Categories
ଆଞ୍ଚଳିକ

ସୋଲରୀ ବାଇପାସରେ ଟ୍ରକ ପଛକୁ ପିଟିଲା ହାଇୱା, ଖଲାସି ଗୁରୁତର

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୋଲରୀ ବାଇପାସ ନିକଟରେ ଟ୍ରକ ପଛରେ ପିଟିହେଲା ହାଇୱା। ଫଳରେ ହାଇୱାର ଖଲାସି ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଗୁରୁତର ଖଲାସୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରତର ଖଲାସୀଙ୍କ ନାମ ସନ୍ତୋଷ କୁମାର ପ୍ରଧାନ। ଘର ନୟାଗଡ଼ ଜିଲ୍ଲା ରାଜ ସୁନାଖଳା ଗ୍ରାମରେ ବୋଲି ଜଣାପଡିଛି।

ଦୁର୍ଘଟଣା ଗ୍ରସ୍ତ ହାଇୱା ଟି ଖୋର୍ଦ୍ଧାରୁ ବ୍ରହ୍ମପୁର ଯାଉଥିଲା। ସୋଲରୀ ବାଇପାସ ନିକଟରେ ଚାଳକଙ୍କ ଆଖି ଲାଖି ଯିବାରୁ ହାଇୱା ଟି ଏକ ଟ୍ରକ ପଛରେ ପିଟି ହୋଇ ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ଯବାନମାନେ ପହଁଚି ଗୁରୁତର ଖଲାସୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପରେ ଖଲସୀଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।