Categories
ଆଜିର ଖବର ରାଜ୍ୟ ଖବର

ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା କଟକ-ପଲାସା-କଟକ ଏକ୍ସପ୍ରେସ

ଭୁବନେଶ୍ୱର: ୧୮୪୪୩/୧୮୪୪୪ କଟକ-ପଲାସା-କଟକ ଏକ୍ସପ୍ରେସର ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ।

୧୮୪୪୩ କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ ୨୦ ଜୁଲାଇ, ୨୦୨୨ ଗୁଣୁପୁର ଯାତ୍ରା କରିବ। ଏହି ଟ୍ରେନ ପଲାସା ଠାରେ ପହଁଚିବା ପରେ ସେଠାରୁ ରାତ୍ର ୧୦ଘ ୨୫ମି ରେ ଛାଡି ଗୁଣୁପୁର ଠାରେ ରାତ୍ରି ୧ଘ ୪୫ମି ରେ ପହଞ୍ଚିବ। ଫେରିବା ମାର୍ଗରେ ୧୮୪୪୪ ଗୁଣୁପୁର-କଟକ ଏକ୍ସପ୍ରେସ ୨୧ ଜୁଲାଇ ୨୦୨୨ ରୁ ଗୁଣୁପୁର ଠାରୁ ରାତ୍ରି ୨ଘ ୪୫ ମି ରେ ଛାଡି ପଲାସା ଠାରେ ଭୋର ୫ଘ ୫୫ମି ରେ ପହଞ୍ଚିବ।

ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି, ସୀତାପୁରାମ, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗି ଠାରେ ରହଣୀ କରିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏବେ ଗୁଣୁପୁରରେ ଖୋଲିଲା ଭାରତର ବୃହତ୍ତମ ଫ୍ୟାସନ ଡେଷ୍ଟିନେସନ ‘ଟ୍ରେଣ୍ଡସ’ 

ଭୁବନେଶ୍ୱର/ରାୟଗଡା: ଭାରତର ବୃହତ୍ତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍‍ ‘ଟ୍ରେଣ୍ଡସ‘ ଓଡ଼ିଶାର ରାୟଗଡା ଜିଲାର ଗୁଣୁପର ସହରରେ ତାହାର ନୂଆ ଷ୍ଟୋର ଖୋଲିବା ସମ୍ପର୍କରେ ଘୋଷଣା କରିଛି।

ଟ୍ରେଣ୍ଡସ ବାସ୍ତବରେ ଭାରତର ଫ୍ୟାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଛି ଏବଂ ସମ୍ପର୍କ ସୁଦୃଢ କରିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଏହି ଟ୍ରେଣ୍ଡସ ଷ୍ଟୋରର ମଡର୍ଣ୍ଣ ଲୁକ୍‍ ଏବଂ ଆମ୍ବିଏନ୍ସ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜର ପରିସର ଓ ସୁଲଭ ମୂଲ୍ୟ ତଥା ଟଙ୍କାକୁ ଚାହିଁ ଉଚ୍ଚ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏହି ସହରର ଗ୍ରାହକମାନେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇବାକୁ ଆଶା ରଖିଛନ୍ତି।