Categories
ଆଜିର ଖବର ଜାତୀୟ ଖବର

ଜାଣନ୍ତୁ କେତେ ଉଚ୍ଚତା ହେବ ଅଯୋଧ୍ୟା ରାମ ମନ୍ଦିର, ରହିବ କେତୋଟି ଗଂବୁଜ

ଅଯୋଧ୍ୟା (ଉତ୍ତର ପ୍ରଦେଶ), ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ଉଚ୍ଚତା 161 ଫୁଟ ରହିବ। ଏହାର ପାଞ୍ଚଟି ଗଂବୁଜ ରହିବ। ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ବସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ ଟ୍ରଷ୍ଟ ବୈଠକରେ ଏହା ନିଷ୍ପତ୍ତି ହୋଇଛି।

ଗତକାଲି ମହନ୍ତ ନୃତ୍ୟ ଗୋପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଟ୍ରଷ୍ଟର ସଦସ୍ୟ କାମେଶ୍ବର ଚୌପାଲ କହିଛନ୍ତି ମନ୍ଦିର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ଅଗଷ୍ଟ 3 କିମ୍ବା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିପାରନ୍ତି।

ମନ୍ଦିର ନିର୍ମଣ କିପରି ହେବ ଏହାର କଣ ଡିଜାଇନ ରହିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ ଦେଇଥିବା ନକସା ଆକାରରେ ମନ୍ଦିର ନିର୍ମାଣ ହେବ। କିନ୍ତୁ ଏହାର ଲମ୍ବା, ଚୌଡ଼ା, ଉଚ୍ଚତାରେ ବୃଦ୍ଧି କରାଯିବ। ମନ୍ଦିର ନିର୍ମାଣ ସାରିବା ପାଇଁ ପାଖାପାଖି ସାଢେ 3 ବର୍ଷ ଲାଗିଯିବ।