Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗାଡ଼ି ଭଙ୍ଗାରୁଜା କରିବା ସହ ଟ୍ରାଭେଲସ୍ ଏଜେନ୍ସି ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ହିଲପାଟଣା ମୁଖ୍ୟ ରାସ୍ତାରେ କିଛି ଯୁବକ ଅଚାନକ ଆସି ଗୋଟିଏ ଟ୍ରାଭେଲ୍ସ ଏଜେନ୍ସି ଦୋକାନ ବାହାରେ ଥିବା ଏକ ମୋଟରସାଇକେଲକୁ ବିଭିନ୍ନ ମାରଣାସ୍ତ୍ର ଧରି ଭାଙ୍ଗୁଥିଲେ। ଏହି ସମୟରେ ଦୋକାନ ମାଲିକ ଗାଡ଼ି ଭଙ୍ଗାରୁଜା କରୁଥିବା ଯୁବକ ମାନଙ୍କୁ ଆପତ୍ତି କରିବାରୁ ଉକ୍ତ ଯୁବକ ମାନେ ଧାରୁଆ ଅସ୍ତ୍ରରେ ଦୋକାନ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ସୁଦର୍ଶନ ଦାସ ଓ ହରିହର ପାଣିଗ୍ରାହୀ ପ୍ରମୁଖ ଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିବା ସହ ଆକ୍ରମଣକାରୀ ଯୁବକ ମୁକେଶ ସାହୁ ସମେତ ୩ ଯୁବକକୁ ଥାନାରେ ଅଟକ ରଖି ଜେରା କରୁଛନ୍ତି। ଘଟଣାରେ ସଂପୃକ୍ତ ଆଉ କିଛି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।