Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୩୦ କୋଟି ଟୀକା ପାଇଁ ବାୟୋଲୋଜିକାଲ-ଇ ସହ କେନ୍ଦ୍ରର ଚୁକ୍ତି: ୧୫୦୦ କୋଟି ଟଙ୍କା ଦେବ ଆଡଭାନ୍ସ

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଟୀକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ-ଇ ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଏକ ବଡ ଚୁକ୍ତି ହୋଇଛି। ୩୦ କୋଟି ଟୀକା ଡୋଜ ପାଇଁ ବାୟୋଲୋଜିକାଲ-ଇ ସହ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଚୁକ୍ତି ହୋଇଛି। ଏଥିପାଇଁ ବାୟୋଲୋଜିକାଲ-ଇ କୁ କେନ୍ଦ୍ର ସରକାର ପକ୍ଷରୁ ୧୫୦୦ କୋଟି ଟଙ୍କା ଆଡଭାନ୍ସ ଦିଆଯିବ।

ଅଗଷ୍ଟ ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଏହି କମ୍ପାନୀ ୩୦ କୋଟି ଟୀକା ଡୋଜ ଯୋଗାଇଦେବ। ଏହାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରୁ ବହୁତ ଭଲ ଫଳ ମିଳିଥିବା ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି।