Categories
ଆଜିର ଖବର ଜାତୀୟ ଖବର

ଖରାପ ପାଗରେ ସମୁଦ୍ରରେ ଫସି ଥିଲେ ମତ୍ସ୍ୟଜୀବୀ, ୩୬ ଲୋକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ବଙ୍ଗୋପସାଗରରେ ଅଟକି ରହିଥିବା ତିନୋଟି ମତ୍ସ୍ୟଜୀବୀ ଜାହାଜକୁ ଭାରତୀୟ ନୌସେନା ଉଦ୍ଧାର କରିଛି। ଏହି ଜାହାଜରେ ଥିବା ୩ ଜଣ ଲୋକ ଗଭୀର ପାଣିରେ ଫସି ରହିଥିଲେ ଏବଂ ସେମାନଙ୍କର ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ଶେଷ ହୋଇଯାଇଥିଲା। ଏପରି ପରିସ୍ଥିତିରେ ସେହି ନାବିକମାନେ ନୌସେନାକୁ ଜରୁରୀକାଳୀନ ସହାୟତା ବାର୍ତ୍ତା ପଠାଇଥିଲେ।

ଏଭଳି ପରିସ୍ଥିତିରେ ନୌସେନା ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲା, କିନ୍ତୁ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ଯୋଗୁଁ ନୌସେନା ପାଖରେ ପହଞ୍ଚିବାକୁ ଦୁଇ ଦିନ ସମୟ ଲାଗିଥିଲା। ଯେତେବେଳେ ନୌସେନା ସେମାନଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ସେଠାରେ ସମୁଦାୟ ୩ ଟି ଜାହାଜ ଥିଲା ଯେଉଁଥିରେ ସମୁଦାୟ ୩୬ ଜଣ ଲୋକ ଥିଲେ। ନୌସେନା ସେହି ସମସ୍ତ ଲୋକଙ୍କୁ ଉଦ୍ଧାର କରିଥିଲା।