Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ପୋଖରୀରେ ବୁଡି ଯୁବକ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯୁବକଙ୍କ ନାମ କୃଷ୍ଣ ଚନ୍ଦ୍ର ପ୍ରଧାନ (୨୭ ବର୍ଷ) ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମହୁଝର ଗ୍ରାମରେ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୌଚ ହେବା ଲାଗି କୃଷ୍ଣଚନ୍ଦ୍ର ଗାଁ ପୋଖରୀକୁ ଯାଇଥିଲେ। ହେଲେ ସେଠାରେ ତାଙ୍କର ଗୋଡ ଖସି ଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମେଡିକାଲରେ ପୋଲିସ୍ ପହଂଚି ଶବ ଜବତ କରିବା ସହ କେସ ନଂ ୩୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ଏନେଇ ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ: ତୃତୀୟ ଦିବସର ଫଳାଫଳ ଉଦ୍‌ଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗୀ ବୋଲଗଡ଼ ବ୍ଲକ ବଙ୍କଳ ଦଳ ଜଟଣୀ ବ୍ଲକ ବଙ୍କଳ ଦଳଙ୍କୁ ୫-୩ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଜଟଣୀର ବାଳିକା ଦଳ ବୋଲଗଡ଼ର ବାଳିକା ଦଳଙ୍କୁ ୨-୦ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ମହାନଗର ନିଗମ ବାଳିକା ଦଳ ବେଗୁନିଆ ବାଳିକା ଦଳକୁ ୩-୦ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି।

ଆଜି ତୃତୀୟ ଦିବସର ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ଆରକ୍ଷୀ ଅଧିକ୍ଷକଙ୍କ କୁମାର ମଜୁମଦାର୍‌, ଶିକ୍ଷାବିତ୍ କିଶୋର ଚନ୍ଦ୍ର ପରମଗୁରୁ ବ୍ଲକ ଶିକ୍ଷାଧବକାରୀ ଡ଼ଃ ନିରଂଜନ ମହାନ୍ତି, ସଂଧ୍ୟାରାଣୀ ରାଉତ, ସନାତନ ଜାଲି, ଏବଂ ନଳିନୀକାନ୍ତ ମହାନ୍ତି, ଜିଲ୍ଳା କ୍ରୀଡ଼ା ନିରୀକ୍ଷକ ପଠାଣି ଆଗ୍ରାସିଂହ ଆନୁଷ୍ଠାନିକ ଭାବେ ପ୍ରତିଯୋଗିମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।

ଆସନ୍ତା କାଲି ପୂର୍ବାହ୍ନରେ ବାଲିଅନ୍ତା ବ୍ଲକର ଉଭୟ ବଙ୍କଳ ଓ ବାଳିକା ଦଳ ଭୁବନେଶ୍ୱର ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ଭୁବନେଶ୍ୱର ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହେବାକୁ ସ୍ଥିର କରାଯାଇଛି।

ଆସନ୍ତା ତା ୧୬.୧୦.୨୦୨୨ ରିଖରେ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପ୍ରତିଯୋଗିତା କରାଯାଇ ଉଭୟ ବାଳକ ଓ ବାଳିକା ଦଳର ବିଜେତାଙ୍କୁ ଚମ୍ପିୟାନ୍ ସିଲ ଓ ରନର୍ ଅପ୍‌କପ୍ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ପ୍ରଥମ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ପ୍ରଥମ ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉପଭୋକ୍ତା ମାନଙ୍କ ଅଧିକାର ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। ଉପଭୋକ୍ତା ମାନଙ୍କ ଅଧିକାର ଓ ଦାୟିତ୍ବ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକତା ରହିଛି। ବଜାରରୁ ବିଭିନ୍ନ ସାମଗ୍ରୀ କ୍ରୟବେଳେ ଉପଭୋକ୍ତା ମାନେ ଏହାର ମାନ, ଗୁଣବତ୍ତା, ବ୍ୟବହାର୍ଯ୍ୟ ତାରିଖ ଆଦି ଯାଞ୍ଚ କରିବା ନିମନ୍ତେ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଖୋରଧା ମାନ୍ୟବର ବିଧାୟକ ଜ୍ୟୋତିରିନ୍ଦ୍ର ମିତ୍ର ଯୋଗଦେଇ ଉପଭୋକ୍ତା ମାନଙ୍କ ଥିବା ବିଭିନ୍ନ ଅଧିକାର ସଂପର୍କରେ ଆଲୋଚନା କରିଛନ୍ତି। ଖାଉଟି ବଜାରର ପରିସୀମା ସମୟକ୍ରମେ ବ୍ୟାପକ ହେଉଥିବାରୁ ଅନେକ ନକଲି ସାମଗ୍ରୀ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନେ ସଚେତନ ହେବା ନେଇ ମତାବ୍ୟକ୍ତ କରିଥିଲେ। ଖାଉଟି ମାନେ କୌଣସି ସ୍ଥାନରେ ଠକାମିର ଶିକାର ହେଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିପାରିବେ ବୋଲି ଶ୍ରୀ ମିତ୍ର ମତବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ସମସ୍ତ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ। ଉପଭୋକ୍ତା ମାନେ ସାମଗ୍ରୀ କ୍ରୟ ବେଳେ ବୈଧ ରସିଦ ସଂଗ୍ରହ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିଭଳି ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ ଯୋଗଦେଇ ବିଭିନ୍ନ ସାମଗ୍ରୀ କ୍ରୟ ବେଳେ ସରକାରଙ୍କ ପକ୍ଷରୁ ସ୍ବୀକୃତି ଥିବା ଚିହ୍ନକୁ ଯାଞ୍ଚ କରିବା ଆବଶ୍ୟକତା ରହିଥିବା କହିଥିଲେ। ଖାଉଟି ମାନେ ସଚେତନ ହେଲେ ଶଠ ସଂସ୍ଥା ଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଉପସ୍ଥିତ ଏସଡିପିଓ ଦିଲ୍ଲିପ କୁମାର ଦାସ, ବୈଧ ଓଜନ ମାପ ବିଜ୍ଞାନ ଅଧିକାରୀ, ଭାରତୀୟ ତୈଳ ନିଗମ ପ୍ରତିନିଧି, ଓକିଲ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବୁଦ୍ଧିଜିବୀ ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ଓ ସୁରକ୍ଷା ଉପରେ ମଧ୍ୟ ମତବ୍ୟକ୍ତ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

