Categories
ଜାତୀୟ ଖବର ବିଶେଷ ଖବର

‘ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ର ସହିତ ବହୁ ସ୍ତରୀୟ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ର ଆରମ୍ଭ କରିଛନ୍ତି। ରେଳ ଏବଂ ସଡକ ସମେତ ୧୬ ଟି ମନ୍ତ୍ରଣାଳୟକୁ ସଂଯୋଗ କରୁଥିବା ଏହା ଏକ ଡିଜିଟାଲ୍ ପ୍ଲାଟଫର୍ମ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି ଯେ, ଏହି ଜାତୀୟ ମାଷ୍ଟରପ୍ଲାନ ଏକବିଂଶ ଶତାବ୍ଦୀର ଭାରତକୁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ସହିତ ଆମେ ଆଗାମୀ ୨୫ ବର୍ଷ ପାଇଁ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରୁଛୁ। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭାରତର ଆତ୍ମବଳ, ଆତ୍ମବିଶ୍ୱାସକୁ ଆତ୍ମନିର୍ଭରଶୀଳତାର ସଂକଲ୍ପ ପର୍ଯ୍ୟନ୍ତ ପହଞ୍ଚାଇବ। ଏହି ନ୍ୟାସନାଲ ମାଷ୍ଟରପ୍ଲାନ ଏକବିଂଶ ଶତାବ୍ଦୀର ଭାରତକୁ ପ୍ରେରଣା ଯୋଗାଇବ। ସେ କହିଛନ୍ତି, “ଆଜି ଦୁର୍ଗାଷ୍ଟାମି। ଶକ୍ତି ସ୍ୱରୂପଙ୍କୁ ଆଜି ସାରା ଦେଶରେ ପୂଜା କରାଯାଉଛି। ଶକ୍ତିଙ୍କୁ ପୂଜା କରିବାର ଏହି ଉତ୍ତମ ଉତ୍ସବରେ ଦେଶର ପ୍ରଗତିର ଗତିକୁ ଶକ୍ତି ଦେବା ପାଇଁ ଶୁଭ କାର୍ଯ୍ୟ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଏକବିଂଶ ଶତାବ୍ଦୀର ଭାରତ ସରକାରୀ ବ୍ୟବସ୍ଥାର ସେହି ପୁରୁଣା ଚିନ୍ତାଧାରାକୁ ଛାଡି ଆଗକୁ ବଢୁଛି। ଆଜିର ମନ୍ତ୍ର ହେଉଛି ପ୍ରଗତି ପାଇଁ ଇଚ୍ଛା, ପ୍ରଗତି ପାଇଁ କାର୍ଯ୍ୟ, ପ୍ରଗତି ପାଇଁ ଧନ, ପ୍ରଗତି ପାଇଁ ଯୋଜନା, ପ୍ରଗତି ପାଇଁ ପସନ୍ଦ।

ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆମ ଦେଶରେ ଭିତ୍ତିଭୂମି ପ୍ରସଙ୍ଗ ଆଲୋଚନା କରିବା ଅଧିକାଂଶ ରାଜନୈତିକ ଦଳର ପ୍ରାଥମିକତାଠାରୁ ବହୁ ଦୂରରେ ରହିଛି। ଏହା ତାଙ୍କ ଘୋଷଣା ପତ୍ରରେ ମଧ୍ୟ ଦୃଶ୍ୟମାନ ହୁଏ ନାହିଁ। ବର୍ତ୍ତମାନ କିଛି ରାଜନୈତିକ ଦଳ ଦେଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣକୁ ସମାଲୋଚନା କରି ଗର୍ବିତ ହୁଅନ୍ତି।