Categories
ଆଜିର ଖବର ରାଜ୍ୟ ଖବର

ଗୁଳୁଗୁଳିରେ ସଢୁଛି ଉପକୂଳ ଓଡିଶା, ଖରା ନ ଥିଲେ ମଧ୍ୟ ଲୋକେ ହନ୍ତସନ୍ତ

ଭୁବନେଶ୍ବର: ଆଜି ମଧ୍ୟ ଉପକୂଳ ଓଡିଶାରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି। ହେଲେ ଖରା ନ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ କୁଆଡେ ଯାଇ ହେଉ ନାହିଁ। ଗତକାଲି ମଧ୍ୟ ଏହିପରି ଗୁଳୁଗୁଳି ଲାଗି ରହିଥିଲା।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ସହ ତାପମାତ୍ରା ସାମାନ୍ୟ କମ ରହୁଥିଲେ ବି ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ସକାଳ ୮ ଟା ୩୦ ସୁଦ୍ଧା ପୁରୀରେ ୮୬%, ଭୁବନେଶ୍ୱରରେ ୭୯%, କଟକରେ ୭୬%, ଗୋପାଳପୁରରେ ୭୫%, ବାଲେଶ୍ୱର ଓ ଚାନ୍ଦବାଲିରେ ୬୫%, ପାରାଦୀପରେ ୬୩% ଆଦ୍ରତା ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମଧ୍ୟ ବିଭିନ୍ନ ସହରରେ ଗୁଳୁଗୁଳି ସହିତ ଅନୁଭୂତ ହେଉଛି ଗରମ

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ସକାଳୁ ଗୁଳୁଗୁଳି ସହିତ ଗରମ ଅନୂଭୂତ ହେଉଛି। ତେବେ ଏହା ପଶ୍ଚିମ ଓଡିଶାର ଅଧିକ ପରିଲକ୍ଷିତ ହୋଇଛି। କାରଣ ଆଜି ସକାଳୁ ସମ୍ବଲପୁର ତାପମାତ୍ରା ସର୍ବାଧିକ ରହିଛି। ଗତକାଲି ମଧ୍ୟ ସମ୍ବଲପୁରରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଥିଲା।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା..

ସମ୍ବଲପୁର:୪୧ ଡ଼ିଗ୍ରୀ

ଝାରସୁଗୁଡା: ୪୦.୬ ଡ଼ିଗ୍ରୀ

ଭୁବନେଶ୍ୱର: ୩୯.୬ ଡ଼ିଗ୍ରୀ

ହୀରାକୁଦ: ୩୯.୬ ଡ଼ିଗ୍ରୀ

ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ

ବାଲେଶ୍ୱର: ୩୭.୮ ଡ଼ିଗ୍ରୀ

କେନ୍ଦୁଝର: ୩୬.୬ ଡ଼ିଗ୍ରୀ

ଗୋପାଳପୁର: ୩୪.୮ ଡ଼ିଗ୍ରୀ

ପୁରୀ: ୩୪.୪ଡ଼ିଗ୍ରୀ

ପାରାଦୀପ: ୩୩.୮ ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ଅନୁଭୂତ ହେବ ଗୁଳୁଗୁଳି, ପାଣିପାଗ ବିଭାଗ ଦେଲା ସୂଚନା

ଭୁବନେଶ୍ବର: ଆଜି ରାଜଧାନୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗର ସୂଚନା ଅନୁସାରେ ଆଜି ରାଜଧାନୀ ଭୁବନେଶ୍ୱର ରେ ସକାଳ ୮.୩୦ ସୁଦ୍ଧା ୩୧ଡ଼ିଗ୍ରୀ ତାପମାତ୍ରା ଥିଲା। ସେହିପରି ୮୫ ପ୍ରତିଶତ ଆଦ୍ରତା ରହିଥିଲା। ଏହା ମଧ୍ୟାହ୍ନ ବେଳକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସେପଟେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଧିରେଧିରେ ଶକ୍ତିଶାଳି ହେବାରେ ଲାଗିଛି। ଏହି ଘୂର୍ଣିବଳୟ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଆଜି ଏହା ଲଘୁଚାପ ହେବାପରେ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଛିଦିନ ଧରି ରାଜ୍ୟରେ ଦେଖା ଦେଇଛି ଗୁଳୁଗୁଳି, ମୁହଁରୁ ବାହାରୁଛି ଝାଳ, ଜାଣନ୍ତୁ କାରଣ

ଭୁବନେଶ୍ବର: ବର୍ତ୍ତମାନ କିଛି ଦନ ଧରି ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାରେ ଲାଗିଛି। ଦିନ ଦଶଟା ବେଳକୁ ବାହାରେ ବୁଲିଲେ ମୁହଁରୁ ଝାଳ ବାହାରି ପଡୁଛି। ଏହାର କାରଣ ହେଲା ବର୍ତ୍ତମାନ କିଛିଦିନ ଧରି ମୌସୁମୀ ବାୟୁ ଦୁର୍ବଳ ହୋଇପଡିଛି।

ଫଳରେ ଏହାର ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଠାନ୍ତ ମୂଳକ ବୃଦ୍ଧି ଘଟିଛି। 10ଟି ସହରରେ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ସର୍ବାଧିକ 36.2°C, ମାଲକାନଗିରି ରେ 36°C ଏବଂ ରାଜଧାନୀ ଭୁବନେଶ୍ୱର ରେ 35.6°C ଦିନ ତାପମାତ୍ରା ରେକର୍ଡ କରାଯାଇଛ।

ମୁଖ୍ୟତଃ ଦିନର ତାପମାତ୍ରା ଅଧିକ ହେବା ତଥା ଉଚ୍ଚ ଆଦ୍ରତା ଯୋଗୁ ଗୁଳୁଗୁଳି ଜାରି ରହିଛି।