ଖୋର୍ଦ୍ଧା: ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା। ସୂଚନା ଅନୁଯାୟୀ ଶ୍ରୀ ପରିଡ଼ା ଏକ ଧାନ ମିଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜଣେ ବ୍ୟବସାୟୀଙ୍କ ନିକଟରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ। ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଭୁବନେଶ୍ୱର ଭୋଇନଗର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଅବକାରୀ କନେଷ୍ଟବଳ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାରେ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ

ଖୋର୍ଦ୍ଧା: ଅବକାରୀ କନେଷ୍ଟବଳ ନିମନ୍ତେ ତୃତୀୟ ପର୍ଯ୍ୟାୟ ଶାରୀରିକ ଦକ୍ଷତା ପରୀକ୍ଷା ଆଜିଠାରୁ ଅର୍ଜୁନପୁରସ୍ଥିତ ଷଷ୍ଠ ଆଇଆରବି ଏବଂ ୪୧ତମ ଆଇଟିବିପି ବାଟାଲିୟନ ପଡିଆରେ ଆରମ୍ଭ ହୋଇଛି। ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଉକ୍ତ ଦୁଇ ଦିନରେ ମୋଟ ୧୦୪୧ ଜଣ ପ୍ରାର୍ଥୀ ଭାଗ ନେବେ। ସେମାନଙ୍କର ଶାରୀରିକ ଉଚ୍ଚତା, ଓଜନ, ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୌଡି ଚଢିବା ଭଳି ଦକ୍ଷତା ପରୀକ୍ଷା କରାଯାଉଛି। ଏଥିନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି। ପରୀକ୍ଷାର୍ଥୀ ମାନଙ୍କ ନିମନ୍ତେ ଖାଦ୍ୟ, ପାନୀୟ ଓ ବସିବା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ଆଶୁ ଚିକିତ୍ସା, ଅଗ୍ନିଶମ କର୍ମଚାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯାଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଆଇଆରବିଏନ୍ କମାଣ୍ତାଣ୍ଟ ନାରାୟଣ ଦୋରା ସମସ୍ତ ବ୍ୟବସ୍ଥାର ଯାଞ୍ଜ କରିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ଖୋର୍ଦ୍ଧା ଓ ଭୁବନେଶ୍ବର ଅବକାରୀ ଅଧିକ୍ଷକ ଝସକେତନ ବରିହା, ପ୍ରଦୀପ କୁମାର ପଟ୍ଟନାୟକ, ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା ଦାୟିତ୍ବ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୫୨  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୬

