଠ ବର୍ଷରେ ୫୦-୧୦୦୦ ଭୌତିକ କ୍ୟୁବିକ କ୍ଷମତା ବିଶିଷ୍ଟ ମଧ୍ୟବର୍ତ୍ତୀ ସ୍ତରର କ୍ୱାଣ୍ଟମ କମ୍ପ୍ୟୁଟର ବିକଶିତ କରିବାର ଲକ୍ଷ୍ୟ ବହନ କରିଛି । ଭାରତ ଭିତରେ ୨୦୦୦ କିଲୋମିଟର ସୀମା ଭିତରେ ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକ ମଧ୍ୟରେ ଉପଗ୍ରହ ଆଧାରିତ ସୁରକ୍ଷିତ କ୍ୱାଣ୍ଟମ ସଞ୍ଚାର, ଅନ୍ୟ ଦେଶମାନଙ୍କ ସହିତ ଲମ୍ବା ଦୂରତା ବିଶିଷ୍ଟ ସୁରକ୍ଷିତ କ୍ୱାଣ୍ଟମ ସଞ୍ଚାର, ୨୦୦୦ କିଲୋମିଟରରୁ ଅଧିକ ପରିଧିରେ ଆନ୍ତଃସହରୀ (ଇଣ୍ଟରସିଟୀ) କ୍ୱାଣ୍ଟମ କୀ ବିତରଣ ସହିତ କ୍ୱାଣ୍ଟମ ମେମୋରୀ ଆଧାରିତ ମଲ୍ଟି-ନୋଡ କ୍ୱାଣ୍ଟମ ନେଟୱର୍କ ମଧ୍ୟ ଏହି ମିଶନର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ।

ଏହି ମିଶନ ସଠିକ୍‌ ସମୟ, ସଞ୍ଚାର ଓ ନେଭିଗେସନ ପାଇଁ ଆଣବିକ ପ୍ରଣାଳୀ ଏବଂ ଆଣବିକ ଘଡ଼ି ବା ଆଟମିକ କ୍ଲକ୍‌ରେ ଉଚ୍ଚ ସମ୍ବେଦନଶୀଳତା ଯୁକ୍ତ ମ୍ୟାଗ୍ନେମିଟର ବିକଶିତ କରିବାରେ ସହାୟକ ହେବ। ଏହା କ୍ୱାଣ୍ଟମ ଉପକରଣର ନିର୍ମାଣ ପାଇଁ ସୁପରକଣ୍ଡକ୍ଟର, ନୂତନ ସେମିକଣ୍ଡକ୍ଟର ଢାଞ୍ଚା ଏବଂ ଟୋପୋଲୋଜିକାଲ ସାମଗ୍ରୀ ଆଦି ଭଳି କ୍ୱାଣ୍ଟମ ସାମଗ୍ରୀର ଡିଜାଇନ ଏବଂ ସଂଶ୍ଳେଷଣରେ ମଧ୍ୟ ସହାୟତା କରିବ। ଏହା ଅଧୀନରେ କ୍ୱାଣ୍ଟମ ସଞ୍ଚାର, ସେନ୍ସିଂ ଏବଂ ପାଣିପାଗ ବିଜ୍ଞାନ ସମ୍ବନ୍ଧୀୟ ପ୍ରୟୋଗ ଲାଗି ଏକକ ଫୋଟନ ଉତ୍ସ/ଡିଟେକ୍ଟର ଏବଂ ଛନ୍ଦି ହୋଇ ରହିଥିବା ଫୋଟନ ଉତ୍ସ ମଧ୍ୟ ବିକଶିତ କରାଯିବ ।

କ୍ୱାଣ୍ଟମ୍‌ କମ୍ପ୍ୟୁଟିଂ, କ୍ୱାଣ୍ଟମ ସଞ୍ଚାର, କ୍ୱାଣ୍ଟମ ସେନ୍ସିଂ ଏବଂ ମେଟ୍ରୋଲୋଜି ଏବଂ  କ୍ୱାଣ୍ଟମ୍‌ ସାମଗ୍ରୀ ଓ ଉପକରଣ କ୍ଷେତ୍ରରେ ଚାରିଟି ବିଷୟଗତ କେନ୍ଦ୍ର (ଟୀ-ହବ୍‌) ଶୀର୍ଷସ୍ତରର ଶିକ୍ଷା ଓ ଜାତୀୟ ଗବେଷଣା ଓ ବିକାଶ ପ୍ରତିଷ୍ଠାନରେ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ର ବା ହବ୍‌ଗୁଡ଼ିକ ମୌଳିକ ଏବଂ ପ୍ରୟୋଗାତ୍ମକ ଗବେଷଣା ମାଧ୍ୟମରେ ନୂଆ ଜ୍ଞାନ ସୃଜନ ଉପରେ ଧ୍ୟାନ କେନ୍ଦ୍ରିତ କରିବେ ତଥା ସେହିସବୁ କ୍ଷେତ୍ରରେ ମଧ୍ୟ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବେ  ଯାହାର ଉତ୍ତରଦାୟିତ୍ୱ ସେମାନଙ୍କୁ ଅର୍ପଣ କରାଯିବ।

ଜାତୀୟ କ୍ୱାଣ୍ଟମ ମିଶନ (ଏନକ୍ୟୁଏମ) ଦେଶରେ ପ୍ରଯୁକ୍ତି ବିକାଶ ସହ ଜଡ଼ିତ ଇକୋସିଷ୍ଟମକୁ ବୈଶ୍ୱିକ ପ୍ରତିଯୋଗିତା ସ୍ତର ପର୍ଯ୍ୟନ୍ତ ନେଇଯାଇପାରେ। ଏହି ମିଶନ ଦ୍ୱାରା ସଞ୍ଚାର, ସ୍ୱାସ୍ଥ୍ୟ, ଆର୍ଥିକ ଓ ଇନ୍ଧନ କ୍ଷେତ୍ର ସହିତ ଔଷଧ ନିର୍ମାଣ ଏବଂ ମହାକାଶ ପ୍ରୟୋଗ କ୍ଷେତ୍ରକୁ ବ୍ୟାପକ ଲାଭ ମିଳିପାରିବ। ଏହା ଡିଜିଟାଲ ଇଣ୍ଡିଆ, ମେକ୍‌ ଇନ୍‌ ଇଣ୍ଡିଆ, ସ୍କିଲ୍‌ ଇଣ୍ଡିଆ ଏବଂ ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ, ଷ୍ଟାର୍ଟଅପ୍‌ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଭଳି ରାଷ୍ଟ୍ରୀୟ ପ୍ରାଥମିକତାକୁ ବ୍ୟାପକ ରୂପରେ ପ୍ରୋତ୍ସାହନ ଦେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଉପରେ ଆଧାରିତ।

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟ (ଟିଡି-୩ ଯାହାକି ପୂର୍ବର ଟିଡି-୫ ଗ୍ରେଡ ସହ ସମାନ)ର ଏମଏସପିକୁ କ୍ୱିଣ୍ଟାଲ ପ୍ରତି ୫୦୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ  ଖର୍ଚ୍ଚ ଉପରେ ୬୩.୨୦ ପ୍ରତିଶତର ଅତିରିକ୍ତ ଆୟ ସୁନିଶ୍ଚିତ କରିବ। ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ ଗୁଣା ଅତିରିକ୍ତ ଆୟ ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାର ୨୦୧୮-୧୯ ବଜେଟ୍‌ରେ ଘୋଷଣା କରିଥିଲେ। ସେହି ଅନୁରୂପ କଞ୍ଚା ଝୋଟର ଏମଏସପି ନିର୍ଦ୍ଧାରଣ କରାଯାଇଛି।

ଏହା ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବ। ଝୋଟ ଚାଷୀମାନଙ୍କୁ ଭଲ ପାରିଶ୍ରମିକ ଦେବା ସହିତ  ଉନ୍ନତମାନର ଝୋଟ ଫାଇବରକୁ ପ୍ରୋତ୍ସାହିତ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସହାୟତା କାର୍ଯ୍ୟ ପରିଚାଳନା କରିବା ଲାଗି କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ପରିଚାଳନା ସମୟରେ କୌଣସି କ୍ଷତି ହେଲେ କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାମାନଙ୍କ ଲାଗି ନିର୍ଦ୍ଧାରିତ ସବସିଡିକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ହିତାଧିକାରୀମାନଙ୍କୁ ବର୍ଷକୁ ୧୨ଟି ରିଫିଲ୍‌ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡିକୁ ମଞ୍ଜୁରି ଦେଇଛନ୍ତି। ୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପିଏମୟୁୱାଇରେ ୯.୫୯ କୋଟି ହିତାଧିକାରୀ ରହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ମୋଟ୍‌ ୬,୧୦୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମୋଟ୍‌ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦିଆଯାଇଥାଏ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀ ଅର୍ଥାତ୍‌ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଭାରତ ପେଟୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ୨୨ ମେ, ୨୦୨୨ ପୂର୍ବରୁ ଏହି ସବସିଡି ଦେଇ ଆସୁଛନ୍ତି।

ବିଭିନ୍ନ ଭୂ-ରାଜନୈତିକ କାରଣରୁ ଏଲପିଜିର ଅନ୍ତର୍ଜାତୀୟ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପିଏମୟୁୱାଇ ହିତାଧିକାରୀମାନଙ୍କୁ ଏଲପିଜିର ଉଚ୍ଚ ମୂଲ୍ୟରୁ ସୁରକ୍ଷା ଦେବା ମହତ୍ୱପୂର୍ଣ୍ଣ ଅଟେ।

ପିଏମୟୁୱାଇ ହିତାଧିକାରୀମାନଙ୍କୁ ନିର୍ଦ୍ଧାରିତ ସହଯୋଗ ସେମାନଙ୍କୁ ଏଲପିଜିର ଲଗାତାର ଉପଯୋଗ ନିମନ୍ତେ ପ୍ରୋତ୍ସାହିତ କରିଥାଏ। ପିଏମୟୁୱାଇ ହିତାଧିକାରୀମାନଙ୍କ ମଧ୍ୟରେ ନିରନ୍ତର ଏଲପିଜି ଆପଣାଇବା ଏବଂ ଏହାର ଉପଯୋଗ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନେ ସମ୍ପୂର୍ଣ୍ଣ ଭାବେ ରୋଷେଇ କରିବା ଲାଗି ସ୍ୱଚ୍ଛ ଇନ୍ଧନ ଉପରେ ନିର୍ଭରଶୀଳ ହୋଇପାରିବେ। ପିଏମୟୁୱାଇ ହିତାଧିକାରୀମାନଙ୍କର ହାରାହାରୀ ଏଲପିଜି ଖର୍ଚ୍ଚ ୨୦୧୯-୨୦ରେ  ୩.୦୧ ରିଫିଲ ଥିଲା ଯାହାକି ୨୦୨୧-୨୨ରେ ୩.୬୮ ରିଫିଲକୁ ବୃଦ୍ଧି ପାଇଥିଲା। ସମସ୍ତ ପିଏମୟୁୱାଇ ହିତାଧିକାରୀ ନିର୍ଦ୍ଧାରିତ ସବସିଡି ପାଇବାକୁ ଯୋଗ୍ୟ ଅଟନ୍ତି।

ଗ୍ରାମୀଣ ଓ ବଞ୍ଚିତ ଗରିବ ପରିବାରଗୁଡ଼ିକୁ ରୋଷେଇ ଲାଗି ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ (ଏଲପିଜି)ର ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ନିମନ୍ତେ ସରକାର ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ। ଯାହାଫଳରେ ଗରିବ ପରିବାରର ବୟସ୍କ ମହିଳାମାନଙ୍କୁ ମାଗଣାରେ ଏଲପିଜି ସଂଯୋଗ ମିଳିପାରିବ।

Categories
ବିଶେଷ ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ୪% ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର) ବୃଦ୍ଧିକୁ ମଞ୍ଜୁର କରାଯାଇଛି। ବର୍ଦ୍ଧିତ ଡିଏ ଏବଂ ଡିଆର  ଜାନୁଆରୀ ପହିଲା ୨୦୨୩ ଠାରୁ ପିଛିଲା ଭାବେ ଲାଗୁ ହେବ। ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର ଦର ୩୮% ରହିଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବୃଦ୍ଧି ଯୋଗୁ ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସକୁ ଆଧାର କରି ଗ୍ରହଣ କରାଯାଇଥିବା ସୂତ୍ର ଅନୁଯାୟୀ ଡିଏ ଓ ଡିଆର ବୃଦ୍ଧି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ପ୍ରତିଷ୍ଠା ହେବ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼  କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସମନ୍ବୟ ଅଣାଯାଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ନାବାର୍ଡ, ଜାତୀୟ ଦୁଗ୍ଧ ଉତ୍ପାଦନ ବିକାଶ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ମାଛ ଚାଷ ବିକାଶ ବୋର୍ଡ (ଏନଏଫଡିବି) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ।

