Categories
ଆଜିର ଖବର ଜାତୀୟ ଖବର

ବିଶ୍ବ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କୋଲକାତାର ଦୁର୍ଗାପୂଜା

ନୂଆଦିଲ୍ଲୀ: ସାରା ଭାରତରେ ପ୍ରସିଦ୍ଧ ଲାଭ କରିଥିବା କୋଲକାତାର ଦୁର୍ଗାପୂଜା ଶେଷରେ ବିଶ୍ବବାସୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ଏହି ବିଶେଷ ପୂଜାକୁ ୟୁନିସ୍କୋ ତାହାର ବିଶ୍ବ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ୟୁନିସ୍କୋର ସାଂସ୍କୃତିକ ଐତିହ୍ୟ ସୁରକ୍ଷା କମିଟର ଷଷ୍ଠ ଅଧିବେସନରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ୟୁନିସ୍କୋ ତରଫରୁ ବିଭିନ୍ନ ଦେଶ ତରଫରୁ ସାଂସ୍କୃତିକ ଐତିହ୍ୟରେ ସ୍ଥାନିତ ହେବା ପାଇଁ କାର୍ଯ୍ୟକ୍ରମର ତାଲିକା ମଗାଯାଇଥିଲା। ଏଥିରେ ଭାରତ ସରକାର କୋଲକାତାର ଦୁର୍ଗାପୂଜାକୁ ମନୋନିତ କରିବା ପାଇଁ ନାମ ପଠାଯାଇଥିଲା। ଯାହାକୁ ୟୁନିସ୍କୋ କମିଟ ସ୍ବୀକୃତ ପ୍ରଦାନ କରିଛନ୍ତି। ଏହା ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ପ୍ରତିଟି ଭାରତୀୟ ପାଇଁ ଗର୍ବର ବିଷୟ। ( ଫଟୋ ସୌଜନ୍ୟ ୟୁନିସ୍କୋ)