ଦିଲ୍ଲୀ: “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ପହଂଚକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ଯେତେବେଳେ କି ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି । ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି।
ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍ଏଲ୍ଇଏମ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍ଏଲ୍ଇଏମ୍ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।
ସେ ଏହାକୁ ବିସ୍ତାରରେ କହିଥିଲେ ଯେ, ଏହି ଅବଧାରଣା ଏହା ଉପରେ ଆଧାରିତ ଅଟେ ଯେ ସାବଧାନତା ସହିତ ବଛା ଯାଇଥିବା ଏକ ସୀମିତ ସୂଚୀ ସ୍ୱାସ୍ଥ୍ୟ ଯତ୍ନର ଗୁଣବତାରେ ସୁଧାର ଆଣିବ, ଶସ୍ତାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଔଷଧ ଗୁଡିକର ଉନ୍ନତ ପରିଚାଳନା କରିବ। ସେ କହିଥିଲେ ଯେ ଏନ୍ଏଲ୍ଇଏମ୍ ଏକ ଗତିଶୀଳ ଦସ୍ତାବିଜ୍ ଅଟେ ଏବଂ ପରିବର୍ତିତ ସ୍ୱାସ୍ଥ୍ୟ ପ୍ରାଥମିକତା ଗୁଡିକ ସହିତ ଫାର୍ମାସ୍ୟୁଟିକାଲ୍ ଜ୍ଞାନରେ ପ୍ରଗତିକୁ ଦେଖି ଏହାକୁ ନିୟମିତ ଆଧାରରେ ସଂଶୋଧିତ କରା ଯାଇଥାଏ। ଆବଶ୍ୟକୀୟ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା ପ୍ରଥମ ଥର ପାଇଁ ୧୯୯୬ରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହାକୁ ପୂର୍ବରୁ ତିନି ଥର ୨୦୦୩, ୨୦୧୧ ଏବଂ ୨୦୧୫ରେ ସଂଶୋଧିତ କରା ଯାଇଥିଲା।
“ଚିକିତ୍ସା ଉପରେ ସ୍ୱତନ୍ତ୍ର ସ୍ଥାୟୀ ଜାତୀୟ ସମିତି (ଏସ୍ଏନ୍ସିଏମ୍)ର ଗଠନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ରେ କରା ଯାଇଥିଲା। ସମିତି ବିଶେଷଜ୍ଞ ମାନଙ୍କ ସହିତ ଏବଂ ହିତଧାରକ ମାନଙ୍କ ସହିତ ବ୍ୟାପକ ପରାମର୍ଶ କରିବା ପରେ ଏନ୍ଏଲ୍ଇଏଏମ୍, ୨୦୧୫ରେ ସଂଶୋଧନ ହୋଇଥିଲା ଏବଂ ଏନ୍ଏଲ୍ଇଏମ୍, ୨୦୨୨ରେ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଭାରତ ସରକାର ସମିତିର ସୁପାରିସ ଗୁଡିକୁ ଗ୍ରହଣ କରିଛନ୍ତି ଏବଂ ଏହି ତାଲିକାକୁ ସ୍ୱୀକାର କରି ନେଇଛନ୍ତି ବୋଲି ସେ କହିଥିଲେ।
ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏନ୍ଏଲ୍ଇଏମ୍ର ନିର୍ମାଣର ପ୍ରକ୍ରିୟା ହିତଧାରକ ମାନଙ୍କ ଠାରୁ ଆରମ୍ଭ କରି ବେଜ୍ଞାନିକ ଉତ୍ସ ଗୁଡିକ ଦ୍ୱାରା ସମର୍ଥିତ ପ୍ରତିକ୍ରିୟା/ଫିଡ୍ବ୍ୟାକ୍ ଏବଂ ଗ୍ରହଣ କରା ଯାଇଥିବା ସମାବେଶ/ବହିଷ୍କରଣ ସିଦ୍ଧାନ୍ତ ଉପରେ ନିର୍ଭର କରିଥାଏ।
ସଂଶୋଧିତ ଏନ୍ଏଲ୍ଇଏମ୍, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି । ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।
ଏନ୍ଏଲ୍ଇଏମ୍ ୨୦୨୨ର ସଂଶୋଧନ ଶିକ୍ଷାବିତ ମାନଙ୍କୁ, ଉଦ୍ୟୋଗପତି ମାନଙ୍କୁ ଏବଂ ସାର୍ବଜନୀନ ନୀତି ବିଶେଷଜ୍ଞ ଇତ୍ୟାଦି ମାନଙ୍କ ସହିତ ଜଡିତ ହିତଧାରକ ମାନଙ୍କୁ ଏବଂ ଡବ୍ଲ୍ୟୁଏଚ୍ଓ ଇଏମ୍ଏଲ୍ ୨୦୨୧ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକ ସହିତ ନିରନ୍ତର ପରାମର୍ଶ ପରେ କରା ଯାଇଛି।
ଏନ୍ଏଲ୍ଇଏମ୍ରେ ସାମିଲ୍ କରିବା ନିମନ୍ତେ ନିମ୍ନଲିଖିତ ମାନଦଣ୍ଡ ଗୁଡିକ ପାଳନ କରା ଯାଇଥାଏ:
୧. ଭାରତରେ ଯାହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ, ସେହିସବୁ ରୋଗ ପାଇଁ ଉପଯୋଗୀ।
୨. ଲାଇସେନ୍ସ/ଅନୁମୋଦିତ ଔଷଧ ମହାନିୟନ୍ତ୍ରକ (ଭାରତ) (ଡିସିଜିଆଇ)ଙ୍କ ଦ୍ୱାରା ହେବ।
୩. ବୈଜ୍ଞାନିକ ପ୍ରମାଣ ଗୁଡିକର ଆଧାର ଉପରେ ପ୍ରଭାବକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ ପ୍ରମାଣିତ କରିଥିବ।
୪. ତୁଳନାତ୍ମକ ଭାବେ ଶସ୍ତା ହୋଇଥିବ।
୫. ବର୍ତମାନ ଉପଚାର ମାର୍ଗଦର୍ଶିକା ଅନୁସାରେ ହୋଇଥିବ।
୬. ଭାରତର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ଅଧୀନରେ ସୁପାରିସକୃତ (ଉଦାହରଣ ସ୍ୱରୂପ ଲିମ୍ଫାଟିକ୍ ଫାଇଲେରିଆ ୨୦୧୮ର ଉନ୍ମୁଳନ ନିମନ୍ତେ ତୁରନ୍ତ ଯୋଜନାର ଇଭରମେକ୍ଟିନ ଅଂଶ ବିଶେଷ)।
୭. ଯେତେବେଳେ ଗୋଟିଏ ଚିକିତ୍ସିକୀୟ ବର୍ଗରୁ ଏକାଧିକ ଔଷଧ ଉପଲବ୍ଧ ହୋଇଥାଏ, ତେବେ ସେହି ବର୍ଗର ଏକ ପ୍ରୋଟୋଟାଇପ୍ / ଚିକିତ୍ସିକୀୟ ରୂପରେ ସବୁଠାରୁ ଉପଯୁକ୍ତ ଔଷଧ ସାମିଲ୍ ହେବା ଉଚିତ୍।
୮. ସମୁଦାୟ ଉପଚାରର ମୂଲ୍ୟ ଉପରେ ବିଚାର କରା ଯାଇଥାଏ, କେବଳ କୌଣସି ଗୋଟିଏ ଔଷଧର ମୂଲ୍ୟ ଉପରେ ନୁହେଁ।
୯. ସ୍ଥିରୀକୃତ ଅନୁପାନର ସମଷ୍ଟି ଗୁଡ଼ିକୁ ଏଥିରେ ସାଧାରଣତଃ ସାମିଲ୍ କରାଯାଇ ନଥାଏ।
୧୦. ଯେତେବେଳେ କୌଣସି ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ଯେମିତି ରୋଟାଭାଇରସ୍ ଟୀକା) ରେ ସାମିଲ୍ କରା ଯାଇଥାଏ, ତାହା ସେତେବେଳେ ସେହି କାମ କରିଥାଏ।
ଏନ୍ଏଲ୍ଇଏମ୍ ୨୦୨୨କୁ ଏହି ଠାରେ ଦେଖି ହେବ:
https://cdsco.gov.in/opencms/opencms/system/modules/CDSCO.WEB/elements/download_file_division.jsp?num_id=OTAxMQ==
ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଡଃ ଭି. ଜି. ସୋମାନୀ, ଡିସିଜିଆଇ, ଡଃ. ମନଦୀପ କୁମାର ଭଣ୍ଡାରୀ, ଯୁଗ୍ମ ସଚିବ, ଡଃ ୱାଇ. କେ. ଗୁପ୍ତା, ଉପାଧ୍ୟକ୍ଷ ଏସ୍ଏନ୍ସିଏମ୍ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।