ବର୍ତ୍ତମାନର ପରିଯୋଜନା ଅଧୀନରେ ନିମ୍ନଲିଖିତ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ବୟ ଆଣିବା ଲାଗି ଚିହ୍ନଟ କରାଯାଇଛି:

୧- ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ;

୨- ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନପିଡିଡି) ଏବଂ

୩- ଦୁଗ୍ଧଜାତ ଉତ୍ପାଦର ପ୍ରକ୍ରିୟାକରଣ ଓ ଭିତ୍ତିଭୂମି ବିକାଶ ପାଣ୍ଠି (ଡିଆଇଡିଏଫ)

ମତ୍ସ୍ୟ ଉତ୍ପାଦନ ବିଭାଗ:

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସଓ୍ବାଇ) ଏବଂ ମାଛ ଚାଷ ଓ ଜଳଜ କୃଷି ବା ଆକ୍ବାକଲ୍ଚର ଭିତ୍ତିଭୂମି ବିକାଶ (ଏଫଆଇଡିଏଫ) 

ଏହା ସାରା ଦେଶର ଚାଷୀ ସଦସ୍ୟମାନଙ୍କୁ ଗ୍ରାମାଞ୍ଚଳ ସ୍ତରରେ ସେମାନଙ୍କର ଉତ୍ପାଦ ବିକ୍ରି କରିବା, ଆୟ ବଢ଼ାଇବା ଏବଂ ଋଣ ସୁବିଧା ହାସଲ କରିବା ସମେତ ଅନ୍ୟାନ୍ୟ ସେବା ନିମନ୍ତେ ଆବଶ୍ୟକ ଫରଓ୍ବାର୍ଡ ଓ ବ୍ୟାକଓ୍ବାର୍ଡ ଲିଙ୍କେଜ୍ ଯୋଗାଇ ଦେବ। ଯେଉଁ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ବନ୍ଦ କରି ଦିଆଯିବ ଏବଂ ସେମାନଙ୍କ ପରିଚାଳନା କ୍ଷେତ୍ରରେ ନୂତନ ପ୍ରାଥମିକ ସମବାୟ ସମିତି ପ୍ରତିଷ୍ଠା କରାଯିବ।

ଆହୁରି ନୂଆ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ହେବା ଫଳରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ଯାହାକି ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ଲାଭଜନକ ପ୍ରଭାବ ପକାଇବ। ଏହି ପରିଯୋଜନା ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ନିମନ୍ତେ ଭଲ ମୂଲ୍ୟ ପ୍ରଦାନ କରିବା, ସେମାନଙ୍କର ବଜାର ଆକାର ବୃଦ୍ଧି କରିବ ତଥା ସେମାନଙ୍କୁ ଯୋଗାଣ ଶୃଙ୍ଖଳରେ ବାଧାମୁକ୍ତ ଭାବେ ସାମିଲ କରିବ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆନ୍ତଃମନ୍ତ୍ରଣାଳୟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ମାଛ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ; ନାବାର୍ଡ, ଏନଡିଡିବିର ଅଧ୍ୟକ୍ଷ ଓ ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଥିରେ ସଦସ୍ୟ ରହିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ସମନ୍ବୟ ପାଇଁ ଚିହ୍ନଟ ହୋଇଥିବା ଯୋଜନାର ମାର୍ଗଦର୍ଶିକାରେ ଅନୁକୂଳ ପରିବର୍ତ୍ତନ, ଯୋଜନାର ସୁଗମ କାର୍ଯ୍ୟକାରିତା ନିମନ୍ତେ କମିଟିକୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି। କାର୍ଯ୍ୟ ଯୋଜନାର ଲକ୍ଷ୍ୟ ଆଧାରିତ ଏବଂ ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଲାଗି ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି।

ପେକ୍ସଗୁଡ଼ିକର କାର୍ଯ୍ୟକ୍ଷମତା ବଢ଼ାଇବା ଏବଂ ସେମାନଙ୍କୁ ପଞ୍ଚାୟତ ସ୍ତରରେ ସକ୍ରିୟ ଆର୍ଥିକ ସଂସ୍ଥା ଭାବେ ପରିଣତ କରି ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପର ବିବିଧକରଣ କରିବା ଉଦ୍ଦେଶ୍ୟରେ ସବୁ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ମନ୍ତ୍ରଣାଳୟ ଦ୍ବାରା ପେକ୍ସଗୁଡ଼ିକର ମଡେଲ ବାଇଲ’ ପ୍ରସ୍ତୁତ କରାଯାଇଛି। ପେକ୍ସର ଏହି ମଡେଲ ବାଇଲ’ ସେମାନଙ୍କୁ ୨୫ଟି ବ୍ୟବସାୟିକ କାର୍ଯ୍ୟ ପରିଚାଳନା ନିମନ୍ତେ ସକ୍ଷମ କରିବ ଯେଉଁଥିରେ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ଗୋଦାମ ପ୍ରତିଷ୍ଠା, ଖାଦ୍ୟ ଶସ୍ୟ କ୍ରୟ, ସାର, ବିହନ କ୍ରୟ, ଏଲପିଜି/ଏଲଏନଜି/ପେଟ୍ରୋଲ/ଡିଜେଲ ବିତରଣ, ସ୍ବଳ୍ପ ଅବଧି ଓ ଦୀର୍ଘ ଅବଧି ଋଣ, କଷ୍ଟମ ହାୟରିଂ କେନ୍ଦ୍ର, ଜନ ସେବା କେନ୍ଦ୍ର, ସରକାରୀ ସାଧାରଣ ବଣ୍ଟନ କେନ୍ଦ୍ର, ଗୋଷ୍ଠୀ ଜଳସେଚନ, ବ୍ୟବସାୟିକ ପ୍ରତିନିଧିତ୍ବ କାର୍ଯ୍ୟ ଆଦି ସାମିଲ ରହିଛି। ୫ ଜାନୁଆରୀ ୨୦୨୩ରେ ଏହି ମଡେଲ ବାଇଲ’ଗୁଡ଼ିକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପଠାଇ ଦିଆଯାଇଛି। ସେମାନେ ନିଜର ରାଜ୍ୟ ସମବାୟ ଆଇନ ଅନୁଯାୟୀ ଅନୁକୂଳ ପରିବର୍ତ୍ତନ କରି ଏଗୁଡ଼ିକୁ ପେକ୍ସ ପାଇଁ କାର୍ଯ୍ୟକାରୀ କରିପାରିବେ।

ସମବାୟ ମନ୍ତ୍ରଣାଳୟ ଦ୍ବାରା ଏକ ଜାତୀୟ ସମବାୟ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯାଉଛି ଯେଉଁଥିରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସମବାୟ ସମିତି ରେଜିଷ୍ଟ୍ରାରଙ୍କ ସହାୟତାରେ ପଞ୍ଚାୟତ ଓ ଗ୍ରାମ ସ୍ତରରେ ସମବାୟ ସମିତିଗୁଡ଼ିକର ଦେଶବ୍ୟାପୀ ମ୍ୟାପିଂ କରାଯିବ। ଜାନୁଆରୀ ୨୦୨୩ରେ ପେକ୍ସର ଏକ ବିସ୍ତୃତ ଡେଟା ବେସ ବିକଶିତ କରାଯାଇଛି। ଏଥିସହିତ ଫେବୃଆରୀ ଶେଷ ସୁଦ୍ଧା ଦୁଗ୍ଧ ଉତ୍ପାଦନ/ମାଛ ଚାଷ ପ୍ରାଥମିକ ସମବାୟ ସମିତିଗୁଡ଼ିକର ଏକ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯିବ। ଏହାଫଳରେ ପେକ୍ସ, ଦୁଗ୍ଧ ଉତ୍ପାଦନ ଓ ମାଛ ଚାଷ ସମବାୟ ସମିତି ନଥିବା ପଞ୍ଚାୟତ ଓ ଗ୍ରାମଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇପାରିବ। ନୂଆ ସମବାୟ ସମିତିଗୁଡ଼ିକର ଗଠନକୁ ବାସ୍ତବ ସମୟରେ ଅନୁଧ୍ୟାନ ପାଇଁ ଜାତୀୟ ସମବାୟ ଡେଟାବେସ ଓ ଅନଲାଇନ କେନ୍ଦ୍ରୀୟ ପୋର୍ଟାଲକୁ ବିନିଯୋଗ କରାଯିବ।

ସମ୍ପୃକ୍ତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସଂଘ ସହିତ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିଗୁଡ଼ିକୁ ଯୋଡ଼ାଯିବ। ‘ସାମଗ୍ରିକ ସରକାର’ ଦୃଷ୍ଟିକୋଣ ନେଇ ଏହି ସବୁ ସମବାୟ ସମିତିଗୁଡ଼ିକ ନିଜର ବ୍ୟବସାୟିକ କାର୍ଯ୍ୟକଳାପରେ ବିବିଧକରଣ ନିମନ୍ତେ ଜରୁରି ଭିତ୍ତିଭୂମି ପ୍ରତିଷ୍ଠା କରିପାରିବେ ଓ ଏହାର ଆଧୁନିକୀକରଣ କରିପାରିବେ। ଏହିସବୁ କାର୍ଯ୍ୟ ଭିତରେ ଦୁଗ୍ଧ ପରୀକ୍ଷାଗାର ପ୍ରତିଷ୍ଠା, ଅଧିକ ଦୁଗ୍ଧ ଶୀତଳୀକରଣ, ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ ନିର୍ମାଣ କରିବା, ବାୟୋଫ୍ଲକ ପୁଷ୍କରିଣୀ, ଫିସ କିଓସ୍କ ନିର୍ମାଣ, ହାଚେରୀ ବିକାଶ, ଗଭୀର ସାମୁଦ୍ରିକ ମାଛ ଧରା ତୋପ ବିକାଶ ଆଦି ସାମିଲ ରହିଛି।

ଦେଶର ସ୍ବଳ୍ପ ଅବଧି ବିଶିଷ୍ଟ ସମବାୟ ଋଣ (ଏସଟିସିସି) ଢାଞ୍ଚାର ସମନିମ୍ନ ସ୍ତରକୁ ଗଠନ କରୁଥିବା ପ୍ରାୟ ୯୮,୯୯୫ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ରହିଛି ଏବଂ ଏସବୁ ପେକ୍ସର ୧୩ କୋଟିରୁ ଅଧିକ ସଦସ୍ୟତା ଆଧାର ରହିଛି। ଏଗୁଡ଼ିକ ସ୍ବଳ୍ପ ଅବଧି ଏବଂ ମଧ୍ୟମ ଅବଧି ବିଶିଷ୍ଟ ଋଣ ସହିତ ବିହନ, ସାର, କୀଟନାଶକ ବିତରଣ ଆଦି ଅନ୍ୟାନ୍ୟ ଇନପୁଟ ସେବା ଯୋଗାଇ ଦେଇଥାନ୍ତି। ୩୫୨ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଏବଂ ୩୪ଟି ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଜରିଆରେ ନାବାର୍ଡ ଦ୍ବାରା ଏସବୁ ପେକ୍ସଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯାଇଥାଏ।

ଦେଶରେ ପ୍ରାୟ ୧,୯୯,୧୮୨ଟି ପ୍ରାଥମିକ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ରହିଛି ଏବଂ ଏହାର ପ୍ରାୟ ଦେଢ଼ କୋଟି ସଦସ୍ୟ ଅଛନ୍ତି। ଏଗୁଡ଼ିକ ନିଜ ସଦସ୍ୟମାନଙ୍କୁ ଚାଷୀଙ୍କ ଠାରୁ କ୍ଷୀର କିଣିବା, ଦୁଗ୍ଧ ପରୀକ୍ଷା ସୁବିଧା ଯୋଗାଇ ଦେବା, ଗୋଖାଦ୍ୟ ବିକ୍ରି କରିବା, ସମ୍ପ୍ରସାରିତ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

ଦେଶରେ ପ୍ରାୟ ୨୫ ହଜାର ୨୯୭ଟି ପ୍ରାଥମିକ ମାଛ ଚାଷ ସମବାୟ ସମିତି ରହିଛନ୍ତି ଏବଂ ଏହାର ପାଖାପାଖି ୩୮ ଲକ୍ଷ ସଦସ୍ୟ ଅଛନ୍ତି। ଏଗୁଡ଼ିକ ସମାଜର ସବୁଠୁ ବଞ୍ଚିତ ବର୍ଗଙ୍କର ଆବଶ୍ୟକତା ପୂରଣ କରିଥାନ୍ତି, ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଇଥାନ୍ତି, ମାଛ ଧରା ଉପକରଣ କିଣିବାରେ ସହାୟତା କରିଥାନ୍ତି, ମାଛ ଯାଆଁଳ ଓ ଖାଦ୍ୟ କ୍ରୟ ସହିତ ଏକ ସୀମିତ ପରିମାଣରେ ନିଜର ସଦସ୍ୟମାନଙ୍କୁ ଋଣ ସୁବିଧା ଯୋଗାଇ ଦେଇଥାନ୍ତି।

ତେବେ ଦେଶରେ ଏବେ ବି ୧.୬ ଲକ୍ଷ ପଞ୍ଚାୟତରେ କୌଣସି ପେକ୍ସ ନାହିଁ ଏବଂ ୨ ଲକ୍ଷ ପଞ୍ଚାୟତରେ ଆଦୌ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ନାହିଁ। ଦେଶର ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାରେ ଏସବୁ ପ୍ରାଥମିକ ସ୍ତରର ସମବାୟ ସମିତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସମବାୟ ଆନ୍ଦୋଳକୁ ସୁଦୃଢ଼ କରିବା ଲାଗି ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆହୁରି, ସବୁ ପଞ୍ଚାୟତ/ଗ୍ରାମରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବୁ ସମବାୟ ସମିତିର ପହଞ୍ଚକୁ ତୃଣମୂଳ ସ୍ତରରେ ବଢ଼ାଇବା ଏବଂ ସୁସମ ବିତରଣ କରିବାର ମଧ୍ୟ ପଦକ୍ଷେପ ନିଆଯିବା ଜରୁରି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସ୍ତରର ବହୁମୁଖି ସମବାୟ ଜୈବିକ ସମିତି ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ବହୁମୁଖୀ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ବହୁମୁଖି ସମବାୟ ଜୈବିକ ସମିତି ପ୍ରତିଷ୍ଠା କରାଯିବ। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରଣାଳୟର ନୀତି, ଯୋଜନା ଏବଂ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ ସମର୍ଥନ ଯୋଗାଇ ଦିଆଯିବ। ଯାହାଫଳରେ ‘ସମ୍ପୂର୍ଣ୍ଣ ସରକାର ଦୃଷ୍ଟିକୋଣ’ ସାକାର ହୋଇପାରିବ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ସମବାୟ ସମିତିଗୁଡ଼ିକର କ୍ଷମତାର ଲାଭ ଉଠାଇବା ନିମନ୍ତେ ସବୁପ୍ରକାର ପ୍ରୟାସ କରାଯିବା ଉଚିତ ଏବଂ ସେମାନଙ୍କୁ ‘‘ସହକାର ସେ ସମୃଦ୍ଧି’’ (ସମବାୟ ଜରିଆରେ ସମୃଦ୍ଧି) ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ସଫଳ ଓ ପ୍ରେରଣାଦାୟୀ ବ୍ୟବସାୟିକ ଉଦ୍ୟୋଗରେ ବଦଳାଇବା ଆବଶ୍ୟକ। ଏହିପରି ଭାବେ ସମବାୟ ସମିତି ପାଇଁ ବିଶ୍ବସ୍ତରରେ ବିଚାର କରିବା ଏବଂ ଏହାର ତୁଳନାତ୍ମକ ଲାଭ ଉଠାଇବା ପାଇଁ ସ୍ଥାନୀୟ ସ୍ତରରେ କାମ କରିବା ଜରୁରି।

ସେଥିପାଇଁ, ଜୈବିକ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଗତିବିଧିର ପରିଚାଳନା ଲାଗି ଏକ ସଂଗଠନ ଭାବେ କାର୍ଯ୍ୟ କରିବା ଜରିଆରେ ସମବାୟ କ୍ଷେତ୍ରରୁ ଜୈବିକ ଉତ୍ପାଦ ଉପରେ ଜୋର ଦେବା ଲାଗି ଏମଏସସିଏସ ଆଇନ, ୨୦୦୨ର ଦ୍ବିତୀୟ ଅନୁସୂଚୀ ଅନ୍ତର୍ଗତ ପଞ୍ଜୀକୃତ ହେବା ଲାଗି ଜାତୀୟ ସ୍ତରର ସମବାୟ ସମିତିର ଆବଶ୍ୟକତା ଅନୁଭୂତ ହୋଇଥିଲା।

ପ୍ୟାକ୍ସରୁ ଏପେକ୍ସ: ପ୍ରାଥମିକ ଠାରୁ ଜାତୀୟ ସ୍ତରର ସମବାୟ ସମିତି, ଯେଉଁଥିରେ ପ୍ରାଥମିକ ସମିତି, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ସଂଘ, ବହୁମୁଖି ସମବାୟ ସମିତି ଏବଂ କୃଷକ ଉତ୍ପାଦକ ସଂଗଠନକ (ଏଫପିଓ) ସାମିଲ ରହିଛି, ଏହାର ସଦସ୍ୟ ହୋଇପାରିବେ। ଏସବୁ ସମବାୟ ସମିତିର ଉପନିୟମ ଅନୁସାରେ ସମିତିର ବୋର୍ଡରେ ନିର୍ବାଚିତ ପ୍ରତିନିଧି ସାମିଲ ହେବେ।

ସମବାୟ ସମିତି ପ୍ରାମାଣିକ ଓ ଅସଲି ଜୈବିକ ଉତ୍ପାଦ ଯୋଗାଇ ଦେଇ ଜୈବିକ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା କରିବ। ଏହା ମଧ୍ୟ ଘରୋଇ ସହିତ ବିଶ୍ବ ବଜାରରେ ଜୈବିକ ଉତ୍ପାଦର ଚାହିଦା ଓ ଉପଯୋଗ କ୍ଷମତାକୁ ଜାଣିବାରେ ସହାୟତା କରିବ। ଏହି ସୋସାଇଟୀ ସମବାୟ ସମିତି ଏବଂ ଶେଷରେ ଏଗୁଡ଼ିକର କୃଷି ସଦସ୍ୟମାନଙ୍କୁ ଶସ୍ତା ଦରରେ ଯାଞ୍ଚ ଓ ପ୍ରମାଣନ ସୁବିଧା ଦେଇ ବ୍ୟାପକ ସ୍ତରରେ ଏକତ୍ରୀକରଣ ବ୍ରାଣ୍ଡିଂ ଏବଂ ବିପଣନ ମାଧ୍ୟମରେ ଜୈବିକ ଉତ୍ପାଦର ଉଚ୍ଚ ମୂଲ୍ୟ ଲାଭ ହାସଲ କରିବାରେ ସହାୟତା କରିବ।

ସମବାୟ ସମିତି ପ୍ରାଥମିକ କୃଷି ଋଣ ସହିତ ସଦସ୍ୟ ସମବାୟ ସମିତି ମାଧ୍ୟମରେ ଜୈବିକ ଚାଷୀମାନଙ୍କ ଏକତ୍ରୀକରଣ, ପ୍ରମାଣନ, ଯାଞ୍ଚ, କ୍ରୟ, ଭଣ୍ଡାରଣ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଲଜିଷ୍ଟିକ୍ସ ସୁବିଧା, ଜୈବିକ ଉତ୍ପାଦର ବିପଣନ ଏବଂ ଆର୍ଥିକ ସହାୟତା ବ୍ୟବସ୍ଥା ନିମନ୍ତେ ସଂସ୍ଥାଗତ ସହାୟତା ମଧ୍ୟ ପ୍ରଦାନ କରିବ। ଏହା ସୋସାଇଟି/କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଓ ଏଜେନ୍ସି ସହାୟତାରେ ସବୁ ଜୈବିକ ଉତ୍ପାଦର ପ୍ରଚାର ଓ ବିକାଶ ସମ୍ବନ୍ଧୀୟ କାର୍ଯ୍ୟରେ ଭାଗିଦାରୀ ମଧ୍ୟ କରିବ। ଏହା ସେହି ମାନ୍ୟତାପ୍ରାପ୍ତ ଜୈବିକ ପରୀକ୍ଷଣ ପ୍ରୟୋଗଶାଳା ଏବଂ ପ୍ରମାଣନ ୟୁନିଟକୁ ତାଲିକାଭୁକ୍ତ କରିବ, ଯେଉଁମାନେ ପରୀକ୍ଷଣ ଓ ପ୍ରମାଣନ ଖର୍ଚ୍ଚକୁ କମ କରିବା ଲାଗି ସମାଜ ଦ୍ବାରା ନିର୍ଦ୍ଦିଷ୍ଟ ମାପଦଣ୍ଡକୁ ପୂରଣ କରିଥାନ୍ତି।

ଏହି ସମିତି ସମବାୟ ସଂସ୍ଥା ଏବଂ ଏଭଳି ସଂସ୍ଥାମାନଙ୍କ ଦ୍ବାରା ଉତ୍ପାଦିତ ଜୈବିକ ଉତ୍ପାଦର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ସଦସ୍ୟମାନଙ୍କ ଦ୍ବାରା ପରିଚାଳନା କରିବ। ଏହା ଏମଏସସିଏସ ଆଇନ, ୨୦୦୨ ଅଧୀନରେ ଗଠନ କରାଯାଇଥିବା ଜାତୀୟ ସମବାୟ ରପ୍ତାନି ସମିତିର ସେବାକୁ ଉପଯୋଗ କରି ରପ୍ତାନି ବିପଣନ କରିବ। ଯାହାଫଳରେ ବିଶ୍ବ ବଜାରରେ ଜୈବିକ ଉତ୍ପାଦର ପହଞ୍ଚ ଏବଂ ଚାହିଦା ବୃଦ୍ଧି ପାଇବ। ଏହା ମଧ୍ୟ ଜୈବିକ ଉତ୍ପାଦନକାରୀମାନଙ୍କୁ ବୈଷୟିକ ପରାମର୍ଶ, ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ ସୁବିଧା ଯୋଗାଇ ଦେବ। ଜୈବିକ ଉତ୍ପାଦ ପାଇଁ ଏହା ସମର୍ପିତ ବଜାର ଗୁଇନ୍ଦା ପ୍ରଣାଳୀ ବିକଶିତ ଓ ବଜାୟ ରଖିବାରେ ସହାୟକ ହେବ। ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ସହିତ, ନିୟମିତ ଗଣ କୃଷି ଓ ଜୈବିକ କୃଷି ମଧ୍ୟରେ ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଟୁଏମ କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍‌ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି।

୧- ରୂପେ ଡେବିଟ୍‌ କାର୍ଡ ଏବଂ କମ୍‌ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି । ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍‌ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍‌ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

୨- ଅର୍ଥ ମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ସମୟରେ ଦେଇଥିବା ନିଜ ଭାଷଣରେ, ଚଳିତ ବଜେଟରେ ଘୋଷିତ ଡିଜିଟାଲ ପରିଶୋଧ ନିମନ୍ତେ ଆର୍ଥିକ ସହାୟତା ଜାରି ରଖିବା ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟର ଘୋଷଣା କରିଥିଲେ। ଏଥିରେ ଶସ୍ତା ଓ ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ଅର୍ଥପଇଠ ପ୍ଲାଟଫର୍ମର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଉପରୋକ୍ତ ବଜେଟ୍‌ ଘୋଷଣାର ଅନୁପାଳନ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି।

୩- ୨୦୨୧-୨୨ ଆର୍ଥିକ ବର୍ଷରେ, ସରକାର ଡିଜିଟାଲ ନେଣଦେଣକୁ ଆହୁରି ବଢ଼ାଇବା ନିମନ୍ତେ ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ୍‌ ଘୋଷଣାକୁ ଅନୁପାଳନ କରି ଏକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଥିଲେ। ଯାହାଫଳରେ, ମୋଟ୍‌ ଡିଜିଟାଲ ଅର୍ଥପଇଠ କାରବାରରେ ୫୯ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫,୫୫୪ କୋଟି ଟଙ୍କାରୁ ବୃଦ୍ଧି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୮,୮୪୦ କୋଟି ଟଙ୍କା ହୋଇଯାଇଛି। ଭୀମ-ୟୁପିଆଇ କାରବାର ୧୦୬ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଛି, ଯାହାକି ୨୦୨୦-୨୧ରେ ୨,୨୩୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୧-୨୨ରେ ୪,୫୯୭ କୋଟି ଟଙ୍କାରେ ପହଞ୍ଚିଛି।

୪- ଡିଜିଟାଲ ପଇଠ ପ୍ରଣାଳୀର ବିଭିନ୍ନ ଅଂଶୀଦାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଅର୍ଥ ପଇଠ ସଂକ୍ରାନ୍ତ ଇକୋସିଷ୍ଟମର ବିକାଶ ଉପରେ ଶୂନ୍ୟ ଏମଡିଆର ଶାସନର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ବିଷୟରେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ, ନେସନାଲ ପେମେଣ୍ଟସ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ଭୀମ-ୟୁପିଆଇ ଏବଂ ରୂପେ ଡେବିଟ୍‌ କାର୍ଡ ନେଣଦେଣକୁ ପ୍ରୋତ୍ସାହିତ କରିବା ଦିଗରେ ଇକୋସିଷ୍ଟମ ସହ ଜଡ଼ିତ ଅଂଶୀଦାରମାନଙ୍କ ନିମନ୍ତେ ମିତବ୍ୟୟୀ ମୂଲ୍ୟ ପ୍ରସ୍ତାବ ପ୍ରସ୍ତୁତ କରିବା, ବ୍ୟବସାୟୀଙ୍କ ଦ୍ବାରା ଏହାର ଗ୍ରହଣୀୟତା ବଢ଼ାଇବା ଏବଂ ନଗଦ ପଇଠ ସ୍ଥାନରେ ଡିଜିଟାଲ ପରିଶୋଧ କରିବା ନିମନ୍ତେ ଅନୁରୋଧ କରିଥିଲା।

୫- ଭାରତ ସରକାର ସାରା ଦେଶରେ ଡିଜିଟାଲ ଅର୍ଥ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରୁଛି। ବିଗତ ବର୍ଷଗୁଡ଼ିକରେ, ଡିଜିଟାଲ ଅର୍ଥପଇଠ କାରବାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। କୋଭିଡ-୧୯ ସଙ୍କଟ କାଳରେ, ଡିଜିଟାଲ ଅର୍ଥପଇଠ କ୍ଷୁଦ୍ର ବ୍ୟବସାୟୀମାନଙ୍କ ସମେତ ବ୍ୟବସାୟିକ କାର୍ଯ୍ୟକୁ ସୁଗମ କରିଥିଲା। ଏହା ସାମାଜିକ ଦୂରତା ବଜାୟ ରଖିବାରେ ସହାୟତା କରିଥିଲା। ୟୁପିଆଇ ଡିସେମ୍ବର ୨୦୨୨ରେ ୧୨.୮୨ ଲକ୍ଷ କୋଟି ଟଙ୍କା ମୂଲ୍ୟ ସହିତ ୭୮୨.୯ କୋଟି ଡିଜିଟାଲ ଅର୍ଥପଇଠ କାରବାର ରେକର୍ଡ କରିଥିଲା।

ଏହି ପ୍ରୋତ୍ସାହନ ଯୋଜନା ଏକ ମଜବୁତ ଡିଜିଟାଲ ପରିଶୋଧ ଇକୋସିଷ୍ଟମ ନିର୍ମାଣ ଏବଂ ରୂପେ ଡେବିଟ୍‌ କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବାର ସୁବିଧା ପ୍ରଦାନ କରିବ। ‘ସବକା, ସବକା ବିକାଶ’ ଉଦ୍ଦେଶ୍ୟ ଅନୁରୂପ, ଏହି ଯୋଜନା ୟୁପିଆଇ ଲାଇଟ୍‌ ଏବଂ ୟୁପିଆଇ ୧୨୩ ପେ’ କୁ ଶସ୍ତା ଏବଂ ବ୍ୟବହାରକାରୀ ଅନୁକୂଳ ଡିଜିଟାଲ ପରିଶୋଧ ସମାଧାନ ଆକାରରେ ମଧ୍ୟ ପ୍ରୋତ୍ସାହନ ଦେବ। ଦେଶରେ ସମସ୍ତ କ୍ଷେତ୍ର ଏବଂ ଲୋକମାନଙ୍କ ଅନ୍ୟ ବର୍ଗ ମଧ୍ୟରେ ଡିଜିଟାଲ ଅର୍ଥପଇଠକୁ ଆହୁରି ଅଧିକ ପ୍ରାଥମିକତା ପ୍ରଦାନ କରିବାରେ ସକ୍ଷମ କରିବ।

Categories
ବିଶେଷ ଖବର

ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ ମଞ୍ଜୁରି ମିଳିଛି। ମିଶନ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯ ହଜାର ୭୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ସାଇଟ୍‌ କାର୍ଯ୍ୟକ୍ରମ ନିମନ୍ତେ ୧୭ ହଜାର ୪୯୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପାଇଲଟ ପ୍ରକଳ୍ପ ପାଇଁ  ୧୪୯୯ କୋଟି ଟଙ୍କା, ଗବେଷଣା ଓ ଓ ବିକାଶ ପାଇଁ  ୪୦୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ମିଶନ ଉପାଦାନ ନିମନ୍ତେ ୩୮୮ କୋଟି ଟଙ୍କା ଖର୍ଚ୍ଚ ସାମିଲ ରହିଛି। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ସମ୍ପୃକ୍ତ ଉପାଦାନଗୁଡ଼ିକର କାର୍ଯ୍ୟକାରିତା ପାଇଁ ଯୋଜନା ମାର୍ଗଦର୍ଶିକା ପ୍ରସ୍ତୁତ କରିବ।

ମିଶନରୁ ୨୦୩୦ ସୁଦ୍ଧା ନିମ୍ନଲିଖିତ ସାମ୍ଭାବ୍ୟ ପରିଣାମ ପ୍ରାପ୍ତ ହେବ:

– ଦେଶରେ ପାଖାପାଖି ୧୨୫ ଜିଡବ୍ଲୁର ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ସହିତ ବାର୍ଷିକ ଅତିକମରେ ୫ ଏମଏମଟି (ମିଲିୟନ ମେଟ୍ରିକ ଟନ) ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ବିକାଶ;

– ଆଠ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ୍‌ ନିବେଶ,

– ଛଅ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି,

– ମୋଟ୍‌ ଉପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ,

– ବାର୍ଷିକ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ପାଖାପାଖି ୫୦ ଏମଏମଟି ହ୍ରାସ।

ମିଶନରୁ ବିଭିନ୍ନ ପ୍ରକାରର ଲାଭ ମିଳିବ, ଯଥା – ସବୁଜ ହାଇଡ୍ରୋଜେନ ଏବଂ ଏହାର ସହାୟକ ଉତ୍ପାଦଗୁଡ଼ିକ ନିମନ୍ତେ ରପ୍ତାନି ସୁଯୋଗ ସୃଷ୍ଟି; ଶିଳ୍ପ, ଯାତାୟାତ ଓ ଇନ୍ଧନ କ୍ଷେତ୍ରରେ କାର୍ବନ ନିର୍ଗମନର ହ୍ରାସ; ଆମଦାନୀ କରାଯାଉଥିବା ଜୀବାଶ୍ମ ଇନ୍ଧନ ଓ ଫିଡଷ୍ଟକ ଉପରେ ନିର୍ଭରଶୀଳତାରେ ହ୍ରାସ; ସ୍ବଦେଶୀ ଉତ୍ପାଦନ କ୍ଷମତାର ବିକାଶ; ରୋଜଗାର ସୁଯୋଗ ସୃଷ୍ଟି; ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ। ଭାରତର ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ଅତିକମରେ ବାର୍ଷିକ ୫ ଏମଏମଟି  ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି, ଏଥିରୁ ପାଖାପାଖି ୧୨୫ ଜିଡବ୍ଲୁର ଅକ୍ଷୟ ଶକ୍ତି କ୍ଷମତା ସାମିଲ ରହିଛି। ୨୦୩୦ ସୁଦ୍ଧା ଏହି କ୍ଷେତ୍ରରେ ୮ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି ଏବଂ ୬ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହେବ। ୨୦୩୦ ସୁଦ୍ଧା କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନରେ ବାର୍ଷିକ ପାଖାପାଖି ୫୦ ଏମଏମଟି ହ୍ରାସ ହେବାର ସମ୍ଭାବନା ରହିଛି।

ଏହି ମିଶନ ଫଳରେ ସବୁଜ ହାଇଡ୍ରୋଜେନର ଚାହିଦା, ଉତ୍ପାଦନ, ଉପଯୋଗ ଓ ରପ୍ତାନି ନିମନ୍ତେ ସୁବିଧା ମିଳିବ। ସବୁଜ ହାଇଡ୍ରୋଜେନ ଟ୍ରାଞ୍ଜିସନ ପ୍ରୋଗ୍ରାମ (ଏସଆଇଜିଏଚଟି) ନିମନ୍ତେ ରଣନୈତିକ କାର୍ଯ୍ୟକଳାପକୁ ନେଇ, ମିଶନ ଅଧୀନରେ ଦୁଇଟି ଭିନ୍ନ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା-ଇଲେକ୍ଟ୍ରୋଲାଇଜରର ଘରୋଇ ନିର୍ମାଣ ଏବଂ ସବୁଜ ହାଇଡ୍ରୋଜେନର ଉତ୍ପାଦନ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ। ଏହା ସମ୍ଭାବନାମୟ ଅନ୍ତିମ ଉପଯୋଗ ବିଶିଷ୍ଟ କ୍ଷେତ୍ର ଏବଂ ଉତ୍ପାଦନ ମାର୍ଗରେ ପାଇଲଟ ପ୍ରକଳ୍ପର ମଧ୍ୟ ସମର୍ଥନ କରିବ। ଅଧିକ ପରିମାଣରେ ଉତ୍ପାଦନ ଏବଂ/କିମ୍ବା ହାଇଡ୍ରୋଜେନର ବ୍ୟବହାରକୁ ସମର୍ଥନ କରିବାରେ ସକ୍ଷମ କ୍ଷେତ୍ରକୁ ଚିହ୍ନଟ କରାଯିବ ଏବଂ ଏଗୁଡ଼ିକୁ ସବୁଜ ହାଇଡ୍ରୋଜେନ କେନ୍ଦ୍ର ଭାବେ ବିକଶିତ କରାଯିବ।

ସବୁଜ ହାଇଡ୍ରୋଜେନ ଇକୋସିଷ୍ଟମର ପ୍ରତିଷ୍ଠାକୁ ସମର୍ଥନ କରିବା ଲାଗି ଏକ ସକ୍ଷମ ନୀତିଗତ କାର୍ଯ୍ୟକ୍ରମ ବିକଶିତ କରାଯିବ। ଏକ ମଜବୁତ ମାନକ ଓ ନିୟମ ନିର୍ଦ୍ଧାରଣ ବ୍ୟବସ୍ଥା ମଧ୍ୟ ବିକଶିତ କରାଯିବ। ଏହାବ୍ୟତୀତ, ମିଶନ ଅଧୀନରେ ଗବେଷଣା ଓ ବିକାଶ (ରଣନୈତିକ ହାଇଡ୍ରୋଜେନ ନବସୃଜନ ଭାଗିଦାରୀ-ଏସଏଚଆଇପି) ପାଇଁ ଏକ ସରକାରୀ-ଘରୋଇ ଭାଗିଦାରୀ ସୁବିଧା ପ୍ରଦାନ କରାଯିବ; ଗବେଷଣା ଓ ବିକାଶ ପ୍ରକଳ୍ପର ଲକ୍ଷ୍ୟ- ଉନ୍ମୁଖ, ପର୍ଯ୍ୟାୟ ଆଧାରିତ ଓ ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବୀ ପ୍ରଯୁକ୍ତି ବିକଶିତ କରିବା ଲାଗି ଉପଯୁକ୍ତ ଭାବେ ପ୍ରୋତ୍ସାହନ ଦିଆଯିବ। ମିଶନ ଅଧୀନରେ ଏକ ସମନ୍ବିତ କୌଶଳ ବିକାଶ କାର୍ଯ୍ୟକ୍ରମ ପ୍ରଚଳନ କରାଯିବ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ, ଏଜେନ୍ସି ଓ ସଂସ୍ଥାନ ମିଶନ ଉଦ୍ଦେଶ୍ୟର ସଫଳ ଉପଲବ୍ଧି ସୁନିଶ୍ଚିତ କରିବା ଲାଗି କେନ୍ଦ୍ରିତ ଓ ସମନ୍ବିତ ପଦକ୍ଷେପ ଗ୍ରହଣ କରିବେ। ମିଶନର ସାମଗ୍ରିକ ସମନ୍ବୟ ଓ କାର୍ଯ୍ୟକାରିତା ନିମନ୍ତେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଉତ୍ତରଦାୟୀ ରହିବ।

Categories
ଆଜିର ଖବର ଜାତୀୟ ଖବର

ନୂଆ ଯୋଜନା ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ ’’କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ନୂଆ ଯୋଜନା- ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ (ପିଏମ-ଡିଭାଇନ)କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ। ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ସହିତ ପିଏମ-ଡିଭାଇନ ନାମକ ନୂଆ ଯୋଜନା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଟେ ଏବଂ ଏହାକୁ ଉତ୍ତରପୂର୍ବାଞ୍ଚଳ ବିକାଶ (ଡୋନର) ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ।

