Categories
ଆଜିର ଖବର ରାଜ୍ୟ ଖବର

ଜାଗା ମିଶନ୍: କୋଣାର୍କର 130 ଜଣ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରିବା ପାଇଁ ଆରମ୍ଭ ହେଲା ପ୍ଲଟିଂ

ପୁରୀ, ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ଅନୁଯାୟୀ ପୁରୀ ପ୍ରଶାସନ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରିବାକୁ ଆରମ୍ଭ କରିଛି। ସେହି ଅନୁସାରେ ସମୁଦ୍ରକୂଳରେ ଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶାସନ କୋଣାର୍କର ନୋଳିଆ ସାହିର 130 ଜଣ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରାଯିବ। ସେଥିପାଇଁ କୋଣାର୍କ ଅଞ୍ଚଳରେ ସେମାନଙ୍କ ପାଇଁ ଜମି ଚିହ୍ନଟ କରାଯିବା ସହିତ ପ୍ଲଟିଂ କରି ପଟ୍ଟା ଯୋଗାଇ ଦିଆଯାଇଛି। ଏଥିସହିତ ସେମାନଙ୍କୁ ଘର କାମ କରିବାକୁ ୱାର୍କ ଅଡର ମଧ୍ୟ ଦିଆଯାଇଛି।