ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା କଟକ-ପଲାସା-କଟକ ଏକ୍ସପ୍ରେସ

Published: Jul 15, 2022, 5:34 pm IST

ଭୁବନେଶ୍ୱର: ୧୮୪୪୩/୧୮୪୪୪ କଟକ-ପଲାସା-କଟକ ଏକ୍ସପ୍ରେସର ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ।

୧୮୪୪୩ କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ ୨୦ ଜୁଲାଇ, ୨୦୨୨ ଗୁଣୁପୁର ଯାତ୍ରା କରିବ। ଏହି ଟ୍ରେନ ପଲାସା ଠାରେ ପହଁଚିବା ପରେ ସେଠାରୁ ରାତ୍ର ୧୦ଘ ୨୫ମି ରେ ଛାଡି ଗୁଣୁପୁର ଠାରେ ରାତ୍ରି ୧ଘ ୪୫ମି ରେ ପହଞ୍ଚିବ। ଫେରିବା ମାର୍ଗରେ ୧୮୪୪୪ ଗୁଣୁପୁର-କଟକ ଏକ୍ସପ୍ରେସ ୨୧ ଜୁଲାଇ ୨୦୨୨ ରୁ ଗୁଣୁପୁର ଠାରୁ ରାତ୍ରି ୨ଘ ୪୫ ମି ରେ ଛାଡି ପଲାସା ଠାରେ ଭୋର ୫ଘ ୫୫ମି ରେ ପହଞ୍ଚିବ।

ଉଭୟ ପାର୍ଶ୍ୱରୁ ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ ପୁଣ୍ଡି, ରୌଥପୁରମ, ନୌପଡା, ଟ୍ୱେକ୍କଲି, ପେଦ୍ଦସନ, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ, ପାରଳାଖେମୁଣ୍ଡି, ସୀତାପୁରାମ, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗି ଠାରେ ରହଣୀ କରିବ।

Related posts