ପିଏମ-ଡିଭାଇନ ଯୋଜନାରେ ୨୦୨୨-୨୩ ଠାରୁ ୨୦୨୫-୨୬ (ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ) ପର୍ଯ୍ୟନ୍ତ ଚାରି ବର୍ଷର ଅବଧିରେ ମୋଟ ୬ ହଜାର ୬ଶହକୋଟି ଟଙ୍କା ବ୍ୟୟ କରାଯିବ।

ପିଏମ-ଡିଭାଇନ ପ୍ରକଳ୍ପକୁ ୨୦୨୫-୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ ଯାହାଫଳରେ ଏହି ବର୍ଷ ପରେ କୌଣସି ପ୍ରତିବଦ୍ଧ ଦେୟତା ରହିବ ନାହିଁ। ଏହାର ଅର୍ଥ ହେଉଛି ଯୋଜନା ଅଧୀନରେ ମୁଖ୍ୟତଃ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷରେ ରହିଥିବା କଟକଣାର ଫ୍ରଣ୍ଟ ଲୋଡିଂ ପାଇଁ ପ୍ରୟାସ କରାଯିବ। ଅନ୍ୟପକ୍ଷରେ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ସମୟରେ ଖର୍ଚ୍ଚକୁ ଜାରି ରଖାଯିବ ଏବଂ ପିଏମ-ଡିଭାଇନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ମୁଖ୍ୟତଃ ଧ୍ୟାନ ଦିଆଯିବ।

ପିଏମ-ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ନିର୍ମାଣ, ଉଦ୍ୟୋଗ, ସାମାଜିକ ବିକାଶ ପ୍ରକଳ୍ପକୁ ସହଯୋଗ କରିବ ଏବଂ ଯୁବକ ତଥା ମହିଳାମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହାଫଳରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ।

ପିଏମ-ଡିଭାଇନକୁ ଉତ୍ତରପୂର୍ବାଞ୍ଚଳ ପରିଷଦ କିମ୍ବା କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ମାଧ୍ୟମରେ ଡୋନର ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ। ପିଏମ-ଡିଭାଇନ ଅଧୀନରେ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଲାଗି ଉପାୟ କରାଯିବ ଯାହାଫଳରେ ଏଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରିବ। ସରକାରୀ ପ୍ରକଳ୍ପର ସମୟ ଏବଂ ଖର୍ଚ୍ଚରେ ବୃଦ୍ଧି ଜନିତ ନିର୍ମାଣ ବିପତ୍ତିକୁ ସୀମିତ କରିବା ଲାଗି, ଯଥାସମ୍ଭବ, ଏଗୁଡ଼ିକୁ ଇଞ୍ଜିନିୟରିଂ – କ୍ରୟ – ନିର୍ମାଣ (ଇପିସି) ଆଧାରରେ ଲାଗୁ କରାଯିବ।

ପିଏମ-ଡିଭାଇନର ଉଦ୍ଦେଶ୍ୟ ହେଉଛି:

(କ) ପିଏମ ଗତିଶକ୍ତି ଭାବନା ସହ ସମନ୍ବିତ ଢଙ୍ଗରେ ମୌଳିକ ଭିତ୍ତିଭୂମିକୁ ପାଣ୍ଠି ଯୋଗାଣ;

(ଖ) ଏନଇଆର ଦ୍ବାରା ଅନୁଭବ କରାଯାଇଥିବା ଆବଶ୍ୟକତା ଆଧାରରେ ସାମାଜିକ ବିକାଶ ପ୍ରକଳ୍ପଗୁଡ଼ିକୁ ସମର୍ଥନ;

(ଗ) ଯୁବକ ଏବଂ ମହିଳାମାନଙ୍କ ପାଇଁ ଜୀବିକା ସମ୍ବନ୍ଧୀୟ କାମ ନିମନ୍ତେ ସୁଯୋଗ ସୃଷ୍ଟି କରିବା

(ଘ) ବିଭିନ୍ନ କ୍ଷେତ୍ରରେ ବିକାଶଜନିତ ଶୂନ୍ୟସ୍ଥାନକୁ ପୂରଣ କରିବା

ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ରହିଛି। ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର ହାରାହାରୀ ଆକାର ପାଖାପାଖି ୧୨ କୋଟି ଟଙ୍କା ରହିଥାଏ। ତେବେ ପିଏମ ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପକୁ ସହାୟତା ପ୍ରଦାନ କରିବ ଯାହାକି ଆକାରରେ ବଡ଼ ହୋଇପାରିବ ଏବଂ ଭିନ୍ନ ଭିନ୍ନ ପ୍ରକଳ୍ପ ପରିବର୍ତ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିକାଶ ସମାଧାନ ଯୋଗାଇ ଦେବ। ଏହା ସୁନିଶ୍ଚିତ କରାଯିବ ଯେ ପିଏମ-ଡିଭାଇନ ଅଧୀନରେ ଡୋନର ମନ୍ତ୍ରଣାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟ/ବିଭାଗର ଅନ୍ୟ ଯୋଜନାଗୁଡ଼ିକ ସହିତ ପ୍ରକଳ୍ପ ସହାୟତାର ଦୋହରିକରଣ ହେବ ନାହିଁ।

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଏନଇଆର)ରେ ବିକାଶ ବ୍ୟବଧାନକୁ ଦୂର କରିବା ଲାଗି କେନ୍ଦ୍ର ବଜେଟ ୨୦୨୨-୨୩ରେ ପିଏମ-ଡିଭାଇନର ଘୋଷଣା କରାଯାଇଥିଲା। ପିଏମ-ଡିଭାଇନର ଘୋଷଣା କେନ୍ଦ୍ର ସରକାରଙ୍କ ଦ୍ବାରା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଦିଆଯାଉଥିବା ଗୁରୁତ୍ବର ଆଉ ଏକ ଉଦାହରଣ।

ପିଏମ-ଡିଭାଇନ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ପାଇଁ ଉପଲବ୍ଧ ଆର୍ଥିକ ସମ୍ବଳ ଠାରୁ ଅତିରିକ୍ତ ଅଟେ। ଏହା ବର୍ତ୍ତମାନର କେନ୍ଦ୍ର ଏବଂ ରାଜ୍ୟ ଯୋଜନାର ବିକଳ୍ପ ହେବ ନାହିଁ।

ତେବେ ପିଏମ-ଡିଭାଇନ ଅଧୀନରେ ୨୦୨୨-୨୩ ଲାଗି ମଞ୍ଜୁର ହେବାକୁ ଥିବା କେତେକ ପ୍ରକଳ୍ପ ବଜେଟ୍‌ ଘୋଷଣାର ଅଂଶବିଶେଷ ଅଟେ, ସାଧାରଣ ଜନତାଙ୍କ ପାଇଁ ଯଥେଷ୍ଟ ସାମାଜିକ-ଆର୍ଥିକ ପ୍ରଭାବ କିମ୍ବା ସ୍ଥାୟୀ ଜୀବିକା ସୁଯୋଗ ରହିଥିବା ପ୍ରକଳ୍ପ (ଯଥା, ସମସ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମୌଳିକ ଭିତ୍ତିଭୂମି, ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ସୁବିଧା ଆଦି) ଉପରେ ଭବିଷ୍ୟତରେ ବିଚାର କରାଯାଇପାରିବ।

ପିଏମ-ଡିଭାଇନ ଯୋଜନା ଘୋଷଣା କରାଯିବାର ଔଚିତ୍ୟ ହେଉଛି ମୌଳିକ ସର୍ବନିମ୍ନ ସେବା (ବିଏମଏସ) ସଂକ୍ରାନ୍ତରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କର ମାପଦଣ୍ଡ ବା ପାରମିଟର ହାରାହାରୀ ଠାରୁ ବେଶ୍‌ ତଳେ ରହିଛି। ନୀତି ଆୟୋଗ, ୟୁଏନଡିପି ଏବଂ ଡୋନର ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଇଆର ଜିଲ୍ଲା ଦୀର୍ଘସ୍ଥାୟୀ ବିକାଶ ଉଦ୍ଦେଶ୍ୟ (ଏସଡିଜି) ସୂଚକାଙ୍କ ୨୦୨୧-୨୨ ଅନୁଯାୟୀ ଗୁରୁତ୍ବପୂର୍ଣ୍ଣ ବିକାଶ କ୍ଷେତ୍ରରେ କେତେକ ଅଭାବ ରହିଛି। ଏହି ବିଏମଏସ ଅଭାବ ଏବଂ ବିକାଶ ଶୂନ୍ୟସ୍ଥାନକୁ ଦୂର କରିବା ଲାଗି ନୂଆ ଯୋଜନା ପିଏମ-ଡିଭାଇନ ଘୋଷଣା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ତୃତୀୟ ପର୍ଯ୍ୟାୟ ଏଫଏମ ରେଡିଓ ନୀତି ମାର୍ଗଦର୍ଶିକାରେ ସଂଶୋଧନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଘରୋଇ ସଂସ୍ଥା ଜରିଆରେ ଏଫଏମ ରେଡିଓ ପ୍ରସାରଣ ସେବାର ସମ୍ପ୍ରସାରଣ (ତୃତୀୟ ପର୍ଯ୍ୟାୟ) ଉପରେ ଆଧାରିତ ନୀତିଗତ ମାର୍ଗଦର୍ଶିକାରେ ଥିବା କେତେକ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହାକୁ ଘରୋଇ ଏଫଏମ ପର୍ଯ୍ୟାୟ- III ନୀତିଗତ ମାର୍ଗଦର୍ଶିକା ଭାବେ ମାନ୍ୟତା ଦିଆଯାଇଛି। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏ ଦିଗରେ, ୧୫ ବର୍ଷର ଅବଧି ପାଇଁ ଲାଇସେନ୍ସ ପାଇଥିବା ଗୋଟିଏ ପରିଚାଳନା ସଂସ୍ଥା ମଧ୍ୟରେ ଏଫଏମ ରେଡିଓ ଷ୍ଟେସନ ପୁନଃନିର୍ମାଣ ଅନୁମତି ପାଇବା ଲାଗି ୩ ବର୍ଷର ୱିଣ୍ଡୋ ଅବଧିକୁ ଉଚ୍ଛେଦ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଚାନେଲ ହୋଲ୍ଡିଂ ଉପରେ ୧୫% ନେସନାଲ କ୍ୟାପ୍‌ ଉଚ୍ଛେଦ ପାଇଁ ରେଡିଓ ଉଦ୍ୟୋଗ ପକ୍ଷରୁ କରାଯାଇ ଆସୁଥିବା ଦୀର୍ଘ ଦିନର ଦାବିକୁ ମଧ୍ୟ ସରକାର ଗ୍ରହଣ କରି ନେଇଛନ୍ତି । ଆହୁରି ଏଫଏମ ରେଡିଓ ନୀତିରେ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀକୁ ସରଳ କରାଯାଇଛି । ଫଳରେ ଏଣିକି ମାତ୍ର ୧ କୋଟି ଟଙ୍କାର ମୋଟ୍‌ କାରବାର କ୍ଷମତା ଥିବା କମ୍ପାନୀ ‘ସି’ ଏବଂ ‘ଡି’ ବର୍ଗର ସହର ପାଇଁ ନିଲାମୀ ବା ବିଡିଂରେ ଅଂଶଗ୍ରହଣ କରିପାରିବେ । ପୂର୍ବରୁ ଏହି ଆର୍ଥିକ କ୍ଷମତା ଦେଢ଼ କୋଟି ଟଙ୍କା ଥିଲା।

ଏହି ତିନୋଟି ସଂଶୋଧନ ଘରୋଇ ଏଫଏମ ରେଡିଓ ଉଦ୍ୟୋଗକୁ ସମ୍ପୂର୍ଣ୍ଣ ଆର୍ଥିକ ବିକାଶର ଲାଭ ପ୍ରଦାନ କରିବା ସହିତ ଦେଶର ଟିୟର- III ସହରରେ ଏଫଏମ ରେଡିଓ ଏବଂ ମନୋରଞ୍ଜନ ଷ୍ଟେସନର ଅଧିକ ସମ୍ପ୍ରସାରଣ ପାଇଁ ମାର୍ଗ ପ୍ରଶସ୍ତ କରିବ । ସରକାରଙ୍କ ଏହି ନିଷ୍ପତ୍ତି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଫ୍ରି ଟୁ ଏୟାର (ଏଫଟିଏ) ରେଡିଓ ମିଡିଆ ସ୍ଥାନରେ ସଙ୍ଗୀତ ଓ ମନୋରଞ୍ଜନ ସେବାକୁ ଦେଶର ଉପାନ୍ତ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କ ପହଞ୍ଚାଇବାରେ ସହାୟକ ହେବ।

ଦେଶରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ସରକାର ବର୍ତ୍ତମାନର ନିୟମକୁ ଅଧିକ ସରଳ ଏବଂ ଯୁକ୍ତିସଙ୍ଗତ କରୁଛନ୍ତି। ଏହାଦ୍ବାରା ପ୍ରଶାସନ ଅଧିକ ଦକ୍ଷ ଓ ପ୍ରଭାବୀ ହେବା ସହ ସାଧାରଣ ଲୋକଙ୍କୁ ଲାଭ ମିଳିପାରୁଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କୁଶିୟାରା ନଦୀରୁ ଭାରତ-ବାଂଲାଦେଶ ଉଠାଇବେ ୧୫୩ କ୍ୟୁସେକ ପାଣି: କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେହି ରାଜିନାମା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରିଛନ୍ତି, ଯାହା ଅଧୀନରେ ଉଭୟ ଭାରତ ଏବଂ ବାଂଲାଦେଶ ସୀମା ଦେଇ ଯାଇଥିବା କୁଶିୟାରା ନଦୀରୁ ପ୍ରତ୍ୟେକ ପକ୍ଷ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି ଉଠାଇ ପାରିବେ।

ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ବାଂଲାଦେଶର ଜଳ ସମ୍ପଦ ମନ୍ତ୍ରଣାଳୟ ମଧ୍ୟରେ ୬ ଡିସେମ୍ବର ୨୦୨୨ରେ ଏହି ରାଜିନାମା (ଏମଓୟୁ) ସ୍ବାକ୍ଷରିତ ହୋଇଥିଲା। ଏହି ରାଜିନାମା ଅନୁଯାୟୀ, ଅଣମୌସୁମୀ ଋତୁ (୦୧ ନଭେମ୍ବର ଠାରୁ ୩୧ ମଇ ପର୍ଯ୍ୟନ୍ତ)ରେ ଉଭୟ ଦେଶର ସୀମା ଦେଇ ଅତିକ୍ରମ କରିଥିବା କୁଶିୟାରା ନଦୀରୁ ଦୁଇ ଦେଶ ୧୫୩-୧୫୩ କ୍ୟୁସେକ୍‌ ପର୍ଯ୍ୟନ୍ତ ପାଣି ନେଇପାରିବେ, ଯାହାଫଳରେ ଭାରତ ଓ ବାଂଲାଦେଶ ନିଜ ନିଜର ଖର୍ଚ୍ଚ ଯୋଗ୍ୟ ଜଳ ଆବଶ୍ୟକତା ପୂରଣ କରିପାରିବେ।

ଏହି ରାଜିନାମା ବଳରେ ଅଣମୌସୁମୀ ଋତୁ (୦୧ ନଭେମ୍ବର ଠାରୁ ୩୧ ମଇ ପର୍ଯ୍ୟନ୍ତ)ରେ ଆସାମ ନିଜର ଖର୍ଚ୍ଚ ଆବଶ୍ୟକତା ପୂରଣ କରିବା ଲାଗି ଉଭୟ ଦେଶର ସୀମା ଦେଇ ପ୍ରବାହିତ କୁଶିୟାରା ନଦୀର ଅବବାହିକାରୁ ପାଣି ନେଇପାରିବ।

ଅଣମୌସୁମୀ ଋତୁ ସମୟରେ ଦୁଇ ଦେଶ ନିଜ ନିଜ ପକ୍ଷରୁ ଜଳ ନିଷ୍କାସନ ସ୍ଥିତିର ଅନୁଧ୍ୟାନ କରିବା ଲାଗି ଏକ ମିଳିତ ନିରୀକ୍ଷଣ ଦଳ ଗଠନ କରିବେ।

Categories
ଆଜିର ଖବର ଜାତୀୟ ଖବର

ସୌର ପିଭି ମଡ୍ୟୁଲର ଜାତୀୟ କାର୍ଯ୍ୟକ୍ରମ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲରେ ଗିଗାୱାଟ ଆଧାରିତ ଉତ୍ପାଦନ କ୍ଷମତା ହାସଲ କରିବା ଲକ୍ଷ୍ୟ ନେଇ ୧୯ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ଜାତୀୟ କାର୍ଯ୍ୟକ୍ରମ’ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପାଇଁ ଜାତୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତରେ ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପ୍ରସ୍ତୁତି ପାଇଁ ଏକ ଇକୋସିଷ୍ଟମ ନିର୍ମାଣ କରିବା। ଏହା ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ କମ କରାଯାଇ ପାରିବ। ଏହି ପଦକ୍ଷେପ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ସହିତ ରୋଜଗାର ମଧ୍ୟ ବୃଦ୍ଧି କରିବ।

ଏକ ପାରଦର୍ଶୀ ଚୟନ ପ୍ରକ୍ରିୟା ମାଧ୍ୟମରେ ସୋଲାର ପିଭି ନିର୍ମାତାଙ୍କ ଚୟନ କରାଯିବ। ସୌର ପିଭି ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ ହେବାର ପରବର୍ତ୍ତୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ)ର ବିତରଣ କରାଯିବ। ଘରୋଇ ବଜାରରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ବିକ୍ରି ଉପରେ ଏହି ପ୍ରୋତ୍ସାହନ ଦିଆଯିବ।

ଏହି ଯୋଜନାର ଆଶାନୁରୂପ ପରିଣାମ/ଲାଭଗୁଡ଼ିକ ହେଲା:

ଏହା ଅନୁମାନ କରାଯାଉଛି ଯେ ସମ୍ପୂର୍ଣ୍ଣ ଏବଂ ଆଂଶିକ ରୂପରେ ଏକୀକୃତ, ସୌର ପିଭି ମଡ୍ୟୁଲର ପାଖାପାଖି ୬୫,୦୦୦ ମେଗାୱାଟ୍‌ ବାର୍ଷିକ ଉତ୍ପାଦନ କ୍ଷମତା ପ୍ରତିଷ୍ଠା କରାଯିବ।

ଏହି ଯୋଜନାରେ ପାଖାପାଖି ୯୪ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ନିବେଶ ଆସିବ।

ଇଭିଏ, ସୋଲାର ଗ୍ଲାସ, ବ୍ୟାକସିଟ୍‌ ଆଦି ଭଳି ଅନ୍ୟାନ୍ୟ ସାମଗ୍ରୀ ପାଇଁ ଉତ୍ପାଦନ କ୍ଷମତା ନିର୍ମାଣ କରାଯିବ।

ପାଖାପାଖି ୧,୯୫,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ପାଖାପାଖି ୭,୮୦,୦୦ ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳି ପାରିବ।

ପାଖାପାଖି ୧.୩୭ ଲକ୍ଷ କୋଟି ଟଙ୍କାର ଆମଦାନୀ ହ୍ରାସ ପାଇବ।

ସୌର ପିଭି ମଡ୍ୟୁଲରେ ଉଚ୍ଚ ଦକ୍ଷତା ହାସଲ କରିବା ପାଇଁ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ମିଳିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ହେବ ବିକଶିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଏମ ଗତିଶକ୍ତି ଭିତ୍ତିଭୂମିକୁ ଲାଗୁ କରିବା ଲାଗି ରେଳବାଇ ଜମି ନୀତିରେ ସଂଶୋଧନ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କାର୍ଗୋ ସମ୍ବନ୍ଧୀୟ ଗତିବିଧି, ଜନ ଉପଯୋଗିତା ଏବଂ ରେଳବାଇର ବିଶେଷ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଭିତ୍ତିରେ ରେଳବାଇର ଜମିକୁ ଲିଜରେ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।

ପ୍ରଭାବ :

  1. ଏହାଦ୍ବାରା ଅଧିକ କାର୍ଗୋ ଆକୃଷ୍ଟ କରିବା ଲାଗି ରେଳବାଇକୁ ସହାୟତା ମିଳିବ, ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଏହାଦ୍ବାରା ଏହି ଉଦ୍ୟୋଗର ଲଜିଷ୍ଟିକ୍ସ ଖର୍ଚ୍ଚ କମିବ ।
  2. ରେଳବାଇକୁ ଅଧିକ ରାଜସ୍ବ ମଧ୍ୟ ମିଳିବ ।
  • III. ଜନ ଉପଯୋଗିତା ସୁବିଧା ବା ପବ୍ଲିକ ୟୁଟିଲିଟୀଜ୍‌ ପାଇଁ ମଞ୍ଜୁରି ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ କରାଯାଇଥିବା ପରିକଳ୍ପନାକୁ ଏହା ସାକାର କରିବ । ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ଦୂରସଞ୍ଚାର କେବୁଲ, ସିୱେଜ ପରିଚାଳନା, ନାଳ ତିଆରି, ଅପ୍ଟିକାଲ ଫାଇବର କେବଲ, ପାଇପଲାଇନ, ସଡ଼କ, ଫ୍ଲାଇଓଭର, ବସ ଟର୍ମିନାଲ, ଆଞ୍ଚଳିକ ରେଳ ପରିବହନ, ସହରାଞ୍ଚଳ ପରିବହନ ଭଳି ଜନଉପଯୋଗିତାକୁ ସମନ୍ବିତ ଢଙ୍ଗରେ ବିକଶିତ କରିବାରେ ସହାୟତା ମିଳିପାରିବ ।
  1. ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆର୍ଥିକ ପରିଣାମ:

  • ଏହାର କୌଣସି ଅତିରିକ୍ତ ଖର୍ଚ୍ଚ ହେବ ନାହିଁ । ଜମି ଲିଜ୍‌ରେ ଦେବାର ନୀତିକୁ କୋହଳ କରିବା ଫଳରେ ସବୁ ଅଂଶୀଦାର/ସେବା ପ୍ରଦାନକାରୀ/ଅପରେଟରଙ୍କ ପାଇଁ ଅଧିକ କାର୍ଗୋ ସମ୍ବନ୍ଧୀୟ ସୁବିଧା ପ୍ରତିଷ୍ଠା କରିବାର ମାର୍ଗ ପ୍ରଶସ୍ତ ହେବ । ରେଳବାଇ ପାଇଁ ଅତିରିକ୍ତ କାର୍ଗୋ ଯାତାୟାତ ଏବଂ ମାଲ ପରିବହନ ରାଜସ୍ବ ସୃଷ୍ଟି ହେବ ।

ଲାଭ :

  1. ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିବରଣୀ:

  1. ରେଳବାଇର ଏହି ସଂଶୋଧିତ ଜମି ନୀତି ଫଳରେ ମୌଳିକ ଭିତ୍ତିଭୂମି ଏବଂ ଅଧିକ କାର୍ଗୋ ଟର୍ମିନାଲଗୁଡ଼ିକର ଏକୀକୃତ ବିକାଶ ସମ୍ଭବ ହୋଇପାରିବ ।
  2. ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ୩୫ ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କାର୍ଗୋ ସମ୍ବନ୍ଧୀୟ ଗତିବିଧି ଲାଗି ରେଳବାଇ ଜମିକୁ ଦୀର୍ଘ ଅବଧି ପାଇଁ ଲିଜରେ ପ୍ରଦାନ କରାଯିବ ।
  • III. କାର୍ଗୋ ଟର୍ମିନାଲ ପାଇଁ ରେଳବାଇର ଜମି ଉପଯୋଗ କରୁଥିବା ବର୍ତ୍ତମାନର ସଂସ୍ଥାମାନଙ୍କ ପାଖରେ ପାରଦର୍ଶୀ ଓ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନୂଆ ନୀତିର ବ୍ୟବସ୍ଥାକୁ ଆପଣାଇବାର ବିକଳ୍ପ ଉପଲବ୍ଧ ହେବ ।
  1. ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ ଏବଂ ପାଖାପାଖି ୧.୨ ଲକ୍ଷ ରୋଜଗାର ସୃଷ୍ଟି ହେବ ।
  2. ଏହାଦ୍ବାରା ମାଲ ପରିବହନରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଦେଶରେ ମୋଟ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ ।
  3. ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ରେଳବାଇ ଜମି ଯୋଗାଇ ଦିଆଯାଇ ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ସିୱେଜ ପରିଚାଳନା, ସହରୀ ପରିବହନ ଭଳି ଜନ ସୁବିଧା ପାଇଁ ଏକୀକୃତ ବିକାଶ କରାଯାଇପାରିବ । ଏହା ମାଧ୍ୟମରେ ରେଳବାଇର ଜମି ଉପଯୋଗ ଏବଂ ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ) ଆହୁରି ସରଳ ହୋଇପାରିବ ।
  4. ଅପ୍ଟିକାଲ ଫାଇବର କେବଲ (ଓଏଫସି) ଏବଂ ଅନ୍ୟ ଛୋଟ କ୍ଷେତ୍ରଫଳ ବିଶିଷ୍ଟ ଜମି ଉପଯୋଗିତା ଲାଗି ରେଳବାଇ ଟ୍ରାକ ପାର କରିବା ଲାଗି ୧୦୦୦ ଟଙ୍କାର ଏକକାଳୀନ ଶୁଳ୍କ ନିଆଯିବ ।
  5. ଏହି ନୀତିରେ ରେଳବାଇ ଜମିରେ ସୋଲାର ପ୍ଲାଣ୍ଟ ବିଛାଇବା ପାଇଁ ନାମମାତ୍ର ଖର୍ଚ୍ଚରେ ରେଳବାଇର ଜମି ବ୍ୟବହାର କରିବାର ବ୍ୟବସ୍ଥା ରହିଛି ।
  • IX. ଏହି ନୀତିରେ ପ୍ରତି ଏକ ବର୍ଗମିଟର ପିଛା ବାର୍ଷିକ ୧ ଟଙ୍କାର ଶୁଳ୍କରେ ରେଳବାଇ ଜମିରେ ସାମାଜିକ ମୌଳିକ ଭିତ୍ତିଭୂମି (ଯେପିରକି ପିପିପି ଜରିଆରେ ଡାକ୍ତରଖାନା ଏବଂ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଜରିଆରେ ବିଦ୍ୟାଳୟ)ବିକାଶକୁ ପ୍ରୋତ୍ସାହିତ କରାଯାଇଛି ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

