Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ବେଳା ଭୂମିରେ ବାଲୁକା କଳା କଲେ ଶିଳ୍ପୀ ମାନସ ସାହୁ

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଙ୍କ ୧୩ତମ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ 22 ଡ଼ିସେମ୍ବର ରୁ ଲୋକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି। ଏହା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ଟି ପୁରୀ ଲାଇଟ ହାଉସ ବଳିଆ ପଣ୍ଡା ବେଳାଭୂମି ଠାରେ ଅବସ୍ଥିତ।ଏଠାରେ ବର୍ଷ ସାରା ଦର୍ଶକ ମାନେ ବିନା ମୂଲ୍ୟ ରେ ସ୍ୟାଣ୍ଡ ଆର୍ଟ କୁ ଦେଖିପାରିବେ

ସବୁ ବର୍ଷ ଭଳି ଏବର୍ଷ ଖ୍ରୀଷ୍ଟମାସରେ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋ୍ପିୟାନ ଢାଞ୍ଚା ର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି। ଭାରତ ର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ। ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି।

ପ୍ରଥମ ଥିମରେ ବାଲୁକା କଳାରେ ସୁଦୂର ସହରରୁ ଛୋଟ ପିଲା ଦୁଇଟି ଟାଇମ ମେସିନ ଦ୍ୱାରା 2074 ରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦେଖିବା ପାଇଁ ଆସିଛନ୍ତି। 50 ବର୍ଷ ପରେ ପୁରୀ ର ଦୃଶ୍ୟ କେତେ ମନୋହର ହୋଇ ପାରିଛି ତାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି।

ସେହିପରି ଦ୍ୱିତୀୟ ବାଲୁକା କଳାରେ ସେ ପରିବେଶ ସୁରକ୍ଷା ଭିର୍ତ୍ତିକ ବାଲୁକା କଳା ନିର୍ମାଣ କରି ଜଳ ସଂରକ୍ଷଣ ର ବାର୍ତ୍ତା ଦେଇ ଏକ ସୁନ୍ଦର ଜଳ ରାଣୀଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଜଳ ବିନା ବଞ୍ଚିବା ଅତ୍ୟନ୍ତ କଠିନ ଜଳ ହିଁ ଜୀବନ। ଜଳ କୁ ନଷ୍ଟ ନ କରି ଜଳ କୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତ କୁ ସୁଦୃଢ କରନ୍ତୁ ର ବାର୍ତ୍ତା ଦେଇଛନ୍ତି।