Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାଦା ବଟି ଦାବି ଓ ଗୁଳି ଚଳାଇବା ଘଟଣାରେ ୩ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଏପ୍ରିଲ ମାସରେ ଘଟିଥିବା ବୋମାମାଡ ଓ ଗୁଳି ଚଳାଇ ଦାଦା ବଟି ମାଗିବା ଅଭିଯୋଗରେ କୋଦଳା ପୋଲିସ ୩ ଜଣ ଅପରାଧୀ ଯଥା ବିଭୁ ଯେନା ଓ ରାମ୍ ପାଲ୍ ଓ ସଞ୍ଜୟ କୁମାର ବାରିକ (ବାଙ୍କ)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଚମାଗଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ର ପୁର ଗ୍ରାମର ଦ୍ୟୁତିକ୍ରୁଷ୍ଣ ସାହୁ ଙ୍କ କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମ ରେ ଅବସ୍ଥିତ କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ଘଟିଥିବା ବୋମାମାଡ ଓ ଗୁଳି ଚଳାଇ ଦାଦା ବଟି ମାଗିବା ଅଭିଯୋଗରେ ପୋଲିସ ପୁର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ବେଳେ ଶନିବାର ଦିନ ଉକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ବିଭୁ ଯେନା ନାମରେ ପୁର୍ବରୁ ଝାରସୁଗୁଡ଼ା, ବାଲୁଗାଁ, ବାଣପୁର ଓ ଖଲ୍ଲିକୋଟ ଥାନା ରେ ବହୁ ଅପରାଧ ମାମଲା ରହିଛି। ଏଥି ସହିତ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୬ ଟି ବୋମା, ଗୋଟିଏ ପିସ୍ତଲ୍ ଓ ୮ ଟି ଜୀବନ୍ତ ଗୁଳି ଜବତ କରିଛନ୍ତି।