ବରଗଡ ଜିଲ୍ଲାରୁ- ୪

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୫

ବୌଦ୍ଧା ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୧୬

ଦେବଗଡ ଜିଲ୍ଲାରୁ-

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୬

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୫

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୮

କେନ୍ଦ୍ରପଡା ଜିଲ୍ଲାରୁ- ୫

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୫୫

କୋରାପୁଟ ଜିଲ୍ଲାରୁ- ୨

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧୧

ନବରଙ୍ଗପୁର ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୧୩

ନୂଆପଡା ଜିଲ୍ଲାରୁ- ୪

ପୁରୀ ଜିଲ୍ଲାରୁ- ୧୩

ରାୟଗଡା ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୧୦

ସୋନପୁର ଜିଲ୍ଲାରୁ- ୮

ସୁନ୍ଦରଗଡ ଜିଲ୍ଲାରୁ- ୪୦

ଷ୍ଟେଟ ପୁଲରୁ- ୧୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୨ ହଜାର ୫୩୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୧ ହଜାର ୮୫୭ ଏବଂ ବର୍ତ୍ତମାନ ୧୪୩୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗ ଦେଲେ ବରିଷ୍ଠ ପ୍ରଶାସକ ସାଫଲ୍ୟ ମଣ୍ଡିତ ପ୍ରଧାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ସାଫଲ୍ୟ ମଣ୍ଡିତ ପ୍ରଧାନ। ଶ୍ରୀ ପ୍ରଧାନ ଏହା ପୁର୍ବରୁ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ପ୍ରଧାନଙ୍କ ପ୍ରଶାସନିକ ଅଧିକାରୀ ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ବେଳେ ବିଭିନ୍ନ ଜିଲ୍ଲାରେ ସେ ସଫଳତାର ସହ ଦାଇତ୍ୱ ନିର୍ବାହ କରିସାରିଛନ୍ତି।

ତେବେ ଖୋର୍ଦ୍ଧାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସ ପଟ୍ଟନାୟକଙ୍କ ଜୁନ ମାସରେ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହେବା ପରେ ଉକ୍ତ ପଦବୀଟି ଖାଲି ପଡିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ: ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୧୦

ବୌଦ୍ଧ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୨୮

ଦେବଗଡ ଜିଲ୍ଲାରୁ- ୨

ଢେଙ୍କାନାଳ ଜିଲ୍ଲାରୁ- ୬

ଗଜପତି ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୬

ଯାଜପୁର ଜିଲ୍ଲାରୁ- ୩

କଳାହାଣ୍ଡି ଜିଲ୍ଲାରୁ- ୧୧

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରପଡା ଜିଲ୍ଲାରୁ- ୭

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୫୬

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୫

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୨୨

ଷ୍ଟେଟ ପୁଲରୁ- ୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୧ ହଜାର ୩୫୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୪୫୦ ଏବଂ ବର୍ତ୍ତମାନ ୧୬୬୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୮ରୁ ଅକ୍ଟୋବର୍ ପହିଲା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ

ଖୋର୍ଦ୍ଧା:  ସ୍ବାଧୀନତାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଅହିଂସା ରଥ ଆସନ୍ତା ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରେ ପହଞ୍ଚିବ। ଓଡିଶାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସଂଗ୍ରାମୀ ଓ ବଳିଦାନର ବାର୍ତ୍ତା ପ୍ରଚାର କରିବ। ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତ ଓ ଏହାର ପ୍ରଭାବ ଏବଂ ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଅବଦାନ ବାର୍ତ୍ତା ବହନ କରୁଥିବା ଅହିଂସା ରଥକୁ ଅଗଷ୍ଟ ୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହିରଥ ରାଜ୍ୟର ସମସ୍ତ ବ୍ଲକ ପରିକ୍ରମା କରି ଆସନ୍ତା ୨ ଦୁଇ ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ବରରେ ପହଞ୍ଚିବ।

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭିନ୍ନ ବ୍ଲକ ପରିକ୍ରମା କରିବ।

ଏଥିନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି।

ପ୍ରଥମେ ଉକ୍ତ ଦୁଇଟି ଅହିଂସା ରଥକୁ ବାଲୁଗାଁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟସ୍ବାଗତ କରାଯିବ। ଏହାପରେ ପ୍ରଥମ ରଥ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ, ଚିଲିକା ବ୍ଲକ, ବାଣପୁର ବିଜ୍ଞାପିତ ଅଞ୍ଚଳ, ବାଣପୁର ବ୍ଲକ, ଟାଙ୍ଗୀ, ବୋଲଗଡ, ବେଗୁନିଆ ଓ ଖୋର୍ଦ୍ଧା ସହର ପରିକ୍ରମା କରିବ। ସେହିଭଳି ଅନ୍ୟ ରଥଟି ଜଟଣୀ ପୌରସଂସ୍ଥା, ଜଟଣୀ ବ୍ଲକ, ବାଲିଅନ୍ତା, ବାଲିପାଟଣା ଏବଂ ଭୁବନେଶ୍ବର ପରିକ୍ରମା କରିବ।

ଏହି ରଥ ଗୁଡିକ ବ୍ଲକ ଓ ବିଜ୍ଞାପିତ କାର୍ଯ୍ୟାଳୟ, ନୋଡ଼ାଲ ହାଇସ୍କୁଲ, ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ଓ ବୋଲଗଡ ଅଞ୍ଚଳ, ଅନ୍ୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ପରିକ୍ରମା କରିବ।

ଏହି ଅବସରରେ ବିଭିନ୍ନ ବ୍ଲକରେ ପହଞ୍ଚିବା ପରେ ଅହିଂସା ରଥକୁ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲର, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବରିଷ୍ଠ ଓ ସାଧାରଣ ନାଗରିକ ଏବଂ ସାଂସ୍କୃତିକ ଦଳ ପ୍ରମୁଖ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ଆଜିର ବୈଠକରେ ୨୦୨୧ ମସିହାରେ ବିଭିନ୍ନ ବ୍ଲକରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ନିମନ୍ତେ ଆବେଦନ କରିଥିବା କଳାକାର ମାନଙ୍କ ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ତଥ୍ୟ ବିଡିଓ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଶ୍ରୀ ପାଢୀ ପରାମର୍ଶ ଦେଇଛନ୍ତି। ଏ ସଂପର୍କରେ ପୂର୍ବରୁ ସମସ୍ତ ବିଡିଓ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୧୮୦୦ ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା: କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଲେ ୧୦୪