  • କ୍ୟାବିନେଟ ମଞ୍ଜୁରିର ୯୦ ଦିନ ମଧ୍ୟରେ ବ୍ୟାପକ ନୀତିଗତ ଦସ୍ତାବିଜ ପ୍ରସ୍ତୁତ ଓ ଲାଗୁ କରାଯିବ।
  • ପିଏମ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଥିବା ଜନ ଉପଯୋଗିତାର ପ୍ରତିଷ୍ଠା ନିମନ୍ତେ ମଞ୍ଜୁରି ସରଳ କରାଯିବ ।
  • ଆସନ୍ତା ପାଞ୍ଚ ମଧ୍ୟ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ।
Categories
ବିଶେଷ ଖବର

ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା– ପିଏମ ଶ୍ରୀକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ​​​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ) ବା ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ଏଥିପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର/ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ। ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ ଏବଂ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରି ଏହା ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଛାତ୍ରଛାତ୍ରୀଙ୍କ ଜ୍ଞାନଗତ ବିକାଶ ପାଇଁ ପିଏମ ଶ୍ରୀ ବିଦ୍ୟାଳୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ କରାଯିବ ଏବଂ ଏଠାରୁ ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷ ସୃଷ୍ଟି ହେବେ।

ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ ଶ୍ରୀ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ପାଇଁ ୨୭୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି। ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଯୋଗାଇ ଦେବେ।

ପ୍ରମୁଖ ବୈଶିଷ୍ଟ୍ୟ

ପିଏମଶ୍ରୀ ବିଦ୍ୟାଳୟ ପରିସରରେ ଏକ ସମାନତାପୂର୍ଣ୍ଣ, ସମାବେଶୀ ଏବଂ ଆନନ୍ଦର ପରିବେଶ ମଧ୍ୟରେ ଉନ୍ନତ ମାନର ଶିକ୍ଷାଦାନ କରାଯିବ। ଏଥିରେ ବିଭିନ୍ନ ପୃଷ୍ଠଭୂମି, ବହୁଭାଷୀ ଆବଶ୍ୟକତା, ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶିକ୍ଷାଗତ କ୍ଷମତା ପ୍ରତି ଧ୍ୟାନ ଦିଆଯିବା ସହିତ ସେମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସେମାନଙ୍କର ନିଜସ୍ବ ଅଧ୍ୟୟନ ପ୍ରକ୍ରିୟାରେ ସକ୍ରିୟ ସହଭାଗୀ କରାଯିବ।

ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ପ୍ରଶିକ୍ଷଣ ପ୍ରଦାନ କରିବା ମାଧ୍ୟମରେ ନିଜ ଅଞ୍ଚଳର ଅନ୍ୟ ବିଦ୍ୟାଳୟମାନଙ୍କୁ ଏକ ନେତୃତ୍ବ ପ୍ରଦାନ କରିବେ।

ସବୁଜ ବିଦ୍ୟାଳୟ ଭାବେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକୁ ବିକଶିତ କରାଯିବ। ଏଥିରେ ପରିବେଶ ଅନୁକୂଳ ପଦକ୍ଷେପ ନିଆଯିବ। ଏଠାରେ ସୌର ପ୍ୟାନେଲ ଓ ଏଲଇଡି ଲାଇଟ ସଂଯୋଗ, ପ୍ରାକୃତିକ କୃଷି ସହିତ ପୋଷଣ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକମୁକ୍ତ କ୍ଷେତ୍ର, ଜଳ ସଂରକ୍ଷଣ ଓ ପରିଚାଳନା, ପରିବେଶ ସୁରକ୍ଷା ପାଇଁ ପରମ୍ପରା/ରୀତିନୀତି ଆଧାରିତ ଅଧ୍ୟୟନ, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ହାକାଥନ ଏବଂ ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଗ୍ରହଣ କରିବା ଲାଗି ସଚେତନତା ସୃଷ୍ଟି ଆଦି ଉପରେ ଗୁରୁତ୍ବ ଦିଆଯିବ।

ଏଠାରେ ଗ୍ରହଣ କରାଯିବାକୁ ଥିବା ଶିକ୍ଷାଦାନ ବ୍ୟବସ୍ଥା ଅଧିକ ପରୀକ୍ଷାମୂଳକ, ସାମଗ୍ରିକ, ସମନ୍ବିତ, ଖେଳ/ଖେଳନା ଆଧାରିତ (ନିର୍ଦ୍ଦିଷ୍ଟ ଭାବେ ପ୍ରାଥମିକ ବର୍ଷଗୁଡ଼ିକରେ), ଅନୁସନ୍ଧାନ ଆଧାରିତ, ଆବିଷ୍କାର ଅଧାରିତ, ଛାତ୍ରକୈନ୍ଦ୍ରିକ, ଆଲୋଚନା ଆଧାରିତ, ନମନୀୟ ଏବଂ ଉପଭୋଗ୍ୟ ହେବ।

ପ୍ରତ୍ୟେକ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପରିଣାମ ଉପରେ ଗୁରୁତ୍ବ ଦିଆଯିବ। ବିଷୟକୁ ଭଲ ଭାବେ ବୁଝିବା ଲାଗି ସବୁ ସ୍ତରରେ ଆକଳନ କରାଯିବ। ଏଥିରେ ବାସ୍ତବ ଜୀବନ ପରିସ୍ଥିତିରେ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଶିକ୍ଷାଦାନ ପ୍ରତିଯୋଗିତାମୂଳକ ହେବ।

ଉପଲବ୍ଧ ସମ୍ବଳର ଆକଳନ କରାଯିବ ଏବଂ ଉପଲବ୍ଧତା, ପର୍ଯ୍ୟାପ୍ତତା, ଉପଯୁକ୍ତତା, ପ୍ରୟୋଗ ଆଧାରରେ ଏଗୁଡ଼ିକର ସବୁ ଦିଗରୁ ବିଶ୍ଳେଷଣ କରାଯିବ। ସେମାନଙ୍କର ପ୍ରଦର୍ଶନ ସୂଚକାଙ୍କକୁ ଅନୁଧ୍ୟାନ କରାଯିବ ଏବଂ ବ୍ୟବସ୍ଥିତ ଓ ଯୋଜନାବଦ୍ଧ ଢଙ୍ଗରେ ଅଭାବ ଅସୁବିଧା ସବୁ ଦୂର କରାଯିବ।

ନିଯୁକ୍ତି କ୍ଷମତା ବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ସୁଯୋଗ ଅନ୍ବେଷଣ କରିବା ନିମନ୍ତେ କୌଶଳ ପରିଷଦ ଏବଂ ସ୍ଥାନୀୟ ଉଦ୍ୟୋଗ ସହିତ ସମ୍ପର୍କ ସ୍ଥାପନ କରାଯିବ।

ପରିଣାମକୁ ମାପିବା ଲାଗି ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କକୁ ଦର୍ଶାଉଥିବା ଏକ ବିଦ୍ୟାଳୟ ଗୁଣବତ୍ତା ଆକଳନ ଫ୍ରେମୱର୍କ (ଏସକ୍ୟୁଏଏଫ) ବିକଶିତ କରାଯାଉଛି। ନିୟମିତ ବ୍ୟବଧାନରେ ଏସବୁ ବିଦ୍ୟାଳୟର ଗୁଣବତ୍ତା ଆକଳନ କରାଯିବ ଏବଂ ଏଗୁଡ଼ିକୁ ନିର୍ଦ୍ଦିଷ୍ଟ ମାନକ ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।

ପିଏମ ଶ୍ରୀ ବିଦ୍ୟାଳୟରେ ପ୍ରମୁଖ ଆଦର୍ଶଗତ ହସ୍ତକ୍ଷେପଗୁଡ଼ିକ ହେଉଛି:

ଗୁଣବତ୍ତା ଓ ନବୋନ୍ମେଷ (ଅଧ୍ୟୟନ ବୃଦ୍ଧି କାର୍ଯ୍ୟକ୍ରମ, ସାମଗ୍ରିକ ପ୍ରୋଗ୍ରେସ କାର୍ଡ, ଅଭିନବ ଶିକ୍ଷାଦାନ, ବ୍ୟାଗମୁକ୍ତ ଦିନ, ସ୍ଥାନୀୟ କଳାକାରଙ୍କ ସହିତ ଇଣ୍ଟର୍ଣ୍ଣସିପ ବା ପ୍ରଶିକ୍ଷଣ, କ୍ଷମତା ବିକାଶ ଆଦି)

ଶିକ୍ଷା ଅଧିକାର ଆଇନ ଅଧୀନରେ ହିତାଧିକାରୀ ଆଧାରିତ ସୁବିଧା – ୧୦୦% ପିଏମଶ୍ରୀ ବିଦ୍ୟାଳୟଗୁଡ଼ିକ ବିଜ୍ଞାନ ଓ ଗଣିତ କିଟ୍‌ ପାଇବେ

ବାର୍ଷିକ ବିଦ୍ୟାଳୟ ଅନୁଦାନ (ମିଶ୍ରିତ ବିଦ୍ୟାଳୟ ଅନୁଦାନ, ପାଠାଗାର ଅନୁଦାନ, କ୍ରୀଡ଼ା ଅନୁଦାନ)

ବାଲବାଟିକା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମେତ ପ୍ରାକ୍‌ ଶୈଶବ ଯତ୍ନ ଏବଂ ଶିକ୍ଷାଦାନ।

ଝିଅ ଏବଂ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ନିରାପଦ ଓ ଉପଯୁକ୍ତ ଭିତ୍ତିଭୂମି ବ୍ୟବସ୍ଥା ସହିତ ସମାନତା ଓ ସମାବେଶିତା।

ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଥିବା ବିଷୟ ସହିତ ବାଛିବାର ବିକଳ୍ପକୁ ପ୍ରୋତ୍ସାହନ।

ପ୍ରଯୁକ୍ତି ହସ୍ତକ୍ଷେପ ମାଧ୍ୟମରେ ଭାଷାଗତ ବାଧକ ଦୂର କରିବା ସହିତ ମାତୃଭାଷା ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହନ।

ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା।

୧୦୦% ପିଏମଶ୍ରୀ ବିଦ୍ୟାଳୟକୁ ଆଇସିଟି, ସ୍ମାର୍ଟ କ୍ଲାସରୁମ ଏବଂ ଡିଜିଟାଲ ପ୍ରୟାସ ମାଧ୍ୟମରେ ସୁଦୃଢ଼ କରାଯିବ।

ବର୍ତ୍ତମାନର ଭିତ୍ତିଭୂମି ସୁଦୃଢ଼ କରିବା

ଧନ୍ଦାମୂଳକ ହସ୍ତକ୍ଷେପ ଏବଂ ପ୍ରଶିକ୍ଷଣ ବୃଦ୍ଧି/ ଉଦ୍ୟମିତା ସୁଯୋଗ, ବିଶେଷ କରି ସ୍ଥାନୀୟ ଉଦ୍ୟୋଗ ସହିତ। ବିକାଶମୂଳକ ପ୍ରକଳ୍ପ/ନିକଟସ୍ଥ ଉଦ୍ୟୋଗ ସହିତ କୌଶଳ ବିକାଶ ଆବଶ୍ୟକତା ପୂରଣ କରାଯିବ ଏବଂ ସେହି ଅନୁଯାୟୀ ପାଠ୍ୟକ୍ରମ/ପାଠ୍ୟଖସଡ଼ାକୁ ବିକଶିତ କରାଯିବ।

