ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଏବଂ କୋରାପୁଟ ପାଇଁ ଏକ ନୂଆ ଘୋଷଣା କରିବେ। ତାହା ହେଲା କୋରାପୁଟର ଜୟପୁରରେ ଏକ ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଜିଲ୍ଲା ବିଜ୍ଞାନ କେନ୍ଦ୍ର ଭାବେ ସେଠାରେ କାର୍ଯ୍ୟ କରିବ। ସେହିପରି ରାୟଗଡାରେ ଏକ ପ୍ଲାନେଟୋରିୟମର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଦୁଇ ପ୍ରକଳ୍ପ ପାଇଁ ଡିଜାଇନିଂ ପ୍ରସ୍ତୁତ ହୋଇସାରିଛି। ଏହି ଦୁଇ ପ୍ରକଳ୍ପକୁ ନବୀନ ଭିଡିଓ କଂନପ୍ରେସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
Tag: କୋରାପୁଟ
ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି । ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ଆଜି ଏ ସଂକ୍ରାନ୍ତରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ ସରକାର ଯେତେବେଳେ କୋଟିଆ ର ୨୨ଟି ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ସରକାର ଏବଂ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏଭଳି ବିଷ୍ପୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁ ଗୁଡ଼ିକୁ ଖସି ଯିବାକୁ ଯାଉଛି । ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଓଡିଶାର ସୀମାବର୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକର ବିଫଳ ହୋଇଛି ଏବଂ ତାର ସୁଯୋଗ ନେଉଛନ୍ତି ପଡୋଶୀ ରାଜ୍ୟମାନେ । କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ , ଆମର ଭାଷା ଉପରେ ମଧ୍ୟ ଅକ୍ତିଆର ଜାହିର କରୁଛନ୍ତି । ପଡୋଶୀ ରାଜ୍ୟମାନେ। ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଶା ଶିକ୍ଷକ ନାହାନ୍ତି । ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି ପଡ଼ୋଶୀ ରାଜ୍ୟ।ଏଥିପ୍ରତି ସରକାରଙ୍କର ନିଘା ନାହିଁ । ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି । ସରକାର ନିରବ କେମିତି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତି ଥିଲେ ।
କୋରାପୁଟ ଏୟାରଷ୍ଟ୍ରିପ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ଜିଲ୍ଲାପାଳ। Collector, Koraput visited Jeypore Airstrip, reviewed Developmental activities undertaken by R&B Deptt. for functioning of regular Air Services to Jeypore.
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ଲାଗି ମଧ୍ୟ ଘୋଷଣା ହୋଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ଵିଟ ମାଧ୍ୟମରେ ସୂଚନା ଦିଆଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ କୁଲଚା ଗାଁକୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୭ ଜଣ ଓ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ଭୁବନେଶ୍ବର, ଆଜି ରାଜ୍ୟର ପାଞ୍ଚୋଟି ଜିଲ୍ଲାର ପ୍ରବଶ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି ଏବଂ ନବରଂଗପୁର। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହିପରି 10ଟି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ଗଂଜାମ, ପୁରୀ ନୟାଗଡ, ବୌଦ୍ଧ, ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ।
କୋରାପୁଟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କୋରାପୁଟ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରୁ ଅଗଷ୍ଟ 1 ତାରିଖ ମଧ୍ୟରାତ୍ର ଯାଏଁ 48 ଘଣ୍ଟା କୋରାପୁଟ ଜିଲ୍ଲା ସଟ୍ ଡାଉନ୍ ରହିବ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ଜିଲ୍ଲାରୁ 66 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। କୋରାପୁଟ ଜିଲ୍ଲାରେ ଆଜି 66 ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 756ରେ ପହଞ୍ଚିଛି। ଏଯାଏଁ 220 ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ସକ୍ରିୟ ସଂଖ୍ୟା 536 ରହିଛି।