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୪

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୫

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୧୪

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୫

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୭

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୦୪

କୋରାପୁଟ ଜିଲ୍ଲାରୁ- ୪

ମୟୂରଭଞ୍ଜ ଜିଲ୍ଲାରୁ- ୨

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୩

ନୂଆପଡା ଜିଲ୍ଲାରୁ- ୪

ପୁରୀ ଜିଲ୍ଲାରୁ- ୭

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୭

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୧୯

ଷ୍ଟେଟ ପୁଲରୁ- ୨୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୮ ହଜାର ୭୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୭ ହଜାର ୪୨ ଏବଂ ବର୍ତ୍ତମାନ ୧୭୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବାଲ୍ୟ ବିବାହ, ଶିଶୁ ଓ ମହିଳା ବିରୋଧି ଅପରାଧ ସଚେତନତା ରଥ ଶୁଭାରମ୍ଭ

ଖୋର୍ଦ୍ଧା: ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି। ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି ଅନେକ କିଶୋରୀ ବାଳିକା। ଖୋର୍ଦ୍ଧା ଜିଲ୍ଲାରେ ଏଭଳି କୁଶ୍ଚିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ହୋଇଛି।

ଏହି ସଚେତନତା ରଥକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ।

ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ବାର୍ତ୍ତା ବହନ କରି ଏହି ସଚେତନତା ରଥ ୫ ଦିନ ଧରି ଜିଲ୍ଲାର ୧୦ଟି ବ୍ଲକ ସହିତ ବିଭିନ୍ନ ସହର ପରିକ୍ରମା କରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆପଦକାଳୀନ ଅଧିକାରୀଣି ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଶିଖା ରାୟ ପୋଦ୍ଦାର, ପରାମର୍ଶଦାତା ଶ୍ବାତୀ ତନ୍ମୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

ଖୋର୍ଦ୍ଧା: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ ଥିଲେ।

ପ୍ରାରମ୍ଭରେ କ୍ରୀଡା ଉପରେ ଏକ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କ୍ରୀଡା ହେଉଛି ଜୀବନର ଆବଶ୍ୟକତା। ଚିତ୍ତ ବିନୋଦନ ସହ ସୁସ୍ଥ ରହିବା ନିମନ୍ତେ କ୍ରୀଡା ହେଉଛି ମହୋଷଧି। ଲକ୍ଷ ହାସଲ ହେଉଛି କ୍ରୀଡାର ମୌଳିକତା ଏବଂ ଯାହାକୁ ପାଥେୟ କରି ଜୀବନରେ ଅନେକ ଶିକ୍ଷଣୀୟ କଥା ଅନୁଭବ କରାଯାଇପାରେ। ଅନେକ ଭଲ ଛାତ୍ର ପାଠପଢା ବ୍ୟତୀତ କ୍ରୀଡାରେ ନିଜର କ୍ୟାରିୟର ଗଠନ କରିବାକୁ ଆଗ୍ରହୀ ହେବା ଅନେକ ଉଜ୍ଜଳ ଉଦାହରଣ ରହିଛି।

