Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଖୋଲିବ ମନ୍ଦିର ! ମନ୍ଦିର ଖୋଲିବା ନେଇ ସଂକେତ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ପ୍ରାୟ 7 ମାସରୁ ଉର୍ଦ୍ଧ୍ବ ହେବ ରାଜ୍ୟର ସମସ୍ତ ମନ୍ଦିର ତଥା ଧାର୍ମିକ ସ୍ଥଳୀ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ମନ୍ଦିରଗୁଡିକ ବନ୍ଦ ରଖାଯାଇଛି । ଅନଲକ୍‌5.0ରେ କେନ୍ଦ୍ର ସରକାର ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ଏବେବି ରାଜ୍ୟରେ ମନ୍ଦିର ଖୋଲା ଯାଇନାହିଁ । ମନ୍ଦିର ଖୋଲିବାକୁ ଅନେକେ ଦାବି ମଧ୍ୟ କରୁଛନ୍ତି । ତେବେ ରାଜ୍ୟରେ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣାଯାଇଛି ।

ରାଜ୍ୟରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଯୋଜନା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ 10 ଦିନରେ ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟୁଇଟ୍‌ କରି ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।