Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, କମିଟ ସଦସ୍ୟଙ୍କ ଭିତରକୁ ଯିବା ପାଇଁ ପ୍ରଚେଷ୍ଠା

ପୁରୀ: ଶେଷରେ ବହୁ ବାଦବିବାଦ ପରେ ଖୋଲିଛି ରତ୍ନ ଭଣ୍ଡାର। ପ୍ରଥମେ ଶ୍ରୀଲୋକନାଥଙ୍କ ନିକଟରେ କରାଯାଇଥିଲା ପୂଜାପାଠ। ଏହାପରେ ମା ବିମଳା ଏବଂ ମା ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆସିବା ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଛି। ଏହା ନିର୍ଦ୍ଧାରିତ ସମୟ ୧ ଟା ୨୮ ମିନଟରେ ଖୋଲିବା ପରେ ବାହାର ରତ୍ନ ଭଣ୍ଡାରକୁ ତଦାରଖ କରିଛନ୍ତି କମିଟ।

ବାହାର ରତ୍ନ ଭଣ୍ଡାର ବିଭିନ୍ନ ସମୟରେ ପ୍ରଭୃ ସୁନାବେଶ ବେଳ ଖୋଲାଯାଇଥାଏ। ଏହାର ତିନୋଟି ତାଲା ରହିଛି। ଏହି ତିନୋଟି ତାଲାର ତିନୋଟି ଚାବି ତିନି ଜଣଙ୍କ ପାଖରେ ଥାଏ। ଗୋଟିଏ ଗଜପତି ମହାରାଜା, ଗୋଟିଏ ଶ୍ରୀମନ୍ଦିର ପ୍ରଶାସକ ଏବଂ ଆଉ ଏକ ଚାବି ଭଣ୍ଡାର ମେକାପଙ୍କ ପାଖରେ ରହେ।

ଏହାପରେ ଭିତର ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାଶ ଆରମ୍ଭ ହୋଇଥିବାର ଜଣାପଡିଛି। ସେହି ଭିତର ରତ୍ନଭଣ୍ଡାରେ କଣ ରହିଛି ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ରତ୍ନ ଭଣ୍ଡାର ଖୋଲିବା ପ୍ରସ୍ତୁତି, ଦିନ ୧ ଟା ୨୮ ମିନିଟ ପରେ ଶୁଭ ମୁହୁର୍ତ୍ତ, ଜଗି ରହିବେ ସାପ ଧରାଳି

ପୁରୀ: ଆଜି ଖୋଲାଯିବ ମହାପ୍ରଭୃଙ୍କ ରତ୍ନ ଭଣ୍ଡାର। ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ନେଇ ଆଜି ସକାଳେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟ ବୈଠକ ବସିଯାଇଛି। ଏଥିରେ ଆଜି ଦିନ ୧ ଟା ୨୮ ମିନଟ ପରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ନିଷ୍ପତି କରାଯାଇଛି।

ତେବେ ତା ପୂର୍ବରୁ ମନ୍ଦିର ଭିତରେ ରତ୍ନ ଭଣ୍ଡାର ନିକଟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହି ଅନୁସାରେ ମନ୍ଦିର ଭିତରକୁ ଓଡ୍ରାଫ ଟିମ ଏବଂ ସାପ ଧରାଳି ପ୍ରବେଶ କରିଛନ୍ତି। ସେହିପରି ତାଲା ନିର୍ମାଣକାରୀଙ୍କୁ ମଧ୍ୟ ସେଠାରେ ନିୟୋଜିତ କରାଯାଇଛି। ଓଡ୍ରାଫ ଟିମ ହାଇମାକ୍ସ ଲାଇଟ୍ ସହିତ ବିଭିନ୍ନ ଯନ୍ତ୍ରପାତି ଏବଂ କ୍ୟାମେରା ଧରି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେଠାରେ ସେମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଏହି ରତ୍ନ ଭଣ୍ଡାର ଖୋଲିବା ପାଇଁ ୧୧ ଜଣ ନିୟୋଜିତ ରହିବେ। ସେଥିମଧ୍ୟରେ ତଦାରଖ କମିଟରୁ ଦୁଇ ଜଣ ଯିବେ। ସେମାନେ ହେଲେ ଖୋଦ ତଦାରଖ କମିଟର ଅଧକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏବଂ ଡାକ୍ତର ସି ବି କେ ମହାନ୍ତି। ସେହିପରି ଖୋଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏଏସଆଇର ସୁପରିଟେଣ୍ଡଣ୍ଟ, ଭଣ୍ଡାର ମେକପ ସେବାୟତ ସହିତ ଭଣ୍ଡାର ସଂପର୍କିତ କେତେକ ସେବାୟତ ରହିବେ।

