Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ

January 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ତରରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଅଛି। ଏହା ୨୦୧୧ ମସିହାରୁ ପ୍ରତିବର୍ଷ ଜାନୁୟାରୀ ୨୫ ତାରିଖ ଦିନ ପାଳନ କରାଯାଇ ଆସୁଅଛି। ଭାରତର ନିର୍ବାଚନ କମିଶନ ତା ୨୫/୦୧/୧୯୫୦ ମସିହାରେ ଗଠନ ହୋଇଥିଲା। ଏହି ଗଠନ ଦିବସକୁ ସ୍ମରଣ କରାଯାଇ ନୂଆ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରିବା ଓ ଭୋଟ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏହି ଦିନ ଟିକୁ ଜାତୀୟ ମତଦାତା ଦିବସ ଭାବରେ ପାଳନ କରାଯାଏ।

ଏହି ପରିପ୍ରେକ୍ଷୀରେ ଡିବା ୯ ଘଟିକା ସମୟରେ  ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟ।ଳୟରୁ ବାହାରି ପୋଲିସ ସୁରକ୍ଷା ସହିତ ଏକ କିଲୋମିଟର ପଲାହାଟ ଛକ ପର୍ଯ୍ୟନ୍ତ ଯାତ୍ରା କରି ପୁନଶ୍ଚ ସମସ୍ତେ ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷକୁ ଫେରି ଆସିଲେ। ପଦଯାତ୍ରାରେ ଛାତ୍ର ଛାତ୍ରୀ, ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଉପ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଓ ଅନ୍ୟମାନେ ସାମିଲ ହୋଇଥିଲେ। ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର, ପୋଷ୍ଟର ବ୍ୟବହାର କରାଯାଇ ଥିଲା।

ପଦଯାତ୍ରା ସମାପ୍ତ ହେଲା ପରେ  ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷରେ ଏକ ସଭା ଆୟୋଜନ କରାଯାଇ ଥିଲା। ଏହି ସଭାରେ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇ ଥିଲେ। ଉପସ୍ଥିତ ଅଧିକାରୀଙ୍କ ଅଭିଭାଷଣ ପରେ ନୂଆ ପଞ୍ଜୀକୃତ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରି ଭୋଟ ପରିଚୟ ପତ୍ର  ପ୍ରଦାନ କରା ଯାଇଥିଲା। ତାହାପରେ ଜିଲ୍ଲା ସ୍ତରରେ ନିର୍ବାଚନ ସମ୍ବନ୍ଧିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇ ଥିଲା ଓ ଭୋଟର ତାଲିକା  ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ, ୨୦୨୪ ରେ  ଭଲ ପ୍ରଦର୍ଶିତ କରିଥିବା ASSISTANT ELECTORAL REGISTRATION OFFICER, BOOTH LEVEL OFFICER, BLO SUPERVISOR ମାନଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଗଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରା ଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ଜାତୀୟ ମତଦାତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.