Categories
ଆଜିର ଖବର ରାଜ୍ୟ ଖବର

ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା: ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ବର: କୌଣସି ସ୍ୱପ୍ନ କେବେ ଯାଦୁବିଦ୍ୟା ଦ୍ୱାରା ସଂପାଦିତ ହୁଏନାହିଁ। ଏଥିପାଇଁ ସ୍ୱେଦ ଲୁହ ଢାଳି ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡେ। ଆମେରିକାର ପ୍ରାକ୍ତନ ସେକ୍ରେଟାରୀ ଅଫ ଷ୍ଟେଟ, କଲିନ ପାୱେଲଙ୍କର ଏହି ବକ୍ତବ୍ୟ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୨୫ ବର୍ଷର ଯାତ୍ରାରେ ଆମର ଅଭିଜ୍ଞତା ସହିତ ପାୱେଲଙ୍କ ଉକ୍ତିର ମେଳ ରହିଛି। ବିଗତ ବର୍ଷ ଗୁଡିକରେ ସୋଆ ଅନେକ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ଉଭୟ ଶିକ୍ଷା ପ୍ରଦାନ ତଥା ଗବେଷଣା କ୍ଷେତ୍ରରେ ନିରନ୍ତର ଉତ୍କର୍ଷ ପ୍ରତିପାଦନ କରିବା ଦିଗରେ ଅଗ୍ରସର ହୋଇଚାଲିଛି  ନିକଟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କି ଫ୍ରେମ୍‌ୱର୍କ ବା ଏନଆଇଆରଏଫ୍ ର ବିଶ୍ୱବିଦ୍ୟାଳୟ ଉତ୍କର୍ଷ ତାଲିକାରେ ସୋଆ ୧୬ ତମ ସ୍ଥାନରେ ସ୍ଥାନୀତ ହେବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଗବେଷକ ଓ କର୍ମଚାରୀ ମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ଫଳ।

ଏଥି ସହିତ ୟୁନିଭର୍ସିଟି ଗ୍ରାଣ୍ଡସ କମିଶନ ଦ୍ୱାରା ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିଥିବାରୁ ଏହା ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ବିକଶିତ କରିବା ନିମନ୍ତେ ସହାୟକ ହେବ।

ସୋଆର ସ୍ଥାପନା ଦିବସ ଅବସରରେ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋରଞ୍ଜନ ନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁମାନଙ୍କ ନିରବିଚ୍ଛନ୍ନ ପରିଶ୍ରମ ଓ ଅବଦାନ ବିଶ୍ୱବିଦ୍ୟାଳୟକୁ ଏହି ଉପଲବ୍ଧି ଆଣି ଦେଇଛି ସେମାନଙ୍କୁ ଅନ୍ତରର କୃତଜ୍ଞତା ଜଣାଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଆମର ଯାତ୍ରା କେବଳ ଆରମ୍ଭ ହୋଇଛି ଓ ଆଗକୁ ଅନେକ ପଥ ବାକି ରହିଛି। ମୋର ବିଶ୍ୱାସ ସୋଆର ସମସ୍ତ ଶୁଭାକାଂକ୍ଷୀ ମାନଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟ ତାର ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବ।