Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ବିରାଟ କୋହଲିଙ୍କର ଜନ୍ମଦିନ, ଜାଣନ୍ତୁ କେତେ ବର୍ଷ ବୟସରେ କଲେ ପଦାର୍ପଣ

ନୂଆଦିଲ୍ଲୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ। ମୁଖ୍ୟତଃ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା ଟି20, ଏହି ତିନୋଟି ଫର୍ମାଟରେ କୋହଲି ପୁରା ଫିଟ। କ୍ରିକେଟ୍ ର ଯେ କୌଣସି ଭାଗ ବିଷୟରେ ଆଲୋଚନା କର କୋହଲିଙ୍କ ରେକର୍ଡ ସେଠାରେ ନିଶ୍ଚିତ ମିଳିବ।

ଏପର୍ଯ୍ୟନ୍ତ ଖେଳାଯାଇଥିବା 86 ଟି ଟେଷ୍ଟରେ କୋହଲି ହାରାହାରି 53.62 ରେ 7240 ରନ୍ ସଂଗ୍ରହ କରିଥିବାବେଳେ 248 ଟି ODI ରେ ସେ ହାରାହାରି 59.33 ଏବଂ 1197 ରନ୍ ସଂଗ୍ରହ କରି 82 ଟି ଟି-20 ରେ ହାରାହାରି 50.80 ରନ୍ କରିଛନ୍ତି। କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟ କ୍ରିକେଟ୍ ଇତିହାସରେ ଲଗାତାର ଚାରି ସିରିଜରେ ଚାରି ଡବଲ୍ ଶତକ ହାସଲ କରିଛନ୍ତି। 2016 ଏବଂ 2017 ମଧ୍ୟରେ 4 ଟି ଟେଷ୍ଟ ସିରିଜ୍ ସମୟରେ ସେ ଏହି ରେକର୍ଡ କରିଥିଲେ। ଏହାପୂର୍ବରୁ ସାର୍ ଡନ୍ ବ୍ରାଡମ୍ୟାନ୍ (1930–32) ଏବଂ ରାହୁଲ ଦ୍ରାବିଡ (2003-04) ତିନିଟି ସିରିଜରେ ଏହି ରେକର୍ଡ କରିଥିଲେ।