ତେବେ ନିଷ୍ପତି ଅନୁସାରେ ଜିଲ୍ଲାପାଳ ଭଣ୍ଡାରଘର ଚାବି ଏହି କମିଟକୁ ହସ୍ତାନ୍ତର କରିବେ। ନିର୍ଦ୍ଧାରିତ ଶୁଭ ବେଳା ୧ ଟା ୨୮ ପରେ ସେହି ଚାବିରେ ଭଣ୍ଡାରଘର ଖୋଲାଯିବ। ସେଥିରେ ତାଲା ଖୋଲିଲେ କମିଟ ସଦସ୍ୟ ଭିତରକୁ ଯିବେ। ଯଦି ତାଲା ନ ଖୋଲେ ତେବେ ସେହି ତାଲା ଭାଙ୍ଗିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବେ। ସେହି ଅନୁସାରେ ସେଠାରେ ଉପସ୍ଥିତ ଥିବା ତାଲା ନିର୍ମାଣକାରୀ ତାଲା ଭାଙ୍ଗିବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାରେ ଥିବା ସମସ୍ତ ଜିନିଷକୁ ବାହାରକୁ ବାହାର କରାଯିବ। ସେସବୁକୁ ମନ୍ଦିର ଭିତରେ ଗୋଟିଏ ସ୍ଥାନରେ ରଖାଯିବ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କ ତରଫରୁ ଛଅଟି କାଠର ସିନ୍ଧୁକ ନିର୍ମାଣ କରାଯାଇଛି। ସେଗୁଡିକ ମନ୍ଦିର ଭିତରକୁ ପ୍ରବେଶ କରାଯାଇଛି। ସେହି କାଠର ସିନ୍ଧୁକରେ ସମସ୍ତ ଜିନିଷ କଡା ସୁରକ୍ଷା ମଧ୍ୟରେ ରଖାଯିବ।

ଏହା ପୂର୍ବରୁ ଆଜି ସକାଳେ ଶ୍ରୀଲୋକନାଥଙ୍କଠାରୁ ଆଜ୍ଞାମାଳ ଆସିଛି। ପୁରାଣ ଅନୁସାରେ ଶ୍ରୀଲୋକନାଥ ଭଣ୍ଡାର ଘରର ଦାୟିତ୍ବରେ ରହିଛନ୍ତି। ସେବାୟତମାନେ ଶ୍ରୀଲୋକନାଥଙ୍କ ନିକଟକୁ ଯାଇ ସେଠାରୁ ଆଜ୍ଞାମାଳ ଅଣାଯାଇ ଭଣ୍ଡାର ଘର ସମ୍ମୁଖରେ ପୂଜାପାଠ କରାଯାଇଛି। ମନ୍ଦିର ଭିତରେ ଥିବା ଭଣ୍ଡାର ଘର ସମ୍ମୁଖରେ ମଧ୍ୟ ଶ୍ରୀଲୋକନାଥ ମନ୍ଦିର ରହିଛି। ସେଠାରେ ଏହି ପୂଜାପାଠ କରାଯାଇଛି।