ସବୁ ଆଧୁନିକ ସୁବିଧାରେ ଏହିସବୁ ବିଦ୍ୟାଳୟକୁ ବିକଶିତ କରିବା ଲାଗି ସେଚୁରେସନ ବା ସମ୍ପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରାଯିବ। ବିଜ୍ଞାନାଗାର, ପାଠାଗାର, ଆଇସିଟି ସୁବିଧା ଏବଂ ଦନ୍ଦାମୂଳକ ପ୍ରୟୋଗଶାଳା ଆଦି ସବୁ ବିଦ୍ୟାଳୟରେ ଯୋଗାଇ ଦିଆଯିବ।

ସବୁଜ ବିଦ୍ୟାଳୟ ଯୋଜନା

ଆହୁରି ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ସୁବିଧା ପ୍ରଦାନ ଲାଗି ଏହି ଯୋଜନାକୁ ବର୍ତ୍ତମାନର ଯୋଜନା/ପଞ୍ଚାୟତିରାଜ ସଂସ୍ଥା/ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି କାର୍ଯ୍ୟକାରୀ କରିବାକୁ ପରିକଳ୍ପନା କରାଯାଇଛି।

କାର୍ଯ୍ୟକାରିତା ରଣନୀତି

ପିଏମ ଶ୍ରୀ ବିଦ୍ୟାଳୟକୁ ସମଗ୍ର ଶିକ୍ଷା, କେଭିଏସ ଏବଂ ଏନଭିଏସ ପାଇଁ ଉପଲବ୍ଧ ପ୍ରଶାସନିକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଆବଶ୍ୟକ ହେଲେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଆଧାରରେ ଅନ୍ୟ ପ୍ରଶାସନିକ ସଂସ୍ଥାମାନଙ୍କୁ ସମ୍ପୃକ୍ତ କରାଯିବ।

ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ବୁଝିବା ଏବଂ ପ୍ରଗତିକୁ ଆକଳନ କରିବା ଲାଗି ଏହି ବିଦ୍ୟାଳୟଗୁଡ଼ିକୁ ନିଖୁଣ ଭାବେ ଅନୁଧ୍ୟାନ କରାଯିବ।

ଚୟନ ପଦ୍ଧତି:

ଏକ ଚାଲେଞ୍ଜ ମୋଡ୍‌ ବା ପ୍ରତିଯୋଗିତାମୂଳକ ପଦ୍ଧତିରେ ପିଏମଶ୍ରୀ ବିଦ୍ୟାଳୟର ଚୟନ କରାଯିବ ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ହେବାକୁ ବିଭିନ୍ନ ବିଦ୍ୟାଳୟଗୁଡ଼ିକ ପରସ୍ପରର ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଅନଲାଇନ ପୋର୍ଟାଲରେ ବିଦ୍ୟାଳୟମାନେ ନିଜ ଆଡ଼ୁ ଆବେଦନ କରିବେ। ଯୋଜନାର ପ୍ରଥମ ଦୁଇ ବର୍ଷ ପାଇଁ ଏହି ପୋର୍ଟାଲକୁ ବର୍ଷକୁ ଚାରିଥର ପ୍ରତି ତ୍ରୈମାସରେ ଖୋଲାଯିବ।

ଏହି ଯୋଜନାରେ ଚୟନ ପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ସରକାର / ସ୍ଥାନୀୟ ସ୍ବାୟତ୍ତ ପ୍ରଶାସନ ଦ୍ବାରା ପରିଚାଳିତ ୟୁଡିଆଇଏସଇ+ କୋଡ୍‌ ଥିବା ପ୍ରାଥମିକ ବିଦ୍ୟାଳୟ (୧-୫/୧-୮ଶ୍ରେଣୀ) ଏବଂ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ (୧-୧୦/୧-୧୨/୬-୧୦/୬-୧୨ ଶ୍ରେଣୀ) ବିଦ୍ୟାଳୟଗୁଡ଼ିକୁ ବିଚାର କରାଯିବ।

ପର୍ଯ୍ୟାୟ-୧: ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନେ ସମ୍ପୂର୍ଣ୍ଣ ଭାବେ ଏନଇପି କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇ ଏକ ବୁଝାମଣାପତ୍ର କେନ୍ଦ୍ର ସରକାରଙ୍କ ସହ ସ୍ବାକ୍ଷର କରିବେ। ଏହାପରେ ପିଏମଶ୍ରୀ ବିଦ୍ୟାଳୟ ଭାବେ ଏସବୁ ବିଦ୍ୟାଳୟକୁ ସହାୟତା କରିବା ସହ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବେ।

ପର୍ଯ୍ୟାୟ -୨: ଏହି ପର୍ଯ୍ୟାୟରେ, ପିଏମ ଶ୍ରୀ ବିଦ୍ୟାଳୟ ପାଇଁ ଯୋଗ୍ୟ ହୋଇଥିବା କେତେଗୁଡ଼ିକ ବିଦ୍ୟାଳୟର ଏକ ପୁଲ୍‌କୁ ଚୟନ କରାଯିବ। ୟୁଡିଆଇଏସଇ+ ଡେଟା ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମାପଦଣ୍ଡକୁ ବିଚାର କରି ଏମାନଙ୍କୁ ବଛାଯିବ।

ପର୍ଯ୍ୟାୟ-୩: ଏହି ପର୍ଯ୍ୟାୟ ନିର୍ଦ୍ଦିଷ୍ଟ ମାପଦଣ୍ଡ ପୂରଣ କରିବା ଲାଗି ଏକ ଚାଲେଞ୍ଜ ପଦ୍ଧତି ଉପରେ ଆଧାରିତ। ଉପରୋକ୍ତ ଯୋଗ୍ୟତା ପୁଲରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକ ଚାଲେଞ୍ଜର ସର୍ତ୍ତକୁ ପୂରଣ କରିବା ଲାଗି ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବେ। ଭୌତିକ ନିରୀକ୍ଷଣ ମାଧ୍ୟମରେ ରାଜ୍ୟ/କେଭିଏସ/ଜେଏନଭି ଦ୍ବାରା ସର୍ତ୍ତ ପୂରଣର ପ୍ରମାଣପତ୍ର ଏସବୁ ବିଦ୍ୟାଳୟକୁ ମିଳିବ।

ବିଦ୍ୟାଳୟମାନଙ୍କ ଦ୍ବାରା ଦାବିକୁ ରାଜ୍ୟ/କେଭିଏସ/ଜେଏନଭି ଯାଞ୍ଚ କରିବେ ଏବଂ ବିଦ୍ୟାଳୟର ତାଲିକା ସୁପାରିସ କରିବେ।

ସାରା ଭାରତରେ ମୋଟ୍‌ ବିଦ୍ୟାଳୟର ସର୍ବାଧିକ ସୀମାକୁ ବିଚାର କରି ପ୍ରତି ବ୍ଲକ/ସହରାଞ୍ଚଳରେ ସର୍ବାଧିକ ଦୁଇଟି ବିଦ୍ୟାଳୟ (ଗୋଟିଏ ପ୍ରାଥମିକ ଏବଂ ଆଉ ଏକ ମାଧ୍ୟମିକ/ଉଚ୍ଚ ମାଧ୍ୟମିକ) ବିଦ୍ୟାଳୟକୁ ଚୟନ କରାଯିବ।

ପିଏମ ଶ୍ରୀ ବିଦ୍ୟାଳୟର ଚୟନ ଏବଂ ଅନୁଧ୍ୟାନ ପାଇଁ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକର ଜିଓଟ୍ୟାଗିଂ କରାଯିବ। ଜିଓ-ଟ୍ୟାଗିଂ ଏବଂ ଅନ୍ୟା ତତସଂକ୍ରାନ୍ତ କାର୍ଯ୍ୟ ପାଇଁ ଭାସ୍କରାଚାର୍ଯ୍ୟ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍‌ (ବିଆଇଏସଏଜି-ଏନ)ର ସାହାଯ୍ୟ ନିଆଯିବ। ବିଦ୍ୟାଳୟର ଅନ୍ତିମ ଚୟନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ।

ପିଏମ ଶ୍ରୀ ବିଦ୍ୟାଳୟର ଗୁଣବତ୍ତା ସୁନିଶ୍ଚିତତା

ଏନଇପି ୨୦୨୦ର କାର୍ଯ୍ୟକାରିତା ପ୍ରଦର୍ଶନ

ନାମଲେଖା ଏବଂ ଅଧ୍ୟୟନ ପ୍ରଗତିକୁ ଟ୍ରାକିଂ କରିବା ଲାଗି ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରୀ

ରାଜ୍ୟ ଓ ଜାତୀୟ ହାରାହାରୀ ଠାରୁ ଅଧିକ ସ୍ତରର ପରିଣାମ ହାସଲ କରିବା ଲାଗି ପ୍ରତ୍ୟେକ ଶିଶୁର ଅଧ୍ୟୟନ ପରିଣାମରେ ସୁଧାର

ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ଶିଶୁଙ୍କୁ ଆଧୁନିକ ଏବଂ ଏକବିଂଶ ଶତାବ୍ଦୀର ଶିକ୍ଷାଦାନ/ପ୍ରଶିକ୍ଷଣ ଦିଆଯିବ।

ପ୍ରତ୍ୟେକ ମାଧ୍ୟମିକ ଶ୍ରେଣୀର ପିଲା ଅତିକମରେ ଗୋଟିଏ କୌଶଳ ଶିଖି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବେ।

ପ୍ରତ୍ୟେକ ପିଲା ପାଇଁ କ୍ରୀଡ଼ା, କଳା, ଆଇସିଟି

ପ୍ରତ୍ୟେକ ବିଦ୍ୟାଳୟକୁ ପ୍ରଶିକ୍ଷଣ ପାଇଁ ଉଚ୍ଚ ଶିକ୍ଷା ସଂସ୍ଥାନ ସହ ଯୋଡ଼ାଯିବ/ସଂଯୋଗ କରାଯିବ

ପ୍ରତ୍ୟେକ ପିଲାକୁ ମାନସିକ ବିକାଶ ଏବଂ କ୍ୟାରିଅର ପରାମର୍ଶ ଦିଆଯିବ

ଛାତ୍ରଛାତ୍ରୀଙ୍କୁ ଭାରତୀୟ ଜ୍ଞାନ ଓ ଐତିହ୍ୟ ସମ୍ପର୍କରେ ଶିକ୍ଷା ଦିଆଯିବ। ସେମାନେ ଭାରତର ସଭ୍ୟତାଗତ ମୂଲ୍ୟବୋଧ ଓ ଆଦର୍ଶକୁ ନେଇ ଗର୍ବ କରିବେ। ବିଶ୍ବ ପ୍ରତି ଭାରତର ଯୋଗଦାନ ବିଷୟରେ ସଚେତନ ହେବେ, ସମାଜ, ଜୀବିତ ପ୍ରାଣୀ ଏବଂ ପ୍ରକୃତି ପ୍ରତି ରହିଥିବା କର୍ତ୍ତବ୍ୟ ପାଳନ ପ୍ରତି ସକ୍ରିୟ ହେବେ, ଭାରତୀୟ ଭାଷାରେ କଥାବାର୍ତ୍ତା ପାଇଁ ଦକ୍ଷ ହୋଇପାରିବେ। ସମାବେଶିତା, ସମାନତା ଏବଂ ବିବିଧତାରେ ଏକତାକୁ ସମ୍ମାନ ଦେବେ। ସେମାନଙ୍କ ମଧ୍ୟରେ ସେବାର ଏକ ଭାବନା ସୃଷ୍ଟି ହେବ ଏବଂ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ଆହୁରି ଆଗେଇ ନେବ।

ଚରିତ୍ର ବିକାଶ, ନାଗରିକ ଆଦର୍ଶ, ମୌଳିକ କର୍ତ୍ତବ୍ୟ ଏବଂ ରାଷ୍ଟ୍ରନିର୍ମାଣ ପ୍ରତି ରହିଥିବା ଉତ୍ତରଦାୟିତ୍ବ ବିଷୟରେ ସେମାନେ ସଚେତନ ହେବେ।

ଏସବୁ ବିଦ୍ୟାଳୟକୁ ଉଜ୍ଜ୍ବଳ ବିଦ୍ୟାଳୟ ଭାବେ ବିକଶିତ କରାଯିବ ଏବଂ ଛାତ୍ରଚାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦିଆଯିବ।

ହିତାଧିକାରୀ

ଏହି ଯୋଜନା ଦ୍ବାରା ସାରା ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି। ପିଏମ ଶ୍ରୀ ବିଦ୍ୟାଳୟ କ୍ଷେତ୍ରରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକୁ ପ୍ରଶିକ୍ଷଣ ଏବଂ ପରିଚାଳନା ଦ୍ବାରା ଏହାର ଅଧିକ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି।