Categories
ଆଜିର ଖବର ଖେଳ ଜାତୀୟ ଖବର

ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବ ଏହି ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେଏଲ ରାହୁଲଙ୍କ ନମ୍ବର କେତେ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଆସନ୍ତା ମାସରେ ଭାରତ ଆସିବ। ଫେବୃଆରୀ ୬ ତାରିଖରୁ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହା ପରେ ଉଭୟ ଦଳ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ। କ୍ୟାପଟେନ ରୋହିତ ଶର୍ମା ଏହି ସିରିଜରୁ ଦଳକୁ ଫେରିବେ। ଏହା ସହିତ ଶିଖର ଧାୱନ ମଧ୍ୟ ଦଳରେ ମନୋନୀତ ହୋଇଛନ୍ତି। ଉପ-ଅଧିନାୟକ ଦାୟିତ୍ଵ କେ.ଏଲ୍ ରାହୁଲଙ୍କୁ ଦିଆଯାଇଛି। ଏଭଳି ପରିସ୍ଥିତିରେ ଭାରତ ପାଇଁ ଇନିଂସ କିଏ ଆରମ୍ଭ କରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଅଧିନାୟକ ରୋହିତ ଶର୍ମା ଏବଂ ୩୬ ବର୍ଷିୟ ଶିଖର ଧାଡ଼ି ଇନିଂସ ଆରମ୍ଭ କରିବେ। ଓପନିଂରେ ଉଭୟଙ୍କର ଏକ ବଡ଼ ରେକର୍ଡ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ଦିନିକିଆ ସିରିଜରେ ଧାୱନଙ୍କର ଏକ ଚମତ୍କାର ପ୍ରଦର୍ଶନ ଥିଲା।

ରୋହିତ-ଧାୱନ ଯୋଡି ଓପନ କରିବ। ଏଥି ସହିତ ପୂର୍ବତନ ଅଧିନାୟକ ବିରାଟ କୋହଲି ତିନି ନମ୍ବରରେ ଖେଳିବେ। ଏହା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଉପ-ଅଧିନାୟକ କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ମଧ୍ୟମ କ୍ରମରେ ଖେଳିବେ। ଯେଉଁଠାରେ ଦୀପକ ଚହର ଏବଂ ଶାର୍ଦ୍ଦୁଲ ଠାକୁର ମ୍ୟାଚ୍ ଫିନିସର ଭୂମିକା ଗ୍ରହଣ କରିପାରନ୍ତି। ଏହି ଦୁଇ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଯଦି ଆମେ ସ୍ପିନ୍ ବିଭାଗ ବିଷୟରେ କଥା ହେବା, ତେବେ ଦୀର୍ଘ ସମୟ ପରେ କୁଲଚାଙ୍କ ଯୋଡି ଦେଖିବାକୁ ମିଳିବ। ଏହାର ଅର୍ଥ ହେଉଛି ସ୍ପିନ୍ ବିଭାଗର ଦାୟିତ୍ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଉପରେ ରହିପାରେ। ଅନ୍ୟପକ୍ଷରେ ପ୍ରସିଦ୍ଧ କୃଷ୍ଣ ତୃତୀୟ ବୋଲର ହୋଇପାରନ୍ତି।

ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ପ୍ରଣନ୍ଦ କୃଷ୍ଣ, କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଋତୁରାଜ ଗାଏକ୍ବାଡ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରଣବ କୃଷ୍ଣ ଏବଂ ଆଭେଶ ଖାନ।