Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ବାୟୁସେନାରେ କ୍ୟାରିଅର ନିମନ୍ତେ କାଉନସେଲିଙ୍ଗକୁ ଦେଖିଲେ ୫୦ ହଜାର ଦର୍ଶକ

ଭୁବନେଶ୍ୱର: ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ପଦକ୍ଷେପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ. ଆର୍. ସି. ଭିଲେଜରୁ ଭାରତୀୟ ବାୟୁସେନାରେ କ୍ୟାରିଅର ନିମନ୍ତେ କାଉନସେଲିଙ୍ଗ ଶିକ୍ଷା ସଂଯୋଗ ଖୋର୍ଦ୍ଧା ଚ୍ୟାନେଲର ୟୁଟ୍ୟୁବ ମାଧ୍ୟମରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରସ୍ଥିତ ବାୟୁସେନାର ନିଯୁକ୍ତି କେନ୍ଦ୍ର (୯ ଏ. ଏସ୍. ସି., ଭୁବନେଶ୍ୱର )ର ୱିଙ୍ଗ କମାଣ୍ଡର ରାଜଲକ୍ଷ୍ମୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏହି ଲାଇଭ ଷ୍ଟ୍ରିମିଙ୍ଗ ହୋଇଥିଲା।  ଏଥିରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ୫-ଟି ହାଇସ୍କୁଲର ଛାତ୍ରଛାତ୍ରୀ ସ୍ମାର୍ଟ ବୋର୍ଡ଼ ରେ ଦେଖିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅନ୍ୟ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ।

ତତସହିତ ସମସ୍ତ ଶିକ୍ଷା ଅଧିକାରୀ, ଶିକ୍ଷା କର୍ମଚାରୀ, ଅଭିଭାବକ, ପିତାମାତା ତଥା ଶିକ୍ଷା ଅଂଶୀଦାର ମାନଙ୍କୁ ଦେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରାୟ ୨୦୧୨ ଟି ଡିଭାଇସରୁ ପ୍ରାୟ ୫୦ ହଜାର ରୁ ଦର୍ଶକ ଅନଲାଇନରେ ୟୁଟ୍ୟୁବ ଯୋଗେ ଦେଖିଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ. ଆର୍. ସି. ଭିଲେଜର ୟୁଟ୍ୟୁବ ସ୍ଟୁଡ଼ିଓ- ୧ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁ ବେହେରା, ଶିକ୍ଷକ ତୋଫାନ କୁମାର ରାଉତରାୟ ଓ ମନୋଜ କୁମାର ପ୍ରଧାନ ପରିଚାଳନା କରିଥିଲେ।