ସେହିଭଳି କ୍ରୀଡା କ୍ଷେତ୍ରରେ ଉଭୟ ପୁରୁଷ ଓ ମହିଳାଙ୍କ ସମେତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମାନ ସୁଯୋଗ ରହିଛି। ପୂର୍ବାପେକ୍ଷା ବିଭିନ୍ନ କ୍ରୀଡାର ପରିସର ବ୍ୟାପକ ହେଉଥିବା ଦୃଷ୍ଟିରୁ ପେଶାଦାର ମାନଙ୍କ ପାଇଁ ମଧ୍ୟ ଏହା ସମ୍ମାନ ସହ ରୋଜଗାର ଦେବାର ଏକ ମାଧ୍ୟମ ପାଲଟିଛି। ବିଦ୍ୟାଳୟ ସ୍ତରରୁ କ୍ରୀଡା ଭିତ୍ତିଭୂମି ସୁଦୃଢ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାକୁ ଉପଯୋଗ କରି ଜଣେ ସଫଳ କ୍ରୀଡାବିଦ୍ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡାଧିକାରୀ ଅଜୟ କୁମାର ବେହେରା, ବ୍ଲକ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ, ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ପଠାଣି ଆଗ୍ରା ସିଂ, କ୍ରୀଡା ସମୀକ୍ଷକ ଆଶିଷ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଆପଦକାଳୀନ ଯୋଜନା ଦ୍ବିତୀୟ ଚିଠା ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ବ୍ୟାପକ ରୂପରେଖ ଚୂଡାନ୍ତ କରିବା ପାଇଁ ଦ୍ବିତୀୟ ଚିଠା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ଚିଠା ବୈଠକରୁ ମିଳିଥିବା ମତାମତ ଆଧାରରେ ଆଜି ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲା ପରିସୀମା ଭିତରେ କୌଣସି ବିପର୍ଯ୍ୟୟ ଘଟିଲେ ଏହାର ତତ୍କାଳ ସଫଳ ମୁକାବିଲା କରାଯିବା ନିମନ୍ତେ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଉଛି। ଏ ସଂପର୍କରେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟରେ ପୂର୍ବରୁ ବୁଝାମଣା ହୋଇଛି। ଜିଲ୍ଲାରେ ଥିବା ଶିଳ୍ପ କେନ୍ଦ୍ର ଗୁଡିକରେ ଅଗ୍ନି ନିରୋଧକ ଓ ଗ୍ୟସ ନିର୍ଗମନକୁ ରୋକିବା ପାଇଁ ସଂପୃକ୍ତ ସଂସ୍ଥା ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ସଂସ୍ଥା ପରିସର ବାହାରେ ଦୁର୍ଘଟଣା ଘଟିଲେ କିମ୍ବା ଏହାର ପ୍ରଭାବ ନିକଟସ୍ଥ ଅଞ୍ଚଳରେ ପଡିଲେ ଏହାର କିଭଳି ମୁକାବିଲା କରାଯାଇ ପାରିବ ଏ ସଂପର୍କିତ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ମତାମତ ଲୋଡାଯାଇଛି।

ସେହିଭଳି ଜିଲ୍ଲା ମଧ୍ୟଦେଇ ଆନ୍ତଃ ଜିଲ୍ଲା କିମ୍ବା ଆନ୍ତଃ ରାଜ୍ୟ ପରିବହନ ବେଳେ ବଡ ଧରଣର ଦୁର୍ଘଟଣା କିମ୍ବା ଗ୍ୟାସ ଓ ତୈଳ ନିର୍ଗମନ ଜନିତ ବିପର୍ଯ୍ୟୟ ରୋକିବା ଏବଂ ଏଥି ନିମନ୍ତେ ସଦା ପ୍ରସ୍ତୁତ ରହିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ।

ଆଜିର ବୈଠକରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହ ନିର୍ଦ୍ଦେଶକ ବିଶ୍ବଜିତ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭୋପାଳସ୍ଥିତ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଉପ ନିର୍ଦ୍ଦେଶକ ଡଃ ଅସିତ କୁମାର ପାତ୍ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉକ୍ତ ସଂସ୍ଥାର ବୈଷୟିକ ଅଧିକାରୀ ଅଜୟ ସୂର୍ଯ୍ୟବଂଶୀ, ଓସଡମା ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସେଠୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ ଦାଶ ସହଯୋଗ କରିଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୨୦୬ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୬ ଜଣ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ତେବେ ଆଜି ୨୦୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବରଗଡ ଜିଲ୍ଲାରୁ- ୯

ବଲାଙ୍ଗୀରି ଜିଲ୍ଲାରୁ- ୭

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୧୬

ଦେବଗଡ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୬

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରାପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୪୮

କୋରାପୁଟ ଜିଲ୍ଲାରୁ- ୧୧

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୬

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୬

ନୂଆପଡା ଜିଲ୍ଲାରୁ- ୯

ପୁରୀ ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ- ୧୩

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୩୬

ଷ୍ଟେଟ ପୁଲରୁ- ୧୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୭୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୪ ହଜାର ୫ ଏବଂ ବର୍ତ୍ତମାନ ୨୨୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ : ନଦୀରେ ବୁଡ଼ି ଛାତ୍ର ମୃତ, ସାରା ଅଞ୍ଚଳରେ ଶୋକର ଛାୟା

ଟାଙ୍ଗୀ, (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଶୌଚ ହେବାକୁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ଛାତ୍ର। ସୂଚନା ମୁତାବକ ଟାଙ୍ଗୀ ଥାନା ପାରିଓରଡ ଗ୍ରାମରେ ବାସ କରୁଥିବା ପ୍ରଦୀପ କୁମାର ଶାସମଲଙ୍କ ପୁତ୍ର ଆଶିଷ କୁମାର ଶାସମଲ(୧୪), ନବମ ଶ୍ରେଣୀରେ ପଢୁଥିଲେ।

ତେବେ ଆଜି ଅପରାହ୍ନରେ ଆଶିଷ ନିଜ ଗ୍ରାମରେ ଘରୋଇ ଟ୍ୟୁସନ ପାଇଁ ଯାଇଥିବା ବେଳେ ଶୌଚ ପାଇଁ ସାଙ୍ଗମାନଙ୍କ ସହ ନିକଟସ୍ଥ କୁସୁମୀ ନଦୀକୁ ଯାଇଥିଲେ। ନଦୀ ଜଳରେ ଶୌଚ ହେବା ସମୟରେ ହଠାତ ଆଶିଷ ନଦୀର ଗଭୀର ଜଳରେ ଭାସିଯାଇଥିଲେ ଏବଂ ହୁଳହୁଳା ଗଣ୍ଡରେ ବୁଡ଼ି ଯାଇଥିଲେ।

ଅନ୍ୟ ଛାତ୍ରମାନେ ଗ୍ରାମବାସୀଙ୍କୁ ଏ ନେଇ ଖବର ଦେବା ପରେ ଗ୍ରାମବାସୀ ଦିର୍ଘ ସମୟ ଧରି ହୁଳୁହୁଳା ଗଣ୍ଡରେ ଖୋଜିବାପରେ ଆଶିଷଙ୍କୁ ଠାବ କରିଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ ମେଧାବୀ ଛାତ୍ର ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଖଣି ମାଫିଆ ଓ ନିଶା ବେପାରୀଙ୍କ ଅଣ୍ଟା ଭାଙ୍ଗୁଛି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ଏବଂ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢ଼ୁଥିବା ବେଳେ ଏହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। କିଛି ଦିନ ତଳେ ଜିଲ୍ଲାରେ ନିଶା ବେପାର ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଠପ କରିବା ପାଇଁ ଜିଲ୍ଲାପାଳ, ଏସପି ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହାର ନେତୃତ୍ଵ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ନେଉଛନ୍ତି। ଟିମ ଗଠନ ହେବାର ମାତ୍ର ପନ୍ଦର ଦିନ ହୋଇଥିବା ବେଳେ ଏହାର ସୁଫଳ ଜିଲ୍ଲାରେ ଦେଖିବାକୁ ମିଳୁଛି।

ଜିଲ୍ଲାର ଶ୍ରଦ୍ଧାପୂର, କୁମାରବସ୍ତ, ବଡ଼ପୋଖରୀଆ, କମାଗୁରୁ, ଓଳସିଂହ ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ସ୍ୱତନ୍ତ୍ର ଟିମ ନିରନ୍ତର ଭାବେ ଉକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗତକାଲି ଜଙ୍କିଆ ଥାନା ଓଳସିଂହ ସ୍ଥିତ ଓରାଙ୍ଗ ଖଣିରେ ଇନ୍ସପେକ୍ଟର ଦାସ ଚଢ଼ାଉ କରି ୩ ଗୋଟି ଜେସିବି, ୪ ଗୋଟି ପାୱାରଟିଲର ଏବଂ ୨ ଗୋଟି ଟ୍ରାକ୍ଟର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏ ସଂକ୍ରାନ୍ତରେ ଜଙ୍କିଆ ଥାନାରେ ଚାରି ଗୋଟି ମାମଲା ରୁଜୁ ହୋଇଛି।

ସୂଚନା ଥାଉକି ଅଦ୍ୟାବଧି ସ୍ୱତନ୍ତ୍ର ଟିମ ଦ୍ୱାରା ଜିଲ୍ଲାରେ ୭ ଗୋଟି ବ୍ରାଉନ ସୁଗାର ମାମଲା ଠାବ ହେବା ସହ ୨୫ ଗୋଟି ଟ୍ରକ ଏବଂ ଟ୍ରାକ୍ଟର, ୮ ଗୋଟି ଜେସିବି ଏବଂ ଏକାଧିକ ଷ୍ଟୋନ କଟର ମେସିନ ଜବତ ହେବା ସହ ୧୦ ରୁ ଉର୍ଦ୍ଧ୍ଵ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଖଣି ମାଫିଆ ଓ ନିଶା ବେପାରିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର ଏପରି କଠୋର କାର୍ଯ୍ୟାନୁଷ୍ଠାନରେ ଅପରାଧୀଙ୍କ ମନରେ ଛନକା ପଶିଯାଇଛି। ଜିଲାରୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଏବଂ ବ୍ରାଉନ ସୁଗାର ବେପାରକୁ ମୁଳୋତ୍ପାଟନ କରିବା ଦିଗରେ ଜିଲ୍ଲା ପୋଲିସ ଅହରହ କାମ କରୁଛି।

ଅନୁରୂପ ଭାବେ ଯଦି ଜିଲ୍ଲାର କୌଣସି ସ୍ଥାନରେ ବ୍ରାଉନ ସୁଗାର କାରବାର ଅବା ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥୁବାର କେହି ଜିଲ୍ଲାବାସି ଜାଣନ୍ତି ତେବେ ଏ ନେଇ ସଙ୍ଗେସଙ୍ଗେ ଜିଲ୍ଲା ପୋଲିସକୁ ସୂଚନା ଦେବା ପାଇଁ ଏସପି ଅପିଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୪୭୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୭୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୯

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୯୪

ଗଜପତି ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୨୨୧

ମୟୂରଭଞ୍ଜ ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୧୭

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୯

ସୋନପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୨୪

ଷ୍ଟେଟ ପୁଲରୁ- ୫୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୪୧୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୫୦ ଏବଂ ବର୍ତ୍ତମାନ ୨୪୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ବଡ ଧରଣର ଅଦଳବଦଳ: ଜାଣନ୍ତୁ କେଉଁ ଥାନାର କିଏ ନେଲେ ଦାୟିତ୍ଵ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ବହୁ ଥାନାର ଥାନାଧିକାରୀଙ୍କ ସମେତ ଏସଆଇ ଏବଂ ଏଏସଆଇଙ୍କ ବଦଳି ହୋଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

୧- ବାଣପୁର ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କୁ ବୋଲଗଡ଼ ଥାନା ଦାୟିତ୍ଵ।

୨- ଜଙ୍କିଆ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ଟାଙ୍ଗୀ ଥାନା ଦାୟିତ୍ଵ।

୩- ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କୁ ଜଙ୍କିଆ ଥାନା ଦାୟିତ୍ଵ।

୪- ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କୁ ଖୋର୍ଦ୍ଧା ସଦର ଥାନା ଦାୟିତ୍ଵ।

୫- ବାଘମାରି ଥାନା ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ।

୬- ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କୁ ବାଘମାରି ଥାନା ଦାୟିତ୍ଵ।

୭- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶମ୍ଭୁନାଥ ନାୟକଙ୍କୁ ବେଗୁନିଆ ଅତିରିକ୍ତ ଆଇଆଇସି ଦାୟିତ୍ଵ।

୮- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଅମରେନ୍ଦ୍ର ଦାସଙ୍କୁ ଜିଲ୍ଲା ଡ଼ିସିଆରବି ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ତେବେ ବାଣପୁର ଥାନା ଦାଇତ୍ୱ ଅତିରିକ୍ତ ଆଇଆଇସି କାଁହୁ ଚରଣ ସ୍ୱାଇଁ ସମ୍ଭାଳିବେ।

ସେହିପରି ଭାବେ ସଦର ଥାନା ଏସଆଇ ପବିତ୍ର ମୋହନ ପ୍ରଧାନଙ୍କୁ ବାଲୁଗାଁ ଏସଆଇ, ବାଙ୍କୋଇ ଫାଣ୍ଡି ଏସଆଇ ବିନାୟକ ମନ୍ତ୍ରୀଙ୍କୁ ନିରାକାରପୁର ଥାନା, ବାଲୁଗାଁ ଥାନା ଏସଆଇ ଲିଲି ପାଢ଼ୀଙ୍କୁ ବୋଲଗଡ ଥାନା, ବୋଲଗଡ଼ ଏସଆଇ ସୁଜାତା ପଲାଇଙ୍କୁ ଟାଙ୍ଗୀ ଥାନା, ଟାଉନ ଥାନା ଏସଆଇ ବିଜୟ ଜେନାଙ୍କୁ ସଦର ଥାନା, ସଦର ଥାନା ଏଏସଆଇ ଶ୍ରୀମତୀ ମଲ୍ଲକଙ୍କୁ ବାଣପୁର ଥାନା, ଟାଉନ ଥାନା ଏଏସଆଇ ଅକ୍ଷୟ ସେଠିଙ୍କୁ ଶିଳ୍ପାଞ୍ଚଳ ଫାଣ୍ଡି, ବାଘମାରି ଥାନା ଏଏସଆଇ ପୁରୁଷୋତ୍ତମ ସାହୁଙ୍କୁ ଡ଼ିଆଇବି ଖୋର୍ଦ୍ଧା, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନଙ୍କୁ ବାଙ୍କୋଇ ଫାଣ୍ଡି, ରିଜର୍ଭ ଏଏସଆଇ ଏଲଡ଼ି ପଣ୍ଡାଙ୍କୁ ବାଣପୁର ଥାନା, ସିକୋ ଫାଣ୍ଡି ଏଏସଆଇ ପ୍ରମୋଦ କୁମାର ଦଳାଇଙ୍କୁ ଜଙ୍କିଆ ଥାନା, ନିରାକାରପୁର ଥାନା ଏଏସଆଇ ପ୍ରଗତି କୁମାର ଛାଟୋଇଙ୍କୁ ବୋଲଗଡ ଥାନା ଏବଂ ବାଣପୁର ଥାନା ଏଏସଆଇ ରମାକାନ୍ତ ପୁହାଣଙ୍କୁ ବାଘମାରି ଥାନାକୁ ବଦଳି କରାଯାଇଛି କରାଯାଇଛି। ସମସ୍ତ ଅଧିକାରି ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦେଶ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଓକିଲଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାର ସମସ୍ତ ଓକିଲ ସଂଘ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ତେଜୁଛି ଓକିଲଙ୍କୁ ଆକ୍ରମଣକାରୀଙ୍କ ଗିରଫ ଦାବି। ସମର୍ଥନ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓକିଲ ସଂଘ। ଚଳିତ ମାସ ୧୭ ତାରିଖ ଦିନ ବାଣପୁର କୋର୍ଟ ପରିସରରେ ବାଣପୁର ଓକିଲ ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକଙ୍କୁ ସ୍ଥାନୀୟ ଗାଲୁଆ ପଞ୍ଚାୟତ ସରପଞ୍ଚ କୋର୍ଟ ପରିସରରେ ମାଡ଼ ମାରିବା ସହ ସମୂହ ଓକିଲ ସଂଘକୁ ଗାଳିଗୁଲଜ କରିଥିବାର ବାଣପୁର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅନୁରୂପ ଭାବେ ସରପଞ୍ଚଙ୍କ ସମର୍ଥକଙ୍କ ପକ୍ଷରୁ ମଧ୍ୟ ଏକାଧିକ ଓକିଲଙ୍କ ବିରୋଧରେ ଏକ ପାଲଟା ଅଭିଯୋଗ କରାଯାଇଥିଲା।

