Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ, କୋଭିଡ ପାଇଁ ଜାରୀ ହୋଇଛି କଟକଣା

ଭୁବନେଶ୍ବର, ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେଇଛି। ଏଥର କୋଭିଡ ମହାମାରୀ ପାଇଁ ବିଧାନସଭାର ରୂପରେଖ ପୁରା ବଦଳିଯାଇଛି। ମୋଟ ଆଠିଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେସନରେ 7ଟି ସରକାରୀ ଓ ଗୋଟିଏ ବେସରକାର ଦିବସ ରହିଛି। ଏଥିରେ 9ଟି ଅଧ୍ୟାଦେଶ ଏବଂ 16ଟି ବିଲ ପାଶ ହେବ।

ତେବେ ମାହାମାରୀ ପାଇଁ ବିଧାନସଭାରେ ବହୁ ପରିବର୍ତ୍ତନ କରାଯାଇଛି। ଏଥର ପ୍ରଥମ ଥର ପାଇଁ ନବୀନ ନିବାସରୁ ରହି ମୁଖ୍ୟମନ୍ତ୍ରୀ ବିଧାନସଭା କାର୍ଯ୍ୟରେ ଯୋଗ ଦେବେ। ସେହିପରି 6 ଜଣ ବିଧାୟକ ସଚିବାଳୟ ଭିଡିଓ କଂନଫ୍ରେସିଂ ହଲରୁ ରହିବେ। 4 ଜଣ ବିଧାୟକ ସେମାନଙ୍କ ଜିଲ୍ଲାରେ ରହି ବିଧାନସଭାରେ ଯୋଗ ଦେବେ। ସାମ୍ବାଦିକମାନେ ବିଧାନସଭା କଂନଫ୍ରେସ ହଲରେ ବସି ରିପୋର୍ଟିଂ କରିବାର ବ୍ୟବସ୍ଥା କରାଯାଇଛି।