Categories
ଆଜିର ଖବର ଆଞ୍ଚଳିକ ଖେଳ ରାଜ୍ୟ ଖବର

ସୋନପୁର ଷ୍ଟାଡିୟମ ପରିଦର୍ଶନ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର, ଆଜି ଇଲଟ୍ରୋନିକ୍ସ, ଆଇଟି ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋନପୁର ଗସ୍ତରେ ଆସି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଏଥିସହିତ ସ୍ଥାନୀୟ ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଜିଲ୍ଲାର କ୍ରୀଡା ଭତ୍ତିଭୂମି ଉପରେ ଆଲୋଚନା କରିଥିଲେ। ଏଥିରେ ସୋନପୁର ଜିଲ୍ଲାପାଳ ମୋନୀଷା ବାନର୍ଜୀଙ୍କ ସହତି ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଜିଲ୍ଲା ଷ୍ଟାଡିୟମର ଭଲବଲ, ଟେନିସ, ସୁଇମିଂ ପୁଲ ପ୍ରଭୃତି ସ୍ଥାନ ବୁଲି ଏହାର ଉନ୍ନତି କରଣ ଉପରେ ଗୁରୁତ୍ବ ଦେଇଥିଲେ।