ତେବେ ପୋଲିସ ଉଭୟ କେଶ ରୁଜୁ କରିଥିବା ବେଳେ ଓକିଲମାନେ ସୋମବାର ଠାରୁ ବାଣପୁର କୋର୍ଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ବାଣପୁରର ଉଭୟ କୋର୍ଟ କାର୍ଯ୍ୟ ଆଜିକୁ ମିଶାଇ ଚାରି ଦିନ ହେଲା ଅଚଳ ଅଛି। ଓକିଲଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଗିରଫଦାରୀ ଦାବି ନେଇ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ସେହିଭଳି ଆଜି ବାଣପୁର ଓକିଲ ସଂଘର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳି ଭୁବନେଶ୍ୱର ଜିଲ୍ଲା ଜଜ ଓ ଖୋର୍ଦ୍ଧା ଏସପିଙ୍କୁ ଭେଟି ଉକ୍ତ ବିଷୟରେ ଅବଗତ କରାଇବା ସହ ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ ଏବଂ କୋର୍ଟ ପରିସରରେ ଓକିଲମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ଜିଲ୍ଲା ଜଜ ଓକିଲମାନଙ୍କ ସୁରକ୍ଷା ପାଇଁ କୋର୍ଟ ପରିସରରେ ଦୁଇ ଜଣ ପୋଲିସ କର୍ମୀ ମୁତୟନ ହେବେ ବୋଲି କହିଥିବା ବେଳେ ଅତିରିକ୍ତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ଏସପି କହିଛନ୍ତି।

ତେବେ ବାଣପୁର ଓକିଲ ସଂଘର ଉକ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ସମସ୍ତ ଓକିଲ ସଂଘ। ଆଜିଠାରୁ ଚିଲିକା ଓକିଲ ସଂଘ ସ୍ଥାନୀୟ କୋର୍ଟକୁ ତିନି ଦିନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଗକୁ ଟାଙ୍ଗୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ସେମାନଙ୍କ ସ୍ଥାନୀୟ କୋର୍ଟକୁ ବନ୍ଦ ରଖିବେ ବୋଲି ସମସ୍ତ ବାର ଆସୋସିଏସନର କର୍ମକର୍ତ୍ତା କହିଛନ୍ତି।

ତତସହିତ କୋର୍ଟ ପରିସରରେ ଓକିଲଙ୍କୁ ଆକ୍ରମଣ ଏବଂ ଗାଳିଗୁଲଜ କରିବା ଏକ ସାଙ୍ଘାତିକ ଅପରାଧ ଏବଂ ଏହାକୁ ଜିଲ୍ଲାର ସମସ୍ତ ବାର ଦୃଢ଼ଭାବେ ନିନ୍ଦା କରିବା ସହ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବାଣପୁର ଓକିଲ ସଂଘ ସଭାପତି ପ୍ରଭାତ ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନ ପାଇଁ ହେଲା ସରକାରୀ ଛୁଟି ଘୋଷଣା

ଭୁବନେଶ୍ବର: ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଶେଷ ରଜ (ଭୂଦାହ) ଜୁନ – ୧୬ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରଜ ପର୍ବ ଉପଲକ୍ଷେ ଜୁନ ୧୪ ତାରିଖ,୧୫ ତାରିଖ ସରକାରୀ ଛୁଟି ରହିଛି । ବର୍ତ୍ତମାନ ଲଗାତର ତିନିଦିନ ପାଇଁ ଛୁଟି ଘୋଷଣା କରାଗଲା।

ପ୍ରକାଶ ଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା – ୩୪୫୭୮ ତା ୧୭.୧୧.୨୦୨୧ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବିଜ୍ଞପ୍ତି ନମ୍ବର – ୧୮୨୫ ତା ୨୧.୦୨.୨୦୨୨ ଅନୁସାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ରାଜସ୍ୱ ଆୟୁକ୍ତ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦ୍ଧିଷ୍ଟ ଜିଲ୍ଲାରେ ଗୋଟିଏ ଦିନ ସରକାରୀ ସ୍ଥାନୀୟ ଛୁଟି ଘୋଷଣା କରିଥା’ନ୍ତି ।

ଏହି ଆଧାରରେ ଆଗାମୀ ଜୁନ ୧୬ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି।