Categories
ଆଜିର ଖବର ରାଜ୍ୟ ଖବର

Cyclone Breaking: ଜଣାପଡିଲା ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁବାର ସ୍ଥାନ ଆଉ ସମୟ

ଭୁବନେଶ୍ବର: ବାତ୍ୟା ଗୁଲାବ କେତେବେଳେ ସ୍ଥଳଭାଗ ଛୁଇଁବ ସେ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପୂର୍ବରୁ ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ଗୁଲାବ ଆଜି ରାତି 9 ଟା ପରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି। ଏହି ଲ୍ୟାଣ୍ଡଫଲ୍ ପକ୍ରିୟା ପ୍ରାୟ 3 ଘଣ୍ଟା ଧରି ଚାଲିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ତେବେ ଏହା ଗୋପାଳପୁର ଏବଂ କଳିଙ୍ଗପାଟାନମ ମଧ୍ୟରେ କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ 75ରୁ 85 କିଲୋମିଟରେ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ସ୍ଥାନେସ୍ଥାନେ ଏହା 95 କିଲୋମିଟର ବେଗକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

Cyclone Alert: ଏଗାରଟି ଜିଲ୍ଲାକୁ ପୁରା ସତର୍କ ରହିବାକୁ ନିର୍ଦ୍ଦେଶ, ଭୂସ୍ଖଳନ ହେବାର ସମ୍ଭାବନା

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ସେଥି ମଧ୍ୟରୁ ରାଜ୍ୟର ଆଠଟି ଜିଲ୍ଲାକୁ ପୁରା ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ନୟାଗଡ଼, ଗଂଜାମ , ଗଜପତି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡା ଏବଂ କୋରାପୁଟ।

ଏସବୁ ଜିଲ୍ଲାରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ପବନର ବେଗ 40-50 କିଲୋମିଟର ସହିତ ମଧ୍ୟମ ବର୍ଷା ଏବଂ ଘଡଘଡି ହେବ ବୋଲି କୁହାଯାଇଛି। ଏଥିରେ ଭୁବନେଶ୍ବର ଏବଂ କଟକ ଜିଲ୍ଲାରେ ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏହି ଜିଲ୍ଲାର ତଳିଆ ଅଞ୍ଚଳକୁ ଖାଲି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆଉ ଏଗାରଟି ଜିଲ୍ଲାକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡିକ ହେଲା ମାଲକାନଗିରି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେଉଁଝର ଏବଂ ଦେଓଗଡ। ଏହି ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାରୁ ଦୁଇଟି ଜିଲ୍ଲାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ସେହି ଦୁଇଟି ଜିଲ୍ଲା ହେଲା ଗଜପତି ଏବଂ ରାୟଗଡା। ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଦ୍ବୟ ଟ୍ରାଫିକ ତଥା ଯାନବାହନ ଚଳାଚଳ ଉପରେ ନଜର ରଖିବାକୁ କୁହାଯାଇଛି। ଦରକାର ପଡିଲେ ରାସ୍ତ ବନ୍ଦ କରିପାରିବେ ବୋଲି ମଧ୍ୟ ଅନୁମତି ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଆଜି ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ବର୍ତ୍ତମାନ ରାଜଧାନୀ ସମେତ ଦକ୍ଷିଣ ଓଡିଶାର ବର୍ଷା ସହିତ ସାମାନ୍ୟ ପବନ ଆରମ୍ଭ ହୋଇଯାଇଛି। ରାଜଧାନୀରେ ସକାଳୁ ସକାଳୁ ପାଗ ସାମାନ୍ୟ ଭଲ ଥିବା ବେଳେ 9ଟା ବେଳକୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ ମେଘୁଆ ପାଗ ହେବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ଅନୁଭୂତ ହୋଇଛି। ସଂଧ୍ୟା ବେଳକୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇ କୁହାଯାଇଛି। ଏଥିସହିତ ସମୁଦ୍ରକୁଳିଆ ଅଞ୍ଚଳଗୁଡିକରେ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି। ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକର ଜିଲ୍ଲାପାଳ ଏହା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ମଧ୍ୟ ଗତକାଲିଠାରୁ କରାଯାଇଛି। ଏଥିପାଇଁ 42 ଟି ଓଡ୍ରାଫ ଟିମ ଏବଂ 24ଟି ଏନଡିଆରଏଫ ଟିମକୁ ମଧ୍ୟ ସଜାଗ କରି ରଖାଯାଇଛି। ସେମାନଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁକରେ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବିଭାଗ ଏବଂ ତଟ ସୁରକ୍ଷା ବାହିନୀଙ୍କୁ ମଧ୍ୟ ସଜାଗ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ଆଉ ଏକ ବାତ୍ୟା ‘ଗୁଲାବ’!: ଆସନ୍ତାକାଲି ସନ୍ଧ୍ୟାରେ କରିବ ଲ୍ୟାଣ୍ଡଫଲ, ୭ ଟି ଜିଲ୍ଲା ହେବେ ପ୍ରଭାବିତ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ସନ୍ଧ୍ଯାରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’  ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବା ଆକଳନ କରାଯାଉଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ବାତ୍ୟା ଗତିକରୁଛି। ତୀବ୍ର ଅବପାତଟି ଗୋପାଳପୁର ଠାରୁ ୪୭୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି। କଳିଙ୍ଗପାଟନମ୍ ଠାରୁ ୪୭୦ କିଲୋମିଟର ପୂର୍ବରେ ରହିଛି। ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମାହାପାତ୍ର ସୂଚନା ଦେଇଛନ୍ତି।

ଏହାର ପ୍ରଭାବରେ ୭ ଟି ଜିଲ୍ଲା କ୍ଷତିଗ୍ରସ୍ତ ହେବା ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସତର୍କ କରିଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଜିଲ୍ଲାଗୁଡିକ ଅଧିକ ପ୍ରଭାବିତ ହେବେ। ତେଣୁ ପ୍ରସ୍ତୁତି ରହିବା ପାଇଁ ଏହି ୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ସମୟରେ ପବନ ଅଳ୍ପ ବହିବା ସହିତ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି। ରବିବାର ଏବଂ ସୋମବାର ଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ତେବେ ସାମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୂତି ଆରମ୍ଭ କରିଦିଆଯାଇଛି। କିନ୍ତୁ ଏହି ୭ ଟି ଜିଲ୍ଲା ସହ ନୟାଗଡ ଜିଲ୍ଲାରେ ମଧ୍ୟ ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ କରାଯିବ। ମୋଟ ଓଡ୍ରାଫର ୪୨ ଟି ଏବଂ ଏନଡିଆରଏଫର ୨୪ ଟି ଟିମ ପ୍ରଭାବିତ ଜିଲ୍ଲାଗୁଡିକରେ ମୁତୟନ